ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ଉତ୍ସବରେ ଲୋକାର୍ପଣ କରିଛନ୍ତି। ପ୍ରଥମଥର ପାଇଁ ଏକ ସରକାରୀ ବିଭାଗ ପକ୍ଷରୁ ଏହାର ଓ୍ବେବ୍‌ସାଇଟ୍‌ରେ ଭର୍ଚୁଆଲ ରିୟଲିଟି (ଭିଆର୍‌) ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଭିଆର୍‌ ଟୁରିଜମ୍‌ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ କନ୍‌ସେପ୍ଟ ହୋଇଥିବାବେଳେ ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ୩୬୦ ଡିଗ୍ରୀ ଭ୍ୟୁ ଓ ଭର୍ଚୁଆଲ ଟୁର୍‌ ମାଧ୍ୟମରେ ଦର୍ଶାଯାଇଛି। ବ୍ୟାକ୍‌ଗ୍ରାଉଣ୍ଡରେ ଓଡ଼ିଶାର ଜନଜାତି ଚିତ୍ରକଳା ଏବଂ ପଟ୍ଟଚିତ୍ର ଏହାକୁ ଅଧିକ ଆକର୍ଷଣୀୟ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଓ୍ବେବ୍‌ସାଇଟରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପର ଅନ୍‌ଲାଇନ୍‌ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ବୟନିକାର ହସ୍ତତନ୍ତ ଏବଂ ଉତ୍କଳିକାର ହସ୍ତଶିଳ୍ପ ଯେପରି ଦେଶ ବିଦେଶରେ ରହୁଥିବା ଲୋକ ତଥା ଓଡ଼ିଶା ଆସିଥିବା ପର୍ଯ୍ୟଟକମାନେ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ଓ୍ବେବ୍‌ସାଇଟ୍‌କୁ ଇ-କମର୍ସ ପ୍ଲାଟଫର୍ମ ସହ ଲିଙ୍କ୍‌ କରାଯାଇଛି।
ଓ୍ବେବ୍‌ସାଇଟ୍‌କୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହଛନ୍ତି, ରାଜ୍ୟର ଯୁବପିଢୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପର୍ଯ୍ୟଟନ ଏକ ଦୀର୍ଘସ୍ଥାୟୀ ବିକଳ୍ପ। ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଓଡ଼ିଶା ପର୍ଯ୍ୟଟନକୁ ବ୍ୟାପକ କରିବା ସହ ଆଉପାଦେ ଆଗକୁ ନେବାରେ ସାହାଯ୍ୟ କରିବ। କେବଳ ବ୍ୟବହାରକାରୀ ନୁହଁନ୍ତି, ପର୍ଯ୍ୟଟନ ଶିଳ୍ପରେ କାର୍ଯ୍ୟ କରୁଥିବା ଲକ୍ଷାଧିକ ଲୋକ ଉପକୃତ ହେବେ। ଏହି ନୂଆ ଓ୍ବେବ୍‌ସାଇଟ୍‌ ଦ୍ୱାରା ସେମାନେ ଦେଶ ବିଦେଶ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚତ୍ପାରିବା ସହ ନୂଆ ବ୍ୟବସାୟ ସୁଯୋଗ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଓ୍ବେବ୍‌, ମୋବାଇଲ୍‌ ଏବଂ ସୋସିଆଲ ମିଡ଼ିଆକୁ ଦୃଷ୍ଟିରେ ରଖି ଡିଜାଇନ୍‌ ହୋଇଥିବା ଏହି ଓ୍ବେବ୍‌ସାଇଟ୍‌ ଓଡ଼ିଶା ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ‘ଓ୍ବାନ୍‌ଷ୍ଟେପ୍‌ ସଲ୍ୟୁଶନ୍‌’ ଭଳି କାମକରିବ। ଏଥିରୁ ଟ୍ରାଭେଲ ଏଜେଣ୍ଟମାନେ ବିଭିନ୍ନ ତଥ୍ୟ ହାସଲ କରି ସେହି ଅନୁଯାୟୀ ନିଜ ଟୁର୍‌ ପ୍ୟାକେଜ୍‌କୁ ଅପ୍‌ଡେଟ୍‌ କରିପାରିବେ। ସେହିଭଳି ହୋଟେଲିୟରମାନେ ବିଭିନ୍ନ ତଥ୍ୟ ସହ ଡିଲ୍‌ ଓ ଅଫର୍‌ ଏଠାରୁ ପାଇପାରିବେ। ଟ୍ରାଭେଲ ଏଜେଣ୍ଟ, ହୋଟେଲିୟର ଏବଂ ହୋମ୍‌ ଷ୍ଟେ’ ମାଲିକମାନେ ଏବେ ଅନ୍‌ଲାଇନ୍‌ରେ ନିଜର ପଞ୍ଜୀକରଣ କରିପାରିବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ହେରିଟେଜ୍‌ ଓ୍ବାକ୍‌ ଓ ବିଭିନ୍ନ ଟ୍ରେଲ୍‌ର ତଥ୍ୟ ଓ ପ୍ୟାକେଜ୍‌ ଏଠାରୁ ମିଳିପାରିବ। ଓଡ଼ିଶାରେ ରହଣୀ ସମୟରେ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ପର୍ଯ୍ୟଟକମାନେ ଯେପରି ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଜା ନେଇପାରିବେ ସେଥିଲାଗି ସମସ୍ତ ଇଭେଣ୍ଟର ତଥ୍ୟ ଏଠାରେ ଉପଲବ୍ଧ ହେବ। ଇକୋଟୁର୍‌ ଓଡ଼ିଶା, ଓୟୋ ହୋଟେଲ୍‌ ଏବଂ ଓଟିଡିସି ପାନ୍ଥନିବାସଗୁଡ଼ିକର ବୁକିଂ ଲିଙ୍କ୍‌ ଏହି ନୂଆ ଓ୍ବେବ୍‌ସାଇଟ୍‌ରେ ରହିଛି। ଓଡ଼ିଶା ବୁଲିବାକୁ ଆସିଥିବା ପର୍ଯ୍ୟଟକ, ବ୍ଲଗର୍‌ ଓ ଫଟୋଗ୍ରାଫରମାନଙ୍କ ଫଟୋ ଓ ବ୍ଲଗ୍‌ ଏଠାରୁ ଜଣେ ପଢିପାରିବେ। ପାରମ୍ପରିକ ଓଡ଼ିଆ ଖାଦ୍ୟ, ଏହାର ପ୍ରସ୍ତୁତ ଶୈଳୀ ଓ କେଉଁଠାରେ ଏହା ଉପଲବ୍ଧ ତାହା ମଧ୍ୟ ଏଠାରୁ ପର୍ଯ୍ୟଟକମାନେ ଜାଣିପାରିବେ।


All Right Reserved By Dharitri.Com

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ: ମାଷ୍ଟରମାଇଣ୍ଡ ଗିରଫ, ଜଣେ ଫେରାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଜଣେ ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ କରି ସାଢେ ୩ଲକ୍ଷ ନେବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ରବିବାର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରି କୋର୍ଟଚାଲାଣ...

ଶ୍ରାବଣ ମାସ ପ୍ରଥମ ସୋମବାର ଶ୍ରୀଲିଙ୍ଗରାଜଙ୍କ ପୀଠରେ ୩ ହଜାର କାଉଡ଼ିଆ

ପୁରୁଣା ଭୁବନେଶ୍ୱର,୨୩। ୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାୟ ୩ ହଜାର ୪୦ ଜଣ କାଉଡ଼ିଆ ଜଳଲାଗି କରିଥିବା ପ୍ରଶାସନ ସୂତ୍ରରୁ...

ଓଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ୧୪ ବିଡିଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ୧୪ଜଣ ବିଡିଓଙ୍କୁ ବଦଳି କରି ଅନ୍ୟତ୍ର ନିଯୁକ୍ତି ଦେଇଛନ୍ତି। ଏନେଇ ସୋମବାର...

ପାଟକୁରା ନିର୍ବାଚନ: ରବିବାର ଧର୍ମେନ୍ଦ୍ର କରିବେ ପ୍ରଚାର, ୧୮ ଜାଗାରେ ରୋଡ ଶୋ’

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ...

ପୋଲିସକୁ ଓଏଚ୍‌ଆର୍‌ସିଙ୍କ କଡ଼ା ସମାଲୋଚନା

କଟକ ଅଫିସ୍‌,୨୧।୫: କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଜଣେ ଯୁବକଙ୍କୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ମାଡ଼ ମାରିବାର ଭିଡିଓ ଭାଇରାଲ ଖବର ପ୍ରକାଶ ପରେ...

ପଥର ଚୋରା ଚାଲାଣ ର଼୍ୟାକେଟରେ ପୋଲିସ ଲିଙ୍କ୍‌ ମାମଲା: ବଦଳିଲେ ଥାନା ଅଧିକାରୀ ରଞ୍ଜିତ ସାହୁ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଖୋର୍ଦ୍ଧା ଚୋରା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଇନ୍ସପେକ୍ଟର ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଟାଉନ ଥାନାରୁ...

ଯାଜପୁରରେ କେବଳ ରବିବାର ଖୋଲା ରହିବ ପାଠ୍ୟ ପୁସ୍ତକ, ଗ୍ୟାରେଜ, ବିଦ୍ୟୁତ୍‌ ଉପକରଣ ଦୋକାନ

ଯାଜପୁର ଅଫିସ,୧୫।୪: ଯାଜପୁର ଜିଲାର ପାଠ୍ୟ ପୁସ୍ତକ ଦୋକାନ, ଗ୍ୟାରେଜ, ବିଦ୍ୟୁତ୍‌ ଉପକରଣ ଆଦି ଦୋକାନ ଦୈନିକ ପରିବର୍ତ୍ତେ କେବଳ ରବିବାର ଦିନ ଖୋଲା ରହିବ।...

Leave a comment

Your email address will not be published. Required fields are marked *