Posted inରାଜ୍ୟ

ଏମ୍‌ସିଏଲ୍‌ ଭରତପୁର ଖଣି ଦୁର୍ଘଟଣା: ବର୍ଷା, ଅତଡ଼ା ଖସିବାରୁ ବାଧା

ତାଳଚେର,୨୬ା୭(ନି.ପ୍ର.)-ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଖସିପଡ଼ିଥିବା କୋଇଲା ଅତଡା ତଳେ ମଙ୍ଗଳବାର ରାତିରୁ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗୁରୁବାର ପୂର୍ବାହ୍ନରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ରାସ୍ତା ନିର୍ମାଣ କରାଯାଉଥିଲେ ହେଁ ବର୍ଷା ଯୋଗୁ ସେଥିରେ ବାଧା ଉପୁଜିଛି। ଏଥିସହ ପୁଣି ଏକ ବଡ ମାଟି ଅତଡା ଖସି ପଡିବାରୁ ସମସ୍ୟା ବଢ଼ିଯାଇଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରୁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲେ ବି କିଛି ସୁଫଳ ମିଳିନାହିଁ। ଘଟଣାସ୍ଥଳରେ ଏମ୍‌ସିଏଲ୍‌ର ଡାଇରେକ୍ଟର ଟେକ୍ନିକାଲ ଜେ.ପି. ସିଂ, ଡାଇରେକ୍ଟର ପର୍ସନାଲ କେ.ଆର. ବାସୁଦେବନ, ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍ଟି (ଡିଜିଏମ୍‌ଏସ୍‌) ସୁବ୍ରତ ବାଗଚୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବୁଧବାର ଅପରାହ୍ନରେ ଜଣେ ଶ୍ରମିକ ପିପୁନ ବିଶ୍ୱାଳଙ୍କ ମୃତଦେହ ବାହାର କରାଯିବା ପରେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଗୁରୁବାର ସକାଳୁ ପୁଣି କାର୍ଯ୍ୟ ଚାଲୁ କରାଯାଇଥିଲା। କେଉଁ ସ୍ଥାନରେ ଅନ୍ୟ ୩ ଶ୍ରମିକ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାସ ଓ ପମ୍ପ ଖଲାସୀ କାର୍ତ୍ତିକେଶ୍ୱର ମହାପାତ୍ର ଦବି ରହିଛନ୍ତି ତାହା ଜାଣିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ୩୫ ସଦସ୍ୟ, ରେସକ୍ୟୁ ଟିମ୍‌ ଖଣି ମଧ୍ୟକୁ ପ୍ରବେଶ କରିଥିଲେ। ୬ଜଣ ସଦସ୍ୟ ୨ଟି ସନ୍ଧାନୀ କୁକୁରର ସହାୟତା ନେଇ ସ୍ଥାନ ଚିହ୍ନଟ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ପାରି ନ ଥିଲେ। ମାଟି ଓ ବଡ ବଡ ପଥର ହଟାଇବା ପରେ ଉଦ୍ଧାର କାର୍ଯ୍ୟ ସହଜ ହେବ ବୋଲି ନିଷ୍ପତ୍ତି ନିଆଯିବାରୁ ଖଣି ଭିତରକୁ ଭାରିଯାନ ଯିବା ପାଇଁ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। କିନ୍ତୁ ବର୍ଷା ଓ ପୁଣି ମାଟି ଅତଡ଼ା ଖସିବା ଏଥିରେ ବାଧକ ସାଜିଛି। ଦିନ ତମାମ ନିର୍ମାଣ କରାଯାଇଥିବା ରାସ୍ତା ବର୍ଷାରେ ଧୋଇ ଯାଇଥିବା ବେଳେ ଖଣିରୁ ପାଣି ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ନିର୍ମାଣ କରାଯାଇଛି। ଅଧିକ ବର୍ଷା ହେଲେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବ। ଅପରପକ୍ଷରେ ଉଦ୍ଧାର ପିପୁନ ବିଶ୍ୱାଳଙ୍କ ମୃତଦେହକୁ ରାତିରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଖଣିରେ ଦବି ରହିଥିବା ଅନ୍ୟ ୩ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯିବା, କ୍ଷତିଗ୍ରସ୍ତ ପରିବାରକୁ ଉଚିତ କ୍ଷତିପୂରଣ ସହ ଜଣକୁ ନିଯୁକ୍ତି, ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭାଜପା ଓ କଂଗ୍ରେସ ପକ୍ଷରୁ ଖଣିବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର କୋଲ୍‌ ଫିଲ୍ଡସରେ ଅଚଳାବସ୍ଥା ଦେଖାଦେଇଛି।


All Right Reserved By Dharitri.Com

ଗୋଟିଏ ଦିନରେ ୧୧୯୭ କରୋନା ଟେଷ୍ଟ: ସବୁ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ୍‌ କାୟା ମେଲାଇ ଚାଲିଛି। ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବୁଧବାର ଏକ ଖୁସି ଖବର...

ଚେକିଂ ଆଳରେ ମହିଳାଙ୍କଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା୧୩।୭(ଡି.ଏନ୍‌.ଏ.): ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅବସରରେ ଭବାନୀପାଟଣା ସହର ଚଳଚଞ୍ଚଳ ଥିଲା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ଜଣେ ମହିଳାଙ୍କ...

ପୋଲିସ କମିଶନରଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର: କହିଲେ ପରିବର୍ତ୍ତନ ପାଇଁ ସହଯୋଗ ଲୋଡ଼ା

ସମ୍ପ୍ରତି ଭୁବନେଶ୍ୱର-କଟକ ଦ୍ୱୈତନଗରୀରେ ହିଂସା, ମହିଳା ଓ ଶିଶୁ ନିର୍ଯାତନା, ଆପରାଧିକ କାର୍ଯ୍ୟକଳାପ ସହ ଟ୍ରାଫିକ୍‌ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ଏଭଳିସ୍ଥିତିରେ ନିକଟରେ ପୋଲିସ କମିଶନରେଟ...

ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ: ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେଲା ପ୍ରବେଶପତ୍ର

ଭୁବନେଶ୍ୱର,୫।୧(ବ୍ୟୁରୋ): ସର୍ବସାଧାରଣଙ୍କ ନିମନ୍ତେ ୫ ତାରିଖ ରବିବାରଠାରୁ ଖୋଲାଯିବ ରାଜଭବନ ଉଦ୍ୟାନ। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍‌...

ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା ମୋ ପରିବାର’: ପଞ୍ଜାବରୁ ଫେରିଲେ ଫସି ରହିଥିବା ୬୯ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଜାବର ଭଟିଣ୍ଡାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରମାନେ ‘ଓଡ଼ିଶା ମୋ ପରିବାର’...

ଉପରେ ବହ୍ଲା କାଠ ତଳେ ଗଞ୍ଜେଇ: ଟ୍ରକରୁ ୧.୮୧କୋଟିର ଗଞ୍ଜେଇ ଜବତ

ନୟାଗଡ ଅଫିସ,୧୬ା୨: ନୟାଗଡ ଜିଲା ଦଶପଲ୍ଲା ବ୍ଲକ ତୁମୁଡି ପଞ୍ଚାୟତ ରଙ୍ଗମାଟିଆ ଗ୍ରାମ ନିକଟ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢାବା...

ରାଜ୍ୟରେ କମୁଛି ଦଣ୍ଡବିଧାନ ହାର

ଭୁବନେଶ୍ୱର,୨୫ା୨(ବ୍ୟୁରେ): ପୋଲିସର ଦୁର୍ବଳ ତଦନ୍ତ ହେଉ ବା ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅବା ଆଇନର ଗଳାବାଟ ଯୋଗୁ ଅନେକ ଦୋଷୀ ଦଣ୍ଡ ନ ପାଇ...

ପିଡି-ଡିଆର୍‌ଡିଏଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍‌ଘାଟିତ:ଲୋକଙ୍କ ଆସ୍ଥାଭାଜନ ହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ସାଂଗଠନିକ ଦକ୍ଷତା ଓ ନିଷ୍ଠାପର ଦାୟିତ୍ୱ ସମ୍ପାଦନ ଅପରିହାର୍ଯ୍ୟ ା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ...

Leave a comment

Your email address will not be published. Required fields are marked *