ଛାତ୍ରୀଙ୍କୁ ଅସଦାଚରଣ ନେଇ ଉତ୍ତେଜନା: ଚାନ୍ଦପୁର ମହିଳା କଲେଜ ଅଶାନ୍ତ, ଫାଟକ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ରଣପୁର,୨୭ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ମହାବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀଙ୍କ ମାମୁ ଏ ନେଇ ରାଜ୍ୟ ବାଳିକା ସୁରକ୍ଷା ସମିତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସ୍‌ଇ) ଓ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କଠାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଉକ୍ତ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗତ ୨୨ ତାରିଖରେ ତାଙ୍କ ଭାଣିଜୀଙ୍କୁ କ୍ଲାସ୍‌ରୁମ୍‌ ଭିତରେ ମାନସିକ ନିର୍ଯାତନା ଦେଇଥିଲେ। ସେହିଦିନଠାରୁ ୪ଦିନ ହେଲା ତାଙ୍କ ଭାଣିଜୀ ଗୁମସୁମ୍‌ ହୋଇ ରହୁଛନ୍ତି। ବିଭିନ୍ନ ସମୟରେ ଉକ୍ତ ଅଧ୍ୟାପକ ଜଣକ ଛାତ୍ରୀମାନଙ୍କୁ ଅଶ୍ଲୀଳ ବ୍ୟବହାର ମଧ୍ୟ କରନ୍ତି। ଘଟଣାକୁ ନେଇ କଲେଜରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।
କିଛିଦିନ ତଳେ ୨ଜଣ ଅଧ୍ୟାପକ ଭିନ୍ନ ଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଛାତ୍ରୀ ଦ୍ୱୟ ଘରେ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। କେତେଜଣ ଛାତ୍ରୀ ଗତ ୨୨ ତାରିଖରେ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ସେମାନଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ରଖିଥିଲେ। ସେହିପରି ଅନ୍ୟ ଏକ ଛାତ୍ରୀ ଗୋଷ୍ଠୀ ୨୫ ତାରିଖରେ ଅନ୍ୟ ଜଣେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଦୁଇ ଅଭିଯୋଗକୁ ଗୁରୁତ୍ୱ ଦେଇ ଅଧ୍ୟକ୍ଷା ଘଟଣା ସମ୍ପର୍କରେ କଲେଜ ପରିଚାଳନା ପରିଷଦର ସଭାପତିଙ୍କୁ ଜଣାଇଥିଲେ। ହେଲେ ସୁଫଳ ନ ମିଳିବାରୁ ଛାତ୍ରୀମାନେ ଶୁକ୍ରବାର ସକାଳ ୧୦ଟାରେ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏ ନେଇ ମୋହନ ମହିଳା କଲେଜ ଅଧ୍ୟକ୍ଷା ଝରଣା ସାହୁ କୁହନ୍ତି, ଦୁଇଗୋଷ୍ଠୀ ଛାତ୍ରୀ ଆସି ଦୁଇଜଣ ଅଧ୍ୟାପକଙ୍କ ନଁାରେ ଅସଦାଚରଣ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଆଣ୍ଟି ହାରାସମେଣ୍ଟ ସେଲ୍‌ ଓ ରାଗିଂ ସେଲ୍‌ କମିଟିକୁ ଦିଆଯାଇଛି। ଗୋଟିଏ ଗୋଷ୍ଠୀ ୨୨ ତାରିଖ ଓ ଅନ୍ୟ ଗୋଷ୍ଠୀ ୨୫ ତାରିଖରେ ଅଭିଯୋଗ କରିଥିଲେ। ୨ଜଣ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଘଟଣା ସମ୍ପର୍କରେ ପରିଚାଳନା ପରିଷଦର ସଭାପତିଙ୍କୁ ଅବଗତ କରାଯାଇଛି। ଦୁଇ ପୃଥକ୍‌ ଟ୍ୟୁଶନର ଛାତ୍ରୀଙ୍କ ମଧ୍ୟରେ ଗ୍ରୁପିଜିମ୍‌ ହୋଇ କଲେଜରେ ଗଣ୍ଡଗୋଳ ଆରମ୍ଭ ହୋଇଛି। କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀର ଛାତ୍ରୀ ଧାରଣା ଦେଇଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ସୁଫଳ ମିଳିଲାନି। ଛାତ୍ରୀ ଅଶାନ୍ତି ବଢ଼ୁଥିବାରୁ କଲେଜ ପାଠପଢ଼ାକୁ ବାତିଲ କରିବାକୁ ସଭାପତି କହିସାରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠିକ୍‌, ସମସ୍ତେ ସହଯୋଗ କରିବା ଦରକାର କହିଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ,୭।୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କ୍ଲିନ୍‌ଚିଟ୍‌। ଶୁକ୍ରବାର ଜିଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଆମିକସ୍‌...

କର୍ଲାମୁଣ୍ଡା ବ୍ଲକ: ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

କର୍ଲାମୁଣ୍ଡା,୯।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବୁଧବାର...

ଓଡ଼ିଶା ଜର୍ନାଲିଜମ୍‌ ଆଓ୍ବାର୍ଡ-୨୦୧୯: ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ପାଇକରାୟ ସମ୍ମାନିତ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟରେ ଭାରତର ସ୍ବାତନ୍ତ୍ର୍ୟ ରହିଛି। ଆମ ଦେଶରେ ସୁପ୍ରିମ୍‌କୋର୍ଟ ପରି ନ୍ୟାୟାଳୟ ଥିବାବେଳେ ଗଣମାଧ୍ୟମ ପରି ଜାଗ୍ରତ ପ୍ରହରୀ...

କୋର୍ଟରେ ଆତ୍ମସମର୍ପଣ କଲେ ବ୍ରାଉନ୍‌ସୁଗାର ବ୍ୟବସାୟୀ, ନିରାଶ ହୋଇ ଫେରିଲେ ଏସ୍‌ଟିଏଫ୍‌ ଟିମ୍‌

ଖୋର୍ଦ୍ଧା ଅଫିସ, ୯।୭: ଖୋର୍ଦ୍ଧା ଜିଲାର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା(୪୫) ମଙ୍ଗଳବାର ମଧ୍ୟାହ୍ନରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ।...

ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି...

ରଥଯାତ୍ରା ସିଧା ପ୍ରସାରଣ ବିବାଦ: ହାଇକୋର୍ଟରେ ମାମଲା

କଟକ ଅଫିସ, ୧୧।୬: ରଥଯାତ୍ରା ସିଧା ପ୍ରସାରଣକୁ ନେଇ ଉପୁଜିଥିବା ବିବାଦ ହାଇକୋର୍ଟରେ ପହଞ୍ଚତ୍ଛି। ପୁରୀ ତିଆଡ଼ିସାହିର ପ୍ରସନ୍ନ କୁମାର ଦାସଙ୍କ ପକ୍ଷରୁ ସୋମବାର ଏ...

ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦ ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *