Posted inଜାତୀୟ

ମଧ୍ୟପ୍ରଦେଶରେ ଓଲଟା ଖେଳ

ଭୋପାଳ,୨୬।୭:ଭାଜପା କର୍ନାଟକରେ ଶାସକ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କୁ ଧରି କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟାଇବାରେ ସଫଳ ହୋଇଥିବାବେଳେ ମଧ୍ୟପ୍ରଦେଶରେ ଏହାର ଓଲଟା ଖେଳ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ସଂଖ୍ୟାଲଘୁ ବୋଲି ଅଭିହିତ କରି ଚ୍ୟାଲେଞ୍ଜ ଦେଇଥିବା ବିରୋଧୀ ଭାଜପା ପାଇଁ ଏବେ ଅଡ଼ୁଆ ସୃଷ୍ଟି ହୋଇଛି। ଭାଜପା ବିଧାୟକ ଶରଦ କୋଲ୍‌(ବେଓହାରୀ) ଓ ନାରାୟଣ ତ୍ରିପାଠୀ (ମଇହାର) ବୁଧବାର ସରକାରଙ୍କ ପକ୍ଷରୁ ଆଗତ ଭିଡ଼ହିଂସା ନିରୋଧୀ ବିଲ୍‌ ସପକ୍ଷରେ କ୍ରସ୍‌ଭୋଟିଂ କରିଥିଲେ। ଏହି ଦୁଇ ବିଧାୟକ ଭାଜପା ବିରୋଧରେ ଖୋଲାଖୋଲି ବିଦ୍ରୋହ କରି କମଳନାଥଙ୍କୁ ପ୍ରଶଂସା କରିବା ସହ ସେମାନେ କଂଗ୍ରେସରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଏହି ଦୁଇ ବିଧାୟକ ନୁହନ୍ତି, ବରଂ ଭାଜପାର ଆହୁରି ୪ ଜଣ ବିଧାୟକ ଦଳତ୍ୟାଗ କରି କଂଗ୍ରେସରେ ସାମିଲ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ଘଟଣାକ୍ରମ ହଠାତ୍‌ ଜାତୀୟ ରାଜନୀତିର ଉଷ୍ମତା ବୃଦ୍ଧି କରିଛି।
ବିଧାନସଭାରେ ବୁଧବାର ଭିଡ଼ହିଂସା ନିବାରଣ ସଂଶୋଧନ ବିଲ୍‌, ୨୦୧୯ ଆଗତ କରାଯାଇଥିଲା। ଏହାକୁ ଗୃହୀତ କରାଇବାରେ ଭାଜପା ବିଧାୟକ ଶରଦ ଓ ନାରାୟଣଙ୍କ ଭୋଟ ସହାୟକ ହୋଇଥିଲା। ଭୋପାଳ ବିଧାୟକ ଆରିଫ୍‌ ମାସୁଦ୍‌ ଓ କଂଗ୍ରେସର ଅନ୍ୟ ଜଣେ ନେତା ପ୍ରବୀଣ ପାଠକ ବୁଧବାର ରାତିରେ ଦୁଇ ଭାଜପା ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ବାସଭବନକୁ ରାତ୍ରିଭୋଜନ ପାଇଁ ସୁରକ୍ଷା ଦେଇ ନେଇଥିଲେ। ଭାଜପା ଏହାକୁ ନେଇ ଛାନିଆ ହୋଇଯାଇଛି । ବିରୋଧୀ ଦଳ ନେତା ଗୋପାଳ ଭାର୍ଗବଙ୍କ ଚାମ୍ବର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଘରେ ମାରାଥନ ବୁଧବାର ରାତିରୁ ଭାଜପାର ବୈଠକ ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଏନେଇ ଦଳର ରିପୋର୍ଟ ମାଗିଥିବାବେଳେ ରାଜ୍ୟ ସଭାପତି ରାକେଶ ସିଂ ପାର୍ଲାମେଣ୍ଟ ଅଧିବେଶନ ଛାଡ଼ି ଭୋପାଳ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବହୁଚର୍ଚ୍ଚିତ ‘କମ୍ପ୍ୟୁଟର ବାବା’ ନାମରେ ପରିଚିତ ନାମଦେଓ ଦାସ ତ୍ୟାଗୀ କହିଛନ୍ତି, ଏହି ଦୁଇଜଣଙ୍କ ବାଦ୍‌ ଆହୁରି ୪ ଭାଜପା ବିଧାୟକ କଂଗ୍ରେସରେ ଯୋଗଦେବା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି। ସେମାନେ ପୂର୍ବରୁ କଂଗ୍ରେସରେ ଥିବାରୁ ଏଇଟା ଘରବାହୁଡ଼ା। ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ସେମାନଙ୍କୁ ସମସ୍ତଙ୍କ ଆଗରେ ହାଜର କରାଯିବ। ସେହି ବିଧାୟକମାନଙ୍କୁ ସରକାରରେ ସାମିଲ କରାଯାଇପାରେ ବୋଲି କମ୍ପ୍ୟୁଟର ବାବା କହିଛନ୍ତି। ତେବେ ଅନ୍ୟ ୪ ଭାଜପା ବିଧାୟକଙ୍କ ନାମ ପ୍ରକାଶ କରିବାକୁ ସେ ମନାକରିଦେଇଛନ୍ତି। ଗତବର୍ଷ ଶିବରାଜ ସରକାର କମ୍ପ୍ୟୁଟର ବାବାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ। ଏହାର କିଛିମାସ ପରେ ବାବା ଇସ୍ତଫା ଦେଇଥିଲେ। ଗତ ନଭେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବାବା ଭାଜପା ବିରୋଧରେ ପ୍ରଚାର କରିଥିଲେ। ୧୫ ବର୍ଷ ବ୍ୟବଧାନରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ବାବାଙ୍କୁ କମଳନାଥ ସରକାରଙ୍କ ନଦୀ ସଂରକ୍ଷଣ ଟ୍ରଷ୍ଟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ଯେ, ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୬। କଂଗ୍ରେସର ୧୧୪ ବିଧାୟକ ଥିବାବେଳେ ଏହାକୁ ୪ ସ୍ବାଧୀନ ସଦସ୍ୟଙ୍କ ସମେତ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୨, ସମାଜବାଦୀ ପାର୍ଟି (ଏସ୍‌ପି)ର ଜଣେ ବିଧାୟକ ସମର୍ଥନ କରୁଛନ୍ତି। ଫଳରେ କମଲନାଥଙ୍କ ସପକ୍ଷରେ ୧୨୧ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷରେ ଭାଜପାର ୧୦୯ ବିଧାୟକ ଜିତିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଲୋକ ସଭାକୁ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଛନ୍ତି।


All Right Reserved By

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୀତ ଦିନେ ଖାଆନ୍ତୁ ଏହି ସାଲାଡ୍‌…

ମୂଳାର ଅନେକ ଔଷଧୀୟ ଗୁଣ ରହିଛି। ଶୀତଦିନେ ମୂଳା ସାଲାଡ୍‌ ଖାଇଲେ ବହୁ ସିଜିନାଲ୍‌ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଫ୍ୟାଟ ନ ଥିବାରୁ ଏହା...

ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଭୋ ଭୋ କାନ୍ଦିଲେ ସମାଜବାଦୀ ପାର୍ଟି ନେତା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୩।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ଭୋ ଭୋ ହୋଇ କାନ୍ଦିଛନ୍ତି। ଭାଜପା ଦେଶରେ ନାଟକ କରୁଛି ବୋଲି...

ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ଠାକରେ ପରିବାରର ପ୍ରଥମ ସଦସ୍ୟ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଆଗାମୀ ବିଧାନ ସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ...

ଅମ୍ଲଦୋଷ ଦୂର କରେ ମହୁମିଶା ପଇଡ ପାଣି

ଶରୀର ପାଇଁ ପଇଡ ପାଣି ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ସି’ ଏବଂ ଆଣ୍ଟିଇକ୍ସିଡାଣ୍ଟ୍‌ ଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୁତ୍‌ କରିଥାଏ। ପଇଡ ପାଣିରେ...

ଇସ୍ରୋ ବୈଜ୍ଞାନିକଙ୍କ ହତ୍ୟାକାରୀ ଗିରଫ: ସମଲିଙ୍ଗୀ ସମ୍ପର୍କ କାଳ ହେଲା

ହାଇଦ୍ରାବାଦ, ୬ା୧୦ : ଇସ୍ରୋ ବୈଜ୍ଞାନିକ ଏସ୍‌. ସୁରେଶ କୁମାରଙ୍କ ହତ୍ୟାକାରୀ ଶ୍ରୀନିବାସଙ୍କୁ ପୋଲିସ ଗିରଫ କରିଛି। ଦୁହିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମଲିଙ୍ଗୀ ସମ୍ପର୍କ...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୪।୬: ମେ ୨୭ରେ ଅନୁଷ୍ଠିତ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ୩୬୦ରୁ ୩୩୭...

ବଦଳିଲା ଶାହଙ୍କ ଠିକଣା

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ବହନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠିକଣା ଏବେ ବଦଳି ଯିବ। ୧୧, ଆକବର...

ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ଥାଏ ବଂଶୀ

ଆସୁଛି ଜନ୍ମାଷ୍ଟମୀ। ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସାରା ଦେଶରେ ଖୁବ୍‌ ଆଡ଼ମ୍ବର ସହକାରେ ପାଳନ କରାଯିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଶ୍ରୀକୃଷ୍ଣଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *