Posted inଖେଳ

କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସି କୋଚ୍‌ ଚୟନ କରିବ

ନୂଆଦିଲ୍ଲୀ,୨୭।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ଚୟନ କରିବ। କୋଚ୍‌ ଚୟନ ନେଇ ଅଗଷ୍ଟ ମାସ ମଧ୍ୟଭାଗରେ ସାକ୍ଷାତକାର ନିଆଯିବ। ଶୁକ୍ରବାର ଏକ ବୈଠକ ବସି ପ୍ରଶାସକ କମିଟି (ସିଓଏ) ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।
କପିଳଙ୍କୁ ବାଦ୍‌ ଦେଲେ ପୂର୍ବତନ ମହିଳା ଅଧିନାୟିକା ସାନ୍ତା ରଙ୍ଗାସ୍ବାମୀ ଓ ପୂର୍ବତନ ପୁରୁଷ ଦଳର କୋଚ୍‌ ଅଂଶୁମାନ ଗାଏକ୍ୱାଡ ଏହି କମିଟିରେ ସାମିଲ ଥିଲେ ଓ ଗତ ଡିସେମ୍ବରରେ ମହିଳା ଦଳର କୋଚ୍‌ ଚୟନ କରିଥିଲେ। ଏବେ ୩ ଜଣ ମିଳିତ ଭାବେ ଟିମ୍‌ ଇଣ୍ଡିଆ କୋଚ୍‌ ଚୟନ କରିବେ। ଏହି କମିଟି ଏକ ଆଡହକ କମିଟି ନୁହଁ। ତେବେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ କାରଣରୁ ଏପରି ନିଷ୍ପତ୍ତି ନେବାକୁ ହେଲା। ଅଗଷ୍ଟ ମଝିରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବ ବୋଲି ସିଓଏ ମୁଖ୍ୟ ବିନୋଦ ରଏ ବୈଠକ ପରେ କହିଛନ୍ତି।
ଉଲ୍ଲେଖଥାଉ କି, କୋଚ୍‌ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅଗଷ୍ଟ ୩ ତାରିଖରୁ ଆରମ୍ଭ ହୋଇ ଏହି ଗସ୍ତ ସେପ୍ଟେମ୍ବର ୩ ତାରିଖରେ ଶେଷ ହେବ। କୋଚ୍‌ ପଦରେ ନିଯୁକ୍ତ ହେବାକୁ ହେଲେ ଶାସ୍ତ୍ରୀଙ୍କୁ ପୁଣିଥରେ ଆବେଦନ କରିବାକୁ ହେବ। ତେବେ ସିଓଏ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅପେକ୍ଷା କରିଛି। କାରଣ ମୂଳ ତଥା ପ୍ରକୃତ ଉପଦେଷ୍ଟା କମିଟିରେ ସାମିଲ ଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱରେ ସାମିଲ ଥିବାର ଅଭିଯୋଗ ହୋଇଛି। ଏହି ଦୁଇ ପୂର୍ବତନ କ୍ରିକେଟର କମେଣ୍ଟ୍ରି କରିବା ସହ କ୍ରିକେଟରେ ଅନ୍ୟ ପଦରେ ରହି କାର୍ଯ୍ୟ କରୁଛନ୍ତି। ଦୁଇଟି ମଧ୍ୟରୁ ଏମାନଙ୍କୁ ଗୋଟିଏ ପଦରେ ରହିବାକୁ ହେବ। କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସିକୁ ମୁଖ୍ୟ କୋଚ୍‌ ଚୟନ କରିବାର ଅଧିକାର ମିଳିଛି। ତେବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭବିଷ୍ୟତ ନେଇ ସିଓଏ କିଛି ସ୍ପଷ୍ଟ କରିନାହିଁ। କେବଳ କୋଚ ଚୟନ ପାଇଁ ଏହି କମିଟି ବା ପ୍ୟାନେଲ ଗଠନ କରାଯାଇଛି ବୋଲି ବିନୋଦ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ମହିଳା ଫୁଟ୍‌ବଲ ଦଳକୁ ୬ ସ୍ଥାନ ପଦୋନ୍ନତି

ନୂଆଦିଲ୍ଲୀ,୧୩ା୭ (ପି.ଟି.)-ଭାରତୀୟ ମହିଳା ଫୁଟ୍‌ବଲ ଦଳ ଗତ କିଛି ମାସ ହେଲା ପ୍ରଭାବୀ ପ୍ରଦର୍ଶନ କରିଆସିଛି। ଏଥିପାଇଁ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ ତାଲିକାରେ ଦଳ...

ଭାରତ-ପାକିସ୍ତାନ ମ୍ୟାଚ୍‌ ଭାରତ ଆର୍ମି ପାଇଁ ସ୍ବତନ୍ତ୍ର

ମାଞ୍ଚେଷ୍ଟର,୧୫।୬: ଭାରତୀୟ କ୍ରିକେଟ ଦଳକୁ ଦେଶ ଓ ବିଦେଶରେ ସମର୍ଥନ କରୁଥିବା ପ୍ରଶଂସକଙ୍କ ଗ୍ରୁପ ଭାରତ ଆର୍ମି ଟିମ୍‌ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ...

ଭାରତର ସ୍ଥିତି ଦୃଢ଼

ବିଶାଖାପାଟଣା,୪।୧୦: ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଡିନ ଏଲଗାର ଓ କ୍ୱିଣ୍ଟନ ଡି’ କକ୍‌ଙ୍କ ଶତକ ଲଗାଇଛନ୍ତି। ଏହାସତ୍ତ୍ୱେ ଭାରତୀୟ...

ଧୋନୀଙ୍କ ଉପରେ ପାକ୍‌ ମନ୍ତ୍ରୀଙ୍କ ଟୁଇଟ୍‌

ଲଣ୍ଡନ,୭।୬- ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଆର୍ମି...

ମହିଳା ହକି: ଭାରତ-ବେଲାରୁଷ ମ୍ୟାଚ ଡ୍ର

ବାରାନୋଭିଚି (ବେଲାରୁଷ), ୧୪।୬ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଏଠାରେ ଶୁକ୍ରବାର ଖେଳାଯାଇଥିବା ବେଲାରୁଷର ସିନିୟର ମହିଳା ଦଳ ବିପକ୍ଷ ମ୍ୟାଚକୁ ୧-୧ରେ...

ଶ୍ରୀଲଙ୍କା ଲାଗି କର ବା ମର ସ୍ଥିତି

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଗାଣିତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କାର ସେମିଫାଇନାଲ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ସୋମବାର ଶ୍ରୀଲଙ୍କା ତା’ର ପରବର୍ତ୍ତୀ...

୧୫ ବର୍ଷରୁ କମ୍‌ ଫୁଟ୍‌ବଲ: ଭାରତକୁ ‘ସାଫ୍‌’ ଟାଇଟଲ

କଲ୍ୟାଣୀ, ୧।୯ (ପି.ଟି.)-ନେପାଳକୁ ୭-୦ ଗୋଲରେ ପରାସ୍ତ କରି ଭାରତ ୧୫ ବର୍ଷରୁ କମ୍‌ ସାଫ୍‌ (ସାଉଥ ଏସିଆନ ଫୁଟ୍‌ବଲ ଫେଡେରେଶନ) ଚାମ୍ପିୟନଶିପ୍‌ ଟାଇଟଲ ହାସଲ...

ବିଶ୍ୱକପ୍‌ରେ ଦଳୀୟ ସ୍କୋର ୫୦୦ ଛୁଇଁବାର ଆଶା

ଲଣ୍ଡନ,୧୭ା୫- ଗତ ବିଶ୍ୱକପ୍‌ ପରଠାରୁ ଦୁଇ ଥର ଦିନିକିଆ ଦଳଗତ ସ୍କୋର ରେକର୍ଡ ଭାଙ୍ଗି ସାରଛି। ଏବେ ଇଂଲଣ୍ଡ ଦଳ ନାମରେ ସର୍ବାଧିକ ଦଳଗତ ସ୍କୋର...

Leave a comment

Your email address will not be published. Required fields are marked *