ମିଶର, ଗ୍ରୀସ୍‌ ସହ ରହିଛି ପୁରୀର ସାମଞ୍ଜସ୍ୟ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ପ୍ରାଚୀନ ଇଜିପ୍ଟ, ବେବିଲୋନ୍‌ ଓ ମିଶର ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅନେକ ସାମଞ୍ଜସ୍ୟ ରହିଛି। ପଣ୍ଡିତ ନୀଳକଣ୍ଠ ଦାସ ଏକଦା କହିଥିଲେ ଶ୍ରୀଜଗନ୍ନାଥ ଦର୍ଶନତତ୍ତ୍ବ ଖ୍ରୀ.ପୂ ୪୦୦୦ ବର୍ଷ ପୂର୍ବର ବେବିଲୋନ୍‌ ସଭ୍ୟତାରେ ଦେଖାଯାଏ। ପ୍ରାଚୀନ ମିଶର ଓ ପ୍ରାଚୀନ ଗ୍ରୀସ୍‌ର ଅବଲୁପ୍ତ ଧର୍ମପୀଠ ସହ ପୁରୀର ବହୁ ସାଦୃଶ୍ୟ ରହିଛି। ପୁରୁଷୋତ୍ତମ କ୍ଷେତ୍ର ପୁରୀ ମଧ୍ୟ ବହୁ ପ୍ରାଚୀନ। ଖ୍ରୀ.ପୂ ୨୪୦୦ ବର୍ଷ ପୂର୍ବେ ମିଶରର ପ୍ରତ୍ନତାତ୍ତ୍ବିକ ସର୍ଭେ ଦ୍ୱାରା ଏକ ସୂର୍ଯ୍ୟ ଯନ୍ତ୍ର ଆବିଷ୍କୃତ ହୋଇଥିଲା। ଏଭଳି ସୂର୍ଯ୍ୟଯନ୍ତ୍ର ପୂଜା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ। ପ୍ରାଚୀନ ଇଜିପ୍ଟ ସଭ୍ୟତାର ସଂସ୍କୃତି ସହ ପୁରୀ ଶ୍ରୀମନ୍ଦିରର ସାମଞ୍ଜସ୍ୟ ରହିଥିବା ଏଥିରୁ ଅନୁମାନ କରାଯାଏ। ସିନ୍ଧୁ ଉପତ୍ୟକା ସଭ୍ୟତା, ମିଶର ସଭ୍ୟତା ଓ ଇଜିପ୍ଟ ସଭ୍ୟତା ପରି ବହୁ ଅବଲୁପ୍ତ ସଭ୍ୟତାର ପୁରୀ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ଧର୍ମ-ସଂସ୍କୃତି ସହ ମେଳ ରହିଛି ବୋଲି ବିଶିଷ୍ଟ ଜଗନ୍ନାଥ ଗବେଷକ ତଥା ଶ୍ରୀମନ୍ଦିରର ପୂର୍ବତନ ନୀତି ପ୍ରଶାସକ ମହୀମୋହନ ତ୍ରିପାଠୀ କହିଛନ୍ତି।
ରାଜ୍ୟ ଅଭିଲେଖାଗାରଠାରେ ଶୁକ୍ରବାର ଆୟୋଜିତ ମାସିକ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ତ୍ରିପାଠୀ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରାଚୀନତା ସମ୍ପର୍କରେ ଜାଣିବାକୁ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା କହିଥିଲେ। ସେ ଆହୁରି କହିଥିଲେ, ଜଗନ୍ନାଥ ସର୍ବଧର୍ମ ସମନ୍ବୟର ପ୍ରତୀକ। ଯେତେ ଦାର୍ଶନିକ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ଗବେଷଣା କରିଛନ୍ତି ସେସବୁର ବିଲୟ ଘଟି ଗୋଟିଏ ଧର୍ମର ଉତ୍ପତ୍ତି ହୋଇଛି, ତାହା ହେଉଛି ଜଗନ୍ନାଥ ଧର୍ମ। ଏହା ଏକ ସମ୍ମିଶ୍ରିତ ଧର୍ମର ପ୍ରତୀକ। ଉତ୍କଳର ଧର୍ମ ଜଗନ୍ନାଥ ଧର୍ମ, ସଂସ୍କୃତି ଜଗନ୍ନାଥ ସଂସ୍କୃତି, ଇତିହାସ ଜଗନ୍ନାଥଙ୍କ ଇତିହାସ ଭାବରେ ପରିଗଣିତ। ଏହା ମାନବ ପ୍ରେମର ଧର୍ମ। ଏଥିରେ ଅଯୋଗ୍ୟକୁ ଅବହେଳା କରାଯାଏ ନାହିଁ, ପାପୀକୁ ଘୃଣା କରାଯାଏ ନାହିଁ, ଜାତି-ଧର୍ମର ବାଛବିଚାର ନାହିଁ। ସମସ୍ତଙ୍କ ଆତ୍ମାରେ ଶ୍ରୀଜଗନ୍ନାଥ ବିଦ୍ୟମାନ, ଏହା ହିଁ ଜଗନ୍ନାଥ ଚେତନା। ଜଗନ୍ନାଥ ସଂସ୍କୃତିରେ ଆର୍ଯ୍ୟ, ଦ୍ରାବିଡ଼ ଓ ଆଦିବାସୀ ସଂସ୍କୃତିର ମହାମିଳନ ଘଟିଛି ବୋଲି ତ୍ରିପାଠୀ କହିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ବନ୍ଧରେ ଯେତିକି ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ଗବେଷଣା ହେବା ଆବଶ୍ୟକ ତାହା ହୋଇପାରିନାହିଁ। ଯେଉଁମାନେ ଏ ଦିଗରେ ଗବେଷଣା କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ବଦଳରେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି ବୋଲି ତ୍ରିପାଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପୌରୋହିତ୍ୟ କରିଥିବାବେଳେ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ। ଅଭିଲେଖାଗାର ଅଧୀକ୍ଷିକା ଶୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭାଷଣ ଓ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଧନ୍ୟବାଦ ଦେଇଥିଲେ।


All Right Reserved By

ପଟାଥାଇ ଜମି ପାଉନାହାନ୍ତି ଆଦିବାସୀ ମହିଳା

କୁଜଙ୍ଗ,୨୫ା୭(ସ୍ବ.ପ୍ର): ସରକାର ଗରିବ ଭୂମିହୀନମାନଙ୍କୁ ପଟା ସହ ଜମି ଓ ବାସଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏ କ୍ଷେତ୍ରରେ ଆଦିବାସୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ମଧ୍ୟ...

୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଟଣୀ, ୨୩।୭(ଡି.ଏନ୍‌.ଏ.): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରି ଦଳିତ ସାହିରୁ ମଙ୍ଗଳବାର ୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ନଗଦ...

ମହାନଦୀରୁ ୭୦ କିଲୋର ମାଛ ଉଦ୍ଧାର

ବାଙ୍କୀ,୨୧।୭(ସ୍ବ.ପ୍ର.): ବାଙ୍କୀ ଏନ୍‌ଏସି ନିକଟବର୍ତ୍ତୀ ଚକାପଦାଠାରେ ଶନିବାର ମହାନଦୀରୁ ମାଛ ଧରାଳିମାନେ ଏକ ବିରାଟକାୟ ମାଛକୁ ଜାଲଦ୍ୱାରା ଧରିଥିଲେ। ସେହି ମାଛଟିକୁ ବାଙ୍କୀ ମାଛମାର୍କେଟକୁ ଅଣାଯାଇଥିଲା।...

ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା...

ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତା: ଭାଙ୍ଗିଲା ଆଉ ୩ ଘର

ଚମ୍ପୁଆ, ୨୦।୮(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତାହାତୀ। ଦୀର୍ଘଦିନର ବ୍ୟବଧାନପରେ ଫେରି ଏହି ଦନ୍ତା ଉପତ୍ାତ ଆରମ୍ଭ କରିଦେଇଛି। ଫସଲ ନଷ୍ଟ ସାଙ୍ଗକୁ ୩ଗୋଟି ଘରଭାଙ୍ଗି...

ବିଜେଡି ବିଧାୟକ ଦଳ ବୈଠକରେ ବଦଳିଲା ସ୍ବର : ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ସମୟ ବଦଳିବା ସହ ରାଜନୀତିରେ ସ୍ବର ବଦଳିଥାଏ। ବଦଳୁଥିବା ସ୍ବର ନୂଆ ରଣନୀତିର ରୂପ ନିଏ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ସେପରି...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେବ ନୋ ପାର୍କିଂ, ନୋ ଭେଣ୍ଡିଂ ଜୋନ୍‌: ହଟିଲେ ଉଠାଦୋକାନୀ, ୱାନ୍‌ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ପୁରୀ ଅଫିସ, ୧୭ା୭:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧାଜନକ ଯାତାୟାତ ଲାଗି ଜିଲା...

ଯୁକ୍ତ୨ ନାମଲେଖା: ୬ରୁ ଆବେଦନ

ଭୁବନେଶ୍ୱର, ୨ା୬(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *