ବିପର୍ଯ୍ୟସ୍ତ ଅବସ୍ଥାରେ ବଡ଼ମୂଳ ଗେଜ୍‌ ସାଇଟ୍‌ ଭିଏଚ୍‌ଏଫ୍‌ ଟାୱାର ଅଚଳ

ଗଣିଆ,୨୬ା୭(ଡି.ଏନ.ଏ.): ମହାନଦୀର ହୀରାକୁଦ ମୁଖ୍ୟ ନଦୀବନ୍ଧ ବୁର୍ଲା ଡିଭିଜନ ଅନ୍ତର୍ଗତ ବଡମୂଳ ଗେଜ ସାଇଟ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ପ୍ରତିଦିନ ମହାନଦୀରେ ପ୍ରବାହିତ ଜଳ ପରିମାଣ ସମ୍ପର୍କରେ ମୁଖ୍ୟ ନଦୀବନ୍ଧ ବୁର୍ଲା କାର୍ଯ୍ୟାଳୟକୁ ସୂଚନା ଦେବା ପାଇଁ ନଦୀବନ୍ଧ ଆରମ୍ଭ ସମୟରୁ ନୟାଗଡ଼ ଜିଲା ଗଣିଆ ବ୍ଲକ ବଡମୂଳଠାରେ ଏକ ଗେଜ୍‌ ସାଇଟ୍‌ ନିର୍ମାଣ କରାଯାଇଛି। ବର୍ଷାଋତୁରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ସମ୍ପର୍କରେ ସୂଚନା ପ୍ରଦାନ କରି ତଳିଆ ଅଞ୍ଚଳରେ ବଡଧରଣର ବନ୍ୟା ନିୟନ୍ତ୍ରଣ ପାଇଁ ଏହା ନିର୍ମାଣ କରାଯାଇଥିଲା। ଏଥିସହ ବିଭାଗୀୟ ଅଧିକାରୀଙ୍କ ରହଣି ପାଇଁ ମଧ୍ୟ ଏକ ଡାକବଙ୍ଗଳା ରହିଛି। ଡାକବଙ୍ଗଳା ରକ୍ଷଣାବେକ୍ଷଣ ଓ ପ୍ରତିଦିନ ଗେଜ ରିଡିଂ ପାଇଁ ଜଣେ ୱାକର୍‌ସ ୱାର୍କର ଓ ୨ଜଣ ଗେଜ୍‌ ରିଡରଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟହ ୩ଘଣ୍ଟା ବ୍ୟବଧାନରେ ମହାନଦୀରେ ପ୍ରବାହିତ ପାଣିକୁ ଗେଜ ରିଡିଂ ଦ୍ୱାରା ବୁର୍ଲାକୁ ସୂଚନା ପ୍ରଦାନ ପାଇଁ ଭିଏଚ୍‌ଏଫ୍‌ ଟାୱାର ନିର୍ମାଣ ହୋଇଛି। ହେଲେ ଦୀର୍ଘଦିନ ଧରି ଏହା ଅଚଳ ହୋଇପଡିଛି। ଫଳରେ ଗେଜ ରିଡରମାନେ ନିଜର ମୋବାଇଲ ଫୋନ୍‌ ଯୋଗେ ମେସେଜ୍‌ ପ୍ରଦାନ କରୁଛନ୍ତି। ଅଧିକାଂଶ ସମୟରେ ଏଠାରେ ମୋବାଇଲ୍‌ ନେଟ୍‌ୱର୍କ ରହୁ ନ ଥିବାରୁ ଗେଜ୍‌ ରିଡରମାନେ ମେସେଜ ପ୍ରଦାନ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିପ୍ରେକ୍ଷୀରେ ବର୍ଷାଋତୁରେ ମହାନଦୀର ବନ୍ୟାଜଳ କିମ୍ବା ହୀରାକୁଦ ନଦୀବନ୍ଧରୁ ଛଡାଯାଉଥିବା ବନ୍ୟାଜଳ ସମ୍ପର୍କରେ ସୂଚନା ପ୍ରଦାନରେ ଯଦି କୌଣସି ବ୍ୟତିକ୍ରମ ଦେଖାଦିଏ ତେବେ ମହାନଦୀର ତଳିଆ ଅଞ୍ଚଳରେ ବଡ ଧରଣର ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ଡାକବଙ୍ଗଳାଟିରେ ପାନୀୟଜଳ, ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ବୁର୍ଲା ଡିଭିଜନରୁ କୌଣସି ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ପାଦ ମଧ୍ୟ ଏଠାରେ ପଡେନାହିଁ। ପୂର୍ବରୁ ସାତକୋଶିଆ ଗଣ୍ଡକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକ, ରାଜନେତା ତଥା ସରକାରୀ ବାବୁମାନେ ଏହି ଡାକବଙ୍ଗଳାରେ ଭୋଜିଭାତ କରିବା ସହ ରାତ୍ରିଯାପନ କରୁଥିଲେ। ବର୍ତ୍ତମାନ ଏହା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳର କୋର ଏରିଆ ମଧ୍ୟରେ ରହୁଥିବାରୁ ବନ୍ୟପ୍ରାଣୀ ବିଭାଗର କଟକଣା ରହିଛି। ଏଠାକୁ କୌଣସି ପର୍ଯ୍ୟଟକ କିମ୍ବା ଅତିଥି ନ ଆସିବା ଯୋଗୁ ଡାକବଙ୍ଗଳାଟିର ରକ୍ଷଣାବେକ୍ଷଣ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉନାହାନ୍ତି। ଫଳରେ ଦିନକୁ ଦିନ ଏହା ନଷ୍ଟ ହେବାକୁ ବସିଲାଣି। ଡାକବଙ୍ଗଳା ସହ ଭିଏଚ୍‌ଏଫ୍‌ ଟାୱାରଟିର ମରାମତି କରାଯିବା ପାଇଁ ବିଭାଗୀୟ ଉଚ୍ଚପଦାଧିକାରୀ ଦୃଷ୍ଟି ଦେବା ନିମନ୍ତେ ଦାବି ହେଉଛି। ଏ ସମ୍ପର୍କରେ ଗେଜ୍‌ ସାଇଟ୍‌ର ୱାକର୍‌ସ ୱାର୍କର କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଭିଏଚ୍‌ଏଫ୍‌ ଟାୱାରଟି ଅଚଳ ହୋଇପଡିଥିବାରୁ ମୋବାଇଲ ଯୋଗେ ମେସେଜ ପଠାଯାଉଛି। ବନ୍ୟପ୍ରାଣୀ ବିଭାଗର କଟକଣା ଯୋଗୁ ଏଠାରେ କୌଣସି ପର୍ଯ୍ୟଟକଙ୍କୁ ରଖାଯାଉନାହିଁ। ଏଠାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପକର୍ର୍ରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଥିଲେ।


All Right Reserved By Dharitri.Com

ଅସୁସ୍ଥତା ଯୋଗୁ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ୧୭ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ

ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ...

କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଶଶିଭୂଷଣ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେନି ପ୍ରାର୍ଥୀ ଶଶିଭୂଷଣ ବେହେରା ୨,୨୩୯ ଭୋଟରେ ଆଗରେ ଅଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ...

୩୫ ରାଉଣ୍ଡ ଶେଷ, ଅନୁଭବ ୮୦ ହଜାର ଆଗରେ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ୩୫ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୮୦,୯୮୪ ଭୋଟରେ ଆଗରେ...

ସରନଈ ଓଭରବ୍ରିଜ୍‌ ପାର୍ଶ୍ୱରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାଲୁଗାଁ,୧୬।୬(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ୧୬ନଂ ଜାତୀୟ ରାଜପଥର ବାଲୁଗାଁ ବାଇପାସ୍‌ ରାସ୍ତା ସରନଈ ଓଭରବ୍ରିଜ୍‌ ପାର୍ଶ୍ୱରୁ ଶନିବାର ସକାଳେ ଜଳୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ...

ରାମାୟଣ ବଣ୍ଣିତ କଥାବସ୍ତୁକୁ ନେଇ ନାଟକ ଶିବଧନୁ ଭଗ୍ନ : ସୀତାରାମ ବିବାହ ଦୃଶ୍ୟରେ ଦର୍ଶକ ବିଭୋର

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର.)-କଣ୍ଟିଲୋ ରଘୁନାଥ ଜୀଉ ନାଟ୍ୟ ସମିତି, କଂସାରୀ ସାହି ପାଟଣା ଆନୁକୂଲ୍ୟରେ ଶନିବାର ୨ୟ ରାତିରେ ପୁରାଣ ବର୍ଣ୍ଣିତ ରାମାୟଣ କଥାବସ୍ତୁକୁ ନେଇ ନାଟକ ପରିବେଷିତ...

ଅନ୍ୟ ଜାତିରେ ବାହା ହୋଇଥିବାରୁ ଝିଅକୁ ନେଇଗଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୫ା୬: ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ତାଙ୍କ ବାପଘର ଲୋକେ ଆସି ନେଇଯାଇଛନ୍ତି। ଏ ନେଇ ସ୍ବାମୀ ଜଣକ ଥାନାରେ...

କେନ୍ଦ୍ରାପଡ଼ାକୁ ଗଡ଼ିଲା ଟ୍ରେନ୍‌ ଇଞ୍ଜିନ

କେନ୍ଦ୍ରାପଡ଼ା ଅଫିସ, ୨୯।୬: କେନ୍ଦ୍ରାପଡ଼ାକୁ ଗଡ଼ିଲା ଟ୍ରେନ୍‌ ଇଞ୍ଜିନ। ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଶନିବାର ଟ୍ରେନ୍‌ ଇଞ୍ଜିନ ଗଡ଼ିଛି। ପରୀକ୍ଷାମୂଳକ ଭାବେ ଇଞ୍ଜିନ ଡ୍ରାଇଭ କରାଯାଇଥିବା ସୂଚନା...

ପିଆଇସିଟି ଆଗରେ ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ,୧୦ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ଲିଜ୍‌ ନେଇଥିବା କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ଆଗରେ ମଙ୍ଗଳବାର ୩୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ...

Leave a comment

Your email address will not be published. Required fields are marked *