Posted inଭଦ୍ରକ

ତିହିଡ଼ିରେ କୋର୍ଟ ପାଇଁ ଚିହ୍ନଟ ହୋଇପାରୁନି ଜମି

ତିହିଡ଼ି, ୨୬।୭(ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଅତିରିକ୍ତ ଜେଏମ୍‌ଏଫ୍‌ସି କୋର୍ଟ ସହ ଅତିରିକ୍ତ ସିଭିଲ ଜଜ୍‌ କୋର୍ଟ ସ୍ଥାପନ ପାଇଁ ସ୍ଥିର ହୋଇଥିଲା। ମାତ୍ର ଏଥିନିମନ୍ତେ ଜମି ଚିହ୍ନଟ ହୋଇପାରୁ ନ ଥିବା ନେଇ ତିହିଡ଼ି ଓକିଲ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସଂଘ ପକ୍ଷରୁ ଏ ସମ୍ପର୍କରେ ପୁନର୍ବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ଉଲ୍ଲେଖନୀୟ ଯେ, ଗତ ଜାନୁୟାରୀ ୧୯ ତାରିଖରେ ଓକିଲ ସଂଘ ପକ୍ଷରୁ ଏ ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ୧୫ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ଏହାପରେ କୋର୍ଟ ପ୍ରତିଷ୍ଠା ପାଇଁ ସରକାରୀ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ସରକାରୀ ଜମି ନ ମିଳିଲେ ଘରୋଇ ଜମି ଚିହ୍ନଟ କରି କ୍ରୟ କରିବା ଏବଂ ଆବଶ୍ୟକ ପଡ଼ିଲେ ଭଡ଼ାଘରେ କୋର୍ଟ ଚଳାଇବା ଲାଗି ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ କୌଣସି ରିପୋର୍ଟ ପ୍ରଦାନ କରାଯାଇ ନ ଥିବାରୁ ଏପରି ବିଳମ୍ବ ହୋଇଥିବା ଜଣାଯାଇଛି। ଜିଲାର ଅନ୍ୟ ବ୍ଲକଗୁଡ଼ିକରେ ଏହି କୋର୍ଟ ସ୍ଥାପନ ହୋଇଥିବାବେଳେ ତିହିଡ଼ିରେ ହୋଇପାରି ନାହିଁ। ଫଳରେ ବ୍ଲକର ସର୍ବାଧିକ ମାମଲା ଜିଲା କୋର୍ଟରେ ବିଚାର ନ ହୋଇ ପଡ଼ିରହିଛି। ୨୦୧୭ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ଜୁନିୟର ଡିଭିଜନରେ ୪୫୩ଟି ସିଭିଲ୍‌ ଏବଂ ୨୬୨୬ ଫୌଜଦାରି ମାମଲା ବିଚାରାଧୀନ ରହିଛି। ଏଥିଯୋଗୁ ତିହିଡ଼ି ଅଞ୍ଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ତୁରନ୍ତ ଜମି ଚିହ୍ନଟ କରି କୋର୍ଟ ପ୍ରତିଷ୍ଠା କରାଯିବା ଲାଗି ସଂଘର ସଭାପତି ସୂର୍ଯ୍ୟରଞ୍ଜନ ମିଶ୍ର, ଉପସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ବିଷ୍ଣୁଚରଣ ଦାସ, ସହସମ୍ପାଦକ ଗୌରହରି ମହାନ୍ତି ଓ କୋଷାଧ୍ୟକ୍ଷ ତପନ ମିଶ୍ର ପ୍ରମୁଖ ଦାବି କରିଛନ୍ତି।


All Right Reserved By Dharitri.Com

ବିଦ୍ୟାଳୟ ନଳକୂପ ଭାଙ୍ଗିଲେ ଦୁର୍ବୃତ୍ତ : ମଧ୍ୟାହ୍ନଭୋଜନ ରନ୍ଧନ ପାଇଁ ମିଳୁନି ପାଣି, ଛାତ୍ରୀଛାତ୍ର ହନ୍ତସନ୍ତ

ବନ୍ତ,୧।୮(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଶିକ୍ଷା ସର୍କଲ ଅନ୍ତର୍ଗତ କଳାପାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପକୁ ବୁଧବାର ରାତିରେ କେହି...

ବୈତରଣୀରେ ବଢୁଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୮।୮ (ଡି.ଏନ.ଏ.)- ବୈତରଣୀ ନଦୀରେ ଜଳସ୍ତର ବଢୁଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ରବିବାର ସକାଳୁ ଜଳସ୍ତର କମି...

ଚାନ୍ଦବାଲିରେ ବୋଇତ ବନ୍ଦାଣ ଉତ୍ସବ

ଚାନ୍ଦବାଲି,୧୨ା୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲାର ଉଭୟ ଚାନ୍ଦବାଲି ଓ ଧାମରା ଅଞ୍ଚଳ...

ଦୋକାନରେ ପଶିବାବେଳେ ଧରାପଡ଼ିଲେ ୨ ଚୋର

ଧାମନଗର,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଖାରିଜକୋରୁଆ ବଜାରରେ ସୁବାସ ପଣ୍ଡାଙ୍କ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଜଣେ ଚୋର ପଶି ଚୋରି କରୁଥିବାବେଳେ ସୁବାସ...

ଅବହେଳିତ ଗଁ। ତୁଳିପଦୀ

ବନ୍ତ, ୧୦ା୧୦(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ତୁଳିପଦୀ ଗଁ। ଅବହେଳିତ। ଯାତାୟାତ ଲାଗି ଏହି ଗଁ। କୁ ସବୁଦିନିଆ ଭଲ...

ଅଲଟ୍ରା ସାଉଣ୍ଡ୍‌ ମେଶିନ ଲାଗି ଜିଲାପାଳ ଦେଲେ ୭.୫ ଲକ୍ଷର ଚେକ୍‌

ଭଦ୍ରକ ଅଫିସ,୧୭।୧୦: ଦୀର୍ଘବର୍ଷ ଧରି ଜିଲା ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ଥିବା କାରଣରୁ ରୋଗୀ ନାନା ସମସ୍ୟା ଭୋଗୁଥିଲେ। ଏବେ ନୂଆ ମେଶିନ...

ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ

ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍‌ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି...

୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *