ମନ କିଣେ ବାବୁଲିଙ୍କ ଦହିବରା

କେନ୍ଦୁଝର, ୨୬ା୭(ଡି.ଏନ.ଏ.)-ଆଳୁଦମ ଦହିବରା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଆସେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲ ପାଆନ୍ତି। ଗୋଟିଏ ପ୍ଲେଟ ଖାଇଲେ ପେଟ ପୂରିଯାଏ। ଆଳୁଦମ ଦହିବରା ସାଙ୍ଗକୁ ଦହି ପାଣିର ସ୍ବାଦ କହିଲେ ନ ସରେ। ଏହିଭଳି ଜଣେ ଦହିବରା ବେପାରି କେନ୍ଦୁଝର ସହରରେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଏତେ ସୁଆଦିଆ ତାଙ୍କ ଦହିବରା ଲୋକଙ୍କ ମନକୁ କିଣିଥାଏ ବୋଲି କେତେକ ଗ୍ରାହକ ପ୍ରକାଶ କରିଛନ୍ତି।
ତାଙ୍କ ନାମ ବସନ୍ତ ସାହୁ। ବାପାଙ୍କ ନାମ ସୁଦର୍ଶନ ସାହୁ। ତାଙ୍କ ଡାକ ନାମ ବାବୁଲି। ବାବୁଲି ନାମରେ ସେ ବେଶ ପରିଚିତ। ସକାଳ ୭ଟା ବାଜିଲେ ଜୁଡିସିଆଲ କୋର୍ଟ ସମ୍ମୁଖରେ ଏକ ଛତା ଲାଗେ ତା’ତଳେ ଏକ ଲୁନା ଆସି ଠିଆ ହୁଏ। ଆରମ୍ଭ ହୋଇଯାଏ ବାବୁଲିଙ୍କ ଦହିବରା ଆଳୁଦମ ବିକ୍ରି। ସେ ୧୧ବର୍ଷ ପୂର୍ବେ ସୁଦୁର ଚର୍ଚ୍ଚିକା ବାଙ୍କି ଅଞ୍ଚଳର କେନ୍ଦୁପଲ୍ଲୀ ଗ୍ରାମରୁ ଆସି କେନ୍ଦୁଝର ନରଣପୁରରେ ପରିବାର ସହ ରହି ଦହିବରା ଆଳୁଦମ ବେପାର କରୁଛନ୍ତି। ଘରେ ତାଙ୍କ ସହଧର୍ମିଣୀ ପ୍ରତିମା ଦହିବରା, ଆଳୁଦମ ଓ ଘୁଗୁନି ପ୍ରଭୃତି ପ୍ରସ୍ତୁତିରେ ସାହାଯ୍ୟ କରନ୍ତି। ତାଙ୍କର ୨ ପୁଅ ସ୍କୁଲରେ ପାଠ ପଢୁଛନ୍ତି। ଦହିବରା ଆଳୁଦମ ବିକ୍ରି କରି ବେଶ ଭଲ ରୋଜଗାର କରି ପରିବାର ଚଳାଉଥିବା ବାବୁଲି ପ୍ରକାଶ କରିଛନ୍ତି। ସକାଳ ୭ଟାରୁ ବିକ୍ରି ଆରମ୍ଭ କରି ୧୦ ଘଟିକା ମଧ୍ୟରେ ସବୁ ସରିଗଲା ପରେ ଘରକୁ ଫେରି ପୁଣି ତା’ ପରଦିନ ପାଇଁ ପ୍ରସ୍ତୁତ ହୁଅନ୍ତି। ବହୁତ ଯୁବକ ଓ ଛାତ୍ର ତାଙ୍କର ନିୟମିତ ଗରାଖ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କଠାରୁ ଦହିବରା ଆଳୁଦମ ଖାଉଥିବା ଜଣେ ଗ୍ରାହକଙ୍କୁ ଏହାର ସ୍ବାଦ ବାବଦରେ ପଚାରିବାରୁ ଦହିବରା ଓ ଆଳୁଦମର ସ୍ବାଦ ଅନ୍ୟ ବ୍ୟବସାୟୀଙ୍କଠାରୁ ନିଶ୍ଚିତ ଭାବରେ ଭିନ୍ନ ଓ ନିଆରା ବୋଲି କହିଥିବାବେଳେ ସବୁଠାରୁ ବଡ କଥା ହେଲା ବାବୁଲିଙ୍କର ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ସେମାନଙ୍କୁ ଆକୃଷ୍ଟ କରିଥାଏ।

(ଦୀପକ ମିଶ୍ର)


All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଝିଅ ମୃତ, ମା’ ଗୁରୁତର, ହସ୍ପିଟାଲରେ ଛାଡ଼ି କାର୍‌ ସହ ଚାଳକ ଫେରାର

ପାଟଣା,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ବାଉଁଶୁଳିଛକ ନିକଟରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ...

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର...

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ଲାଷ୍ଟିକ୍‌ ବର୍ଜନ ଉପରେ ଆଲୋଚନା

କେନ୍ଦୁଝର,୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରତିଷ୍ଠିତ ମିଳନୀ ସାହିତ୍ୟ ସଂସଦ ଓ ମୁକ୍ତେଶ୍ୱର ମନ୍ଦିର କମିଟିର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ...

ଖଣି କମ୍ପାନୀ ସମ୍ମୁଖରେ ଧାରଣାରତ ଲୋକଙ୍କୁ ଆକ୍ରମଣ ଉତ୍ତେଜନା, ଥାନାରେ ଏତଲା

ଯୋଡ଼ା, ୬।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଖଣିରେ ଗୁରୁବାର ଧାରଣାରତ ଲୋକଙ୍କୁ କେତେଜଣ ବ୍ୟକ୍ତି ଆକ୍ରମଣ କରିଛନ୍ତି ା...

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ...

ହାଇଓ୍ବା ଚୋରି ଘଟଣା : ଝାଡ଼ଖଣ୍ଡରୁ ଜବତ କଲା ପୋଲିସ

ବଡ଼ବିଲ,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରୁ ଗୁରୁବାର ଭୋର୍‌ରୁ ଏକ ହାଇଓ୍ବା ଚୋରି ହୋଇଥିଲା। ଏହି...

ପଛପଟୁ ପିଟିଲା ୧୦ ଚକିଆ ଟ୍ରକ୍‌, ବାଇକ୍‌ ଆରୋହୀ ମୃତ

ଢେଙ୍କିକୋଟ, ୫।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ନଂ ଜାତୀୟ ରାଜପଥ ଗୋପାଳପୁର ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଦଶଚକିଆ ଟ୍ରକ୍‌ ବାଇକ୍‌କୁ ଧକ୍କା...

ଗଛରେ ପିଟିହେଲା ବସ୍‌, ୩୫ ଆହତ

ଯୋଡ଼ା,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କେତ୍‌ ହାଟିଂଠାରେ ଏକ ବସ୍‌ ଦୁର୍ଘଟଣା ଘଟି ୩୪ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା...

Leave a comment

Your email address will not be published. Required fields are marked *