କେନାଲରେ ବୁଡ଼ି ୨ ଛାତ୍ର ମୃତ: ବିଦ୍ୟାଳୟରେ ଉତ୍ତେଜନା

ଖଇରା, ୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଆମ୍ବହତା କେନାଲରେ ବୁଡ଼ି ଶୁକ୍ରବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରଟିଣା ନୋଡ଼ାଲ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଧନଞ୍ଜୟ ଜେନା ଓ ରାଜେଶ ସାହୁ।
ପ୍ରକାଶ ଯେ, ଧନଞ୍ଜୟ ଓ ରାଜେଶ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇସାରିବା ପରେ କେନାଲକୁ ଯାଇଥିଲେ। ପ୍ରାୟ ୧ ଘଣ୍ଟା ପରେ ସେମାନଙ୍କ ମୃତଦେହ କେନାଲରେ ଭାସୁଥିବା ଗ୍ରାମବାସୀ ଦେଖିବକୁ ପାଇଥିଲେ। ସେମାନଙ୍କୁ ଉଦ୍ଧାରକରି ଅଗରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ଘେରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛି।


All Right Reserved By Dharitri.Com

ବେଳାଭୂମିରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବାଲିଆପାଳ, ୨୭ା୭(ଡି.ଏନ.ଏ.)-ବାଲିଆପାଳ ଥାନା ଡଗରା ବେଳାଭୂମିରେ ଶୁକ୍ରବାର ପାନ୍ଥ ନିବାସର ପଶ୍ଚିମପଟ ଝାଉଁଜଙ୍ଗଲରେ ଏକ ଅଜଣା ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି ା ପାଖାପାଖି ଦୁଇଟି ଝାଉଁଗଛରେ...

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’ : ବାଲେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର ଅଫିସ,୧୭।୯-ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା...

ସରିଲା ‘ସାଗରକବଚ’

ରୂପ୍‌ସା, ୧୯।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ଓ ବଳରାମଗଡ଼ି ନିକଟ ସମୁଦ୍ରରେ ୨ଦିନ ବ୍ୟାପୀ ଅନୁଷ୍ଠିତ ତଟ ସୁରକ୍ଷା ସମରାଭ୍ୟାସ ‘ସାଗରକବଚ’ ଗୁରୁବାର ଶେଷ...

ଛାତ୍ରୀ ନିଖୋଜ ଘଟଣା:ବିବାହ ପାଇଁ ମନା କରିବାରୁ ତଣ୍ଟି ଚିପି ହତ୍ୟା

ବସ୍ତା, ୧୧।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଗ୍ରାମର ଜଣେ କଲେଜ ଛାତ୍ରୀ ୪ ମାସ ଧରି ନିଖୋଜ ହେବା ଘଟଣାର ସୋମବାର ଗୁମର...

ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା...

ବେଆଇନ ବାଣ କାରଖାନା ଠାବ : ୧୦ହଜାର ଟଙ୍କାର ସାମଗ୍ରୀ ଜବତ, ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା,୧୩।୧୦(ଡି.ଏନ.ଏ.)-ବେଆଇନ ଭାବେ ବାଣ ନିର୍ମାଣ ଓ ବିକ୍ରି ଉପରେ କଟକଣା ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଜିଲାର ବିଭିନ୍ନ ସ୍ଥାନରେ...

ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌ : ୧୫ ଆହତ

ସୋର, ୨୭।୫(ଡି.ଏନ.ଏ.)-ସୋର ଥାନା ୧୬ନଂ. ଜାତୀୟ ରାଜପଥ ଛଅପୋଲିଆଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର...

Leave a comment

Your email address will not be published. Required fields are marked *