Posted inଖେଳ

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ ୫୨.୦୪ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ। ସ୍ବିଡେନର ସାରା ଜୋସ୍‌ଷ୍ଟର୍ମଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆର କେଟ୍‌ କ୍ୟାମ୍ପବେଲ୍‌ ରୌପ୍ୟ ଜିତିଥିଲେ। ଶୁକ୍ରବାର ଏହି ବିଜୟ ଦ୍ୱାରା ଏକାଧିକ ମହିଳା ୧୦୦ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ହାସଲ କରିବାରେ ମାନୁଏଲ୍‌ ଦ୍ୱିତୀୟ ମହିଳା ସନ୍ତରଣକାରୀ ବିବେଚିତ ହୋଇଛନ୍ତି। ପୂର୍ବ ଜର୍ମାନୀର କୋର୍ନେଲିଆ ଏଣ୍ଡର ୧୯୭୩ ଏବଂ ୧୯୭୫ରେ ଟାଇଟଲ ଜିତି ଏହି ସଫଳତା ହାସଲ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପାଇଁ କାନାଡାର ପେନି ଓଲେସିଆକ୍‌ଙ୍କ ସହିତ ଟାଇ ରଖିଥିବା ମାନୁଏଲ କହିଛନ୍ତି, ଏହି ରେସ୍‌ରେ ଭାଗ ନେବା ପୂର୍ବରୁ ମୁଁ ଚାପରେ ରହିଥିଲି। ବିଜୟ ଲାଭ ପରେ ମୁଁ ବହୁତ୍‌ ଖୁସି ଅଛି।


All Right Reserved By Dharitri.Com

Posted inଖେଳ View All

ଲଗାତାର ୩ଟି ଛକା ମାରିଲେ ବିବାହ କରିବି, ଏହି କ୍ରିକେଟଙ୍କ ଆଗରେ ସର୍ତ୍ତ ରଖିଥିଲେ ତାଙ୍କ ଗର୍ଲଫ୍ରେଣ୍ଡ୍‌

ବଲିଉଡ୍‌ ଅଭିନେତ୍ରୀ ଶର୍ମିଳା ଟାଗୋର  ମହାନ କ୍ରିକେଟର୍‌ ନବାବ ମନସୁର ଅଲ୍ଲୀ ଖାନ ପଟୌଦିଙ୍କୁ ବିବାହ କରିଥିଲେ। ମନସୁରଙ୍କ ସହ ଶର୍ମିଳାଙ୍କ ସାକ୍ଷାତ ପ୍ରଥମେ କୋଲକତାରେ...

ତାହିର, ଡୁମିନିଙ୍କ ଅବସର

ମାଞ୍ଚେଷ୍ଟର,୭।୭- ଭେଟେରାନ ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌...

ଅଶ୍ୱିନ ଯୁଗ୍ମ ଦ୍ରୁତତମ

ବିଶାଖାପାଟଣା,୬।୧୦- ଭାରତୀୟ ଦଳର ଆଗଧାଡ଼ିର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ରବିବାର ଥେଉନିସ ଡି ବ୍ରୁଇନଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ୩୫୦ ଉଇକେଟ ପୂରଣ କରିଛନ୍ତି।...

ଜୋତା କିଣିବାକୁ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ଆଣିଲେ ସଫଳତା

ଲଡରହିଲ,୪।୮:ବିଶ୍ୱକପ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ଖେଳି ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ...

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ...

ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି

ସିଙ୍ଗାପୁର, ୧୧।୧୦ (ଏଏଫ୍‌ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍‌ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା...

ବିଶ୍ୱକପ୍‌ ପୂର୍ବରୁ ଜିମରେ ଝାଳ ବୁହାଇଲେ ହାର୍ଦ୍ଧିକ

ମୁମ୍ବାଇ, ୨୦।୫: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଆଇପିଏଲରେ ସଫଳ ହେବା ପରେ ଏବେ ବିଶ୍ୱକପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ...

ଏହି କ୍ରିକେଟ ଖେଳାଳି ପଡିଆକୁ ଆସିବା ପୂର୍ବରୁ ପିଉଥିଲେ ମଦ

କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା...

Leave a comment

Your email address will not be published. Required fields are marked *