Posted inଖେଳ

ଆଉଟ୍‌ ନ ହେବା ସତ୍ତ୍ୱେ ପ୍ୟାଭିଲିଅନ ଫେରିଲେ ଯୁବି

ନୂଆଦିଲ୍ଲୀ,୨୬।୭- ଯୁବରାଜ ସିଂ (ଯୁବି) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଛନ୍ତି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ ଦ୍ୱିତୀୟ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ପଦାର୍ପଣ କରିଛନ୍ତି। ଗୁରୁବାର ବ୍ରାମ୍ପଟନସ୍ଥିତ ସିଏଏ ସେଣ୍ଟରଠାରେ ଭାଙ୍କୋଭର ନାଇଟ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଟରଣ୍ଟୋ ନ୍ୟାଶନାଲ୍ସ ଅଧିନାୟକ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲେ। ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଯୁବି ୨୭ ବଲର ସମ୍ମୁଖୀନ ହୋଇ ୧୪ ରନ୍‌ କରି ଏକ ବିଚିତ୍ର ଭାବେ ଆଉଟ୍‌ ହୋଇଥିଲେ। ମ୍ୟାଚ୍‌ର ୧୭ତମ ଓଭରରେ ପେସର ରିଜ୍ୱାନ ଚିମାଙ୍କ ବଲ ଯୁବିଙ୍କ ବ୍ୟାଟରେ ବାଜିଥିଲା, ଯାହାକୁ ଉଇକେଟକିପର ଟବିସ ଭିସ ହାତଛଡ଼ା କରିଥିଲେ। ହେଲେ ବଲ୍‌ ତାଙ୍କ ଗ୍ଲୋଭ୍ସରେ ବାଜି ଉଇକେଟରେ ବାଜିଥିଲା। ରିପ୍ଲେରେ ଦେଖିବାକୁ ମିଳିଥିଲା, ଯେ ଷ୍ଟମ୍ପରେ ବଲ ବାଜିବାବେଳୁ ଯୁବି କ୍ରିଜରେ ଥିଲେ। ହେଲେ ଫିଲ୍ଡ ଅମ୍ପାୟର ନିଷ୍ପତ୍ତି ନେବା ପୂର୍ବରୁ ସେ ଚାଲିବା ଆରମ୍ଭ କରିଥିଲେ। ଯୁବି ଆଉଟ ହେବା ଟରଣ୍ଟୋ ଦଳ ଲାଗି ବର ସାବ୍ୟସ୍ତ ହୋଇଥିଲା। ତାଙ୍କ ପରେ କ୍ରିଜକୁ ଆସିଥିବା କିରନ ପୋଲାର୍ଡ ୧୩ ବଲରୁ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିରେ ୩ ଛକା ଓ ଦୁଇ ଚୌକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କ ୨୦ ବଲରୁ ୪୧ ରନ୍‌ର ଇନିଂସ ଯୋଗୁ ଟରୋଣ୍ଟୋ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୫୯ ରନ୍‌ କରିପାରିଥିଲା। ଜବାବରେ କ୍ରିସ ଗେଲଙ୍କ ଭାଙ୍କୋଭର ନାଇଟ୍ସ ୧୭.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଷ୍ଟାର ଖେଳାଳି ଗେଲ ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ଚାଦ୍ୱିକ ଓ୍ବାଲଟନ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ ଡର ଡୁସେନଙ୍କ ଅର୍ଦ୍ଧଶତକ ଯୋଗୁ ଭାଙ୍କୋଭର ସହଜରେ ମ୍ୟାଚ୍‌ ଜିତି ନେଇଥିଲା। ଯୁବିଙ୍କ ନେତୃତ୍ୱାଧୀନ ଦଳ ପରବର୍ତ୍ତୀ ମ୍ୟାଚ୍‌ରେ କେନ ଓ୍ବିଲୟମ୍‌ସନଙ୍କ ଦଳ ଇଡମଣ୍ଟନ ରୟାଲ୍ସକୁ ଭେଟିବ।


All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେ ବ୍ୟାନ୍‌: ଅକ୍ଟୋବର ପରେ ବିସିସିଆଇ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଜିମ୍ବାଓ୍ବେକୁ ଆଇସିସି ବାସନ୍ଦ କରିବା ପରେ ଆସନ୍ତା ଜାନୁୟାରୀରେ ଖେଳାଯିବାକୁ ଥିବା ଭାରତ- ଜିମ୍ବାଓ୍ବେ ସୀମିତ ଓଭର ସିରିଜ ନେଇ ଆଶଙ୍କା ପ୍ରକାଶ ପାଇଛି।...

ଆଇସିସି ବିଶ୍ୱକପ୍‌ : ପ୍ରଥମ ଟାଇଟଲ ଲକ୍ଷ୍ୟରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ

ଲଣ୍ଡନ,୧୪ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଐତିହାସିକ ଲଡର୍‌ସ ଷ୍ଟାଡିୟମରେ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ।...

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଡୁମିନିଙ୍କ ଅବସର

କେପ୍‌ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର...

ମେସି ଆଣିଲେ ଦୁର୍ନୀତି ଅଭିଯୋଗ

କୋପା ଆମେରିକାର ପ୍ଲେ ଅଫ୍‌ ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ୫ ଥର ବାଲୋନ ଡି’ ଅର ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ଚିଲି ଅଧିନାୟକ...

ସଙ୍କଟରେ ଭାରତ

ଅକ୍‌ଲାଣ୍ଡ ,୮।୨- ସ୍ଥାନୀୟ ଇଡେନ ପାର୍କଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ସଙ୍କଟଜନକ ସ୍ଥିତିରେ ପହଞ୍ଚତ୍ଛି। ୨୭୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା...

ଇଂଲଣ୍ଡରେ ଧାଓ୍ବନଙ୍କ ହଜାରେ

ଲଣ୍ଡନ,୯ା୬: ଭାରତୀୟ ଓପନର ଶିଖର ଧାଓ୍ବନ ଇଂଲଣ୍ଡରେ ଦିନିକିଆ ଫର୍ମାଟରେ ଏକହଜାର ରନ୍‌ ପୂରଣ କରିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କ୍ୟାରିୟରର ୧୭ତମ...

ଭାରତର ବୃହତ୍‌ ବିଜୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଅଜିଙ୍କ୍ୟ ରାହାନେଙ୍କ ଶତକ ପରେ ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ...

ନାବାଳିକାଙ୍କୁ ଅସଦାଚରଣ, ବିଦା ହେଲେ ସନ୍ତରଣ କୋଚ୍‌

ନୂଆଦିଲ୍ଲୀ,୫।୯(ପିଟି): ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦା ହୋଇଛନ୍ତି ସନ୍ତରଣ କୋଚ୍‌। ଘଟଣାର ଭିଡିଓ ଭାଇରାଲ ହୋଇଥିବାରୁ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କୋଚ୍‌ଙ୍କ ବିରୋଧରେ କଡ଼ା...

Leave a comment

Your email address will not be published. Required fields are marked *