ଯୁକ୍ତ ୨ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରୀଛାତ୍ର : ବଢୁଛି କଲେଜ, କମୁଛନ୍ତି ପିଲା

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜ୍ୟରେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ସଂଖ୍ୟା ବଢୁଛି। ହେଲେ ସେହି ଅନୁପାତରେ ପିଲା ହେଉନାହାନ୍ତି। ମାଟ୍ରିକ୍‌ରେ ପାସ୍‌ ହାର ହ୍ରାସ ସାଙ୍ଗକୁ ସାଧାରଣ ପାଠ୍ୟକ୍ରମରେ ପିଲାଙ୍କ ଅନାଗ୍ରହ ଯୋଗୁ ପ୍ରତିବର୍ଷ ଲକ୍ଷାଧିକ ସିଟ୍‌ ଖାଲିପଡୁଛି। ୪ରୁ ୫ବର୍ଷ ତଳେ ୧୪୦୦ ଯୁକ୍ତ ୨ କଲେଜ ରହିଥିବା ବେଳେ ଏବେ କଲେଜ ସଂଖ୍ୟା ୧୬୦୦ ଟପିଲାଣି। ତେବେ ସ୍ଥିତିରେ କିଛି ବି ସୁଧାର ଆସୁନି। କିଛିବର୍ଷ ତଳେ ଜାରି ରହିଥିବା ସ୍ଥିତି ଏଥର ଆହୁରି ଭୟଙ୍କର ହୋଇଯାଇଛି। ଏହା ମଧ୍ୟରେ ଯୁକ୍ତ ୨ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଗୁରୁବାରଠାରୁ ସ୍ପଟ୍‌ ଆଡ୍‌ମିଶନ ଆରମ୍ଭ ହୋଇଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ୧୯୮୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଲେଜ), ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ କଲେଜରେ ମୋଟ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ସେଥିମଧ୍ୟରୁ ୩ ଲକ୍ଷ ୧୦ ହଜାର ୭୬୯ ସିଟ୍‌ ପୂରଣ ହୋଇଛି। ଏବେବି ଆହୁରି ୧ ଲକ୍ଷ ୩୭ ହଜାର ୬୮୨ ସିଟ୍‌ ଖାଲିପଡ଼ିଛି।
କଳା ବିଭାଗରେ ୨ ଲକ୍ଷ ୩୯ ହଜାର ୬୬ଟି ସିଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ୨ଲକ୍ଷ ୪ ହଜାର ୪୬୪ ସିଟ୍‌ ପୂରଣ ହୋଇଛି। ଆହୁରି ୩୪, ୬୦୨ ସିଟ୍‌ ଖାଲିପଡ଼ିଛି। ସେହିଭଳି ବିଜ୍ଞାନ ବିଭାଗରେ ସର୍ବାଧିକ ସିଟ୍‌ ଖାଲି ରହିଛି। ବିଜ୍ଞାନରେ ମୋଟ ୧ଲକ୍ଷ ୪୪ ହଜାର ୨୨୨ ସିଟ୍‌ ରହିଥିବା ବେଳେ ୭୬, ୨୩୩ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଆହୁରି ୬୭ ହଜାର ୯୮୯ ସିଟ୍‌ ବଳକା ରହିଛି। ଅନୁରୂପ ଭାବେ ବାଣିଜ୍ୟ ବିଭାଗରେ ୫୦ ପ୍ରତିଶତରୁ ଅଧିକ ସିଟ୍‌ ବଳକା ରହିଛି। ମୋଟ ୪୪, ୫୧୫ ସିଟ୍‌ ମଧ୍ୟରୁ ୨୦, ୬୧୪ ସିଟ୍‌ ପୂରଣ ହୋଇଛି। ଆହୁରି ୨୩, ୯୦୧ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି। ସଂସ୍କୃତରେ ଥିବା ୧୧, ୩୧୨ ସିଟ୍‌ ମଧ୍ୟରୁ ମାତ୍ର ୫, ୪୬୦ ସିଟ୍‌ ପୂରଣ ହୋଇଛି ଓ ୫ , ୮୫୨ ସିଟ୍‌ ଖାଲି ରହିଛି। ତେବେ ଧନ୍ଦାମୂଳକ ଶିକ୍ଷାରେ ଅଧିକ ପ୍ରତିଶତ ସିଟ୍‌ ଖାଲିରହିଛି। ଏହି ବିଭାଗରେ ୯, ୩୩୬ ସିଟ୍‌ ରହିଥିବା ବେଳେ ୩, ୯୯୮ ପୂରଣ ହୋଇଛି। ଏବେ ବି ୫, ୩୩୮ ସିଟ୍‌ ଖାଲି ପଡ଼ିଥିବା ସାମ୍‌ସ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ବାଣିଜ୍ୟ ପଢିବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଉ ପୂର୍ବଭଳି ଆଗ୍ରହ ଦେଖିବାକୁ ମିଳୁନି। ଏହି ବିଭାଗରେ ବହୁ ସିଟ୍‌ ଖାଲିପଡୁଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତାରେ ପଡିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ବୌଦ୍ଧ ଜିଲାରେ ବାଣିଜ୍ୟରେ ମାତ୍ର ୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏଠାରେ ମୋଟ ୧୨୮ ସିଟ୍‌ ରହିଥିବା ବେଳେ ୧୨୩ ସିଟ୍‌ ଏବେ ବି ଖାଲିପଡ଼ିଛି। ଦେବଗଡ଼ ଜିଲାରେ ବାଣିଜ୍ୟ ବିଭାଗରେ ମାତ୍ର ୬୪ ସିଟ୍‌ ରହିଛି। ସେଥିମଧ୍ୟରୁ ୨୦ଟି ପୂରଣ ହୋଇଥିବା ବେଳେ ୪୪ ଖାଲିପଡ଼ିଛି। ସୋନପୁର ଜିଲାରେ ବି ବାଣିଜ୍ୟରେ ଥିବା ୩୭୯ ସିଟ୍‌ ମଧ୍ୟରୁ ୯୪ ପୂରଣ ହୋଇଛି। ୨୮୫ ଏବେବି ଫାଙ୍କା ପଡ଼ିଛି। ଏପଟେ କନ୍ଧମାଳ ଜିଲାରେ ବିଜ୍ଞାନରେ ଥିବା ୧୩୩୮ ସିଟ୍‌ ମଧ୍ୟରୁ ମାତ୍ର ୩୬୮ ପୂରଣ ହୋଇଥିବା ବେଳେ ୯୭୦ ସିଟ୍‌ ଖାଲିରହିଛି। ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଅଧିକାଂଶ ଜିଲାରେ ୧୦ ପ୍ରତିଶତ ସିଟ୍‌ ବି ପୂରଣ ହୋଇପାରିନାହିଁ। ୨୭ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ଚାଲିବାକୁ ଥିବାରୁ ଆଉ କିଛି ସିଟ୍‌ ପୂରଣ ହେବ ବୋଲି ଆଶା କରାଯାଉଛି। ଜୁଲାଇ ୨୯ରୁ ଯୁକ୍ତ ୨ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର

ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ...

ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୯।୮ : ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଶାସନ ପକ୍ଷରୁ ପ୍ରଥମେ...

ଶିଳ୍ପୀଙ୍କ ରଙ୍ଗ, ତୂଳୀ ବଖାଣିଲା ମହାପ୍ରଭୁଙ୍କ ଗାଥା

ପୁରୀ ଅଫିସ,୧୧ା୭: ଶିଳ୍ପୀର ପରିକଳ୍ପନା ବାସ୍ତବିକ ନିଆରା। କେତେବେଳେ କାନ୍‌ଭାସ ଉପରେ ତା’ ମନର ଭାବକୁ ଫୁଟାଇଥାଏ ତ ପୁଣି କେତେବେଳେ ତୋଳି ଧରେ ଅନ୍ୟର...

ବାହାରେ ପଡ଼ିବନି ପାଇଖାନା ମଇଳା

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ପରିମଳ ପରିଚାଳନାକୁ ଦୀର୍ଘସ୍ଥାୟୀ କରିବା ନେଇ ମଙ୍ଗଳବାର ସଚିବାଳୟଠାରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।...

ବିଜେପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥିନୀ ରୀତା ସାହୁ

ବରଗଡ଼ ଅଫିସ/ବରପାଲି,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜେଡି ପ୍ରାର୍ଥିନୀ ରୀତା ସାହୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବରପାଲି ସମଲେଶ୍ବରୀ ୟୁଜିୟୁପି...

୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା...

ପ୍ରାଚୀନ ବୃଷଭ ପ୍ରତିମୂର୍ତ୍ତିକୁ ଫିଙ୍ଗିଦେଲେ

ପୁରୁଣା ଭୁବନେଶ୍ୱର, ୮ା୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଐତିହ୍ୟ ଓ ପୂରାତନ ମନ୍ଦିରଗୁଡ଼ିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ପାଇଁ ସରକାର ଯୋଜନାରେ କୋଟି କୋଟି...

ବିଜେପୁର ଉପନିର୍ବାଚନ: ୪୩ ପଥପ୍ରାନ୍ତ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *