କାର୍‌ଗିଲ ବିଜୟ ଦିବସ: ବିଜୟ ଘୋଷଣା ପରେ ବି ସୀମାରେ ଉତ୍ତେଜନା କମି ନ ଥିଲା

ଖଇରା, ୨୬।୭-୧ମାସର ଘମାଘୋଟ ଲଢ଼େଇ ପରେ ଜୁଲାଇ ୨୬ତାରିଖକୁ ବିଜୟ ଦିବସ ଘୋଷଣା ସରିଥାଏ| ହେଲେ ସୀମାରୁ ଉତ୍ତେଜନା ହ୍ରାସ ପାଇ ନ ଥାଏ| ସେତେବେଳେ ଉରି ସେକ୍ଟରରେ ଓ୍ବେୟାରଲେସ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ ଯୋଡାଗଡ଼ିଆ ଗ୍ରାମର ଗୋପାଳଚନ୍ଦ୍ର ସାହୁ। ସେଦିନ ଥିଲା ୧୯୯୯ ଜୁଲାଇ ୩୧ତାରିଖ ା ସମୟ ମଧ୍ୟାହ୍ନ ୧୨ଟା। ସୈନ୍ୟବାହିନୀର ଏକ ଭ୍ୟାନରେ ରାଷ୍ଟ୍ରୀୟ ରାଇଫଲର ଅନ୍ୟ ୬ଜଣଙ୍କ ସହ ସାହୁ ସଡ଼କ ପଥରେ ଡ୍ୟୁଟି ପାଇଁ ଯାଉଥାନ୍ତି। ପାହାଡ ତଳେ ତାଙ୍କ ଭ୍ୟାନ ଚାଲୁଥିବା ବେଳେ ଉପରୁ ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ରହିଥାଏ ା ହଠାତ୍‌ ଉପରୁ ବୋମା ନିକ୍ଷେପ କଥା ଡ୍ରାଇଭର ଜାଣିପାରିଲେ। ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇବା ପାଇଁ ଅନୂ୍ୟନ ୧୦ମିଟର ଦୂରରୁ ଡ୍ରାଇଭର ରାସ୍ତାକଡକୁ ହଠାତ୍‌ ଗାଡି ବୁଲାଇ ଦେଇଥିଲେ। ଫଳରେ ଗାଡିଟି ଏକ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସାହୁଙ୍କ ସମେତ ଅନ୍ୟମାନେ ଆହତ ହୋଇଥିଲେ। ତାଙ୍କର ଡାହାଣ ଗୋଡ ଓ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିଲା। ଶ୍ରୀନଗର ଆର୍ମି ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ା ଅସ୍ତ୍ରୋପଚାର ୨ମାସ ଧରି ସେ ବେଡରେ ପଡିରହିଲେ ା ସୁସ୍ଥ ହେଲେ ସତ ହେଲେ ଶତପ୍ରତିଶତ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ତାଙ୍କ ବଦଳି କଲିକତାକୁ ହୋଇଥିଲା। ଆହୁରି କାର୍ଯ୍ୟ କରିବାକୁ ଆଗ୍ରହ ଥିଲେ ମଧ୍ୟ ୨୦୦୮ ସେପ୍ଟେମ୍ବର ୨୮ରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ଘରକୁ ଫେରି ଆସିଥିଲେ।
୨୦ବର୍ଷ ତଳର ଏଭଳି ରୋମାଞ୍ଚକ ଭରା କଥା ବଖାଣିଛନ୍ତି ଗୋପାଳ ସାହୁ। ସ୍ମୃତି ବଖାଣିବା ଅବସରରେ ସେ କ୍ଷତ ଚିହ୍ନଥିବା ସ୍ଥାନଗୁଡିକୁ ଦେଖାଇଥିଲେ। ଅବସର ପରେ ଏବେ ଆଗରପଡାର ସାହୁପଡା ପ୍ରକଳ୍ପ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଭାବେ ଜୀବିକା ନିର୍ବାହ କରୁଛନ୍ତି ସେ ା କୁପାରୀ ସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍‌ କରିବା ପର୍ଯ୍ୟନ୍ତ ସେ ସେନାବାହିନୀରେ ଚାକିରି କରିବାକୁ ଲକ୍ଷ୍ୟ ରଖିଥିଲେ। ଯେତେବେଳେ ସାର୍‌ମାନେ ଜୀବନର ଲକ୍ଷ୍ୟ କ’ଣ ବୋଲି ତାଙ୍କୁ ପଚାରୁଥିଲେ ସେତେବେଳେ ସେ ଏହି ଉତ୍ତର ଦେଉଥିଲେ। ସାର୍‌ମାନେ ମଧ୍ୟ ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଥିଲେ। ୧୯୯୧ ଡିସେମ୍ବର ୩୧ତାରିଖରେ ସେ ଟେକ୍ନିକାଲ ଟ୍ରେଡରେ ଯୋଗ ଦେଇଥିଲେ। ଜବଲପୁରରେ ଟ୍ରେନିଂ ପରେ ତାଙ୍କୁ ଗଙ୍ଗାନଗର, ବରେଲି, ନାଗାଲାଣ୍ଡ, ଜମ୍ମୁକଶ୍ମୀରର ଲଦାଖ ଅଞ୍ଚଳରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ା ସେନବାହିନୀ ଯୋଗଦେବା ଅର୍ଥ ଭାରତ ମା’ର ସେବା କରିବା। ତାକୁ କେହି ଚାକରି ବୋଲି ଭାବିବା କିମ୍ବା ଏଥିରେ ଆରାମ ଖୋଜିବା ଅନୁଚିତ ା ସୈନ୍ୟବାହିନୀରେ ଚାକିରି ଏବଂ ବିଶେଷ କରି ଜମ୍ମୁକଶ୍ମୀରରେ ୨୦ ଡିଗ୍ରୀ ତାପମାତ୍ରାରେ ଯିଏ କାମ କରିଛି ତାର ନିଆରା ଅନୁଭୂତି ସ୍ବତନ୍ତ୍ର ବୋଲି ଗୋପାଳ କହିଛନ୍ତି ା

(ଉତ୍କଳବନ୍ଧୁ ପଣ୍ଡା )


All Right Reserved By Dharitri.Com

ସମ୍ଭାବନା ବିକଶିତ ହେଲେ ମିଳିବ ନିଯୁକ୍ତି ସୁଯୋଗ

ବାଲେଶ୍ୱର ଅଫିସ, ୧୦।୬-କେନ୍ଦ୍ରରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀଧନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା...

ମଦମୃତ୍ୟୁକୁ ମାସେ ପୂରିନି: ଅବାଧରେ ଚାଲିଛି ଚୋରାମଦ କାରବାର

ଭଦ୍ରକ ଅଫିସ, ୨୭।୫ – ନିର୍ବାଚନ ସମୟରେ ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଚଳହ ସୃଷ୍ଟି କରିଥିଲା। ବିଷାକ୍ତ ମଦପିଇ ପୀରହାଟ ଓ...

ସଂଗ୍ରାମୀଙ୍କ ପରିବାର ଲୋକଙ୍କୁ ସ୍ବତନ୍ତ୍ର ପରିଚୟପତ୍ର

ବାସୁଦେବପୁର, ୩।୭ (ଡି.ଏନ.ଏ.): ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦାଠାରେ ଶହୀଦ ମେମୋରିଆଲ ସଂଗ୍ରାମୀ ମହାସଂଘ ପକ୍ଷରୁ ବୁଧବାର ସ୍ବାଧୀନତା ଓ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ...

ତାଳସାରୀ ମେରାଇନ୍‌ ଥାନାରେ ୨ ବଙ୍ଗୀୟ ଯୁବତୀ ଅଟକ, ବୟାନ ବଦଳାଉଥିବାରୁ ଫିଟୁନି ଗୁମର

ଭୋଗରାଇ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ସାହାବାଜିପୁରସ୍ଥିତ ଏକ ଗେଷ୍ଟହାଉସ୍‌ରୁ ୨ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକମାନେ ଧରି ତାଳସାରୀ ମେରାଇନ ଥାନାରେ ଜିମା ଦେଇଛନ୍ତି।...

ବେଆଇନ ବାଲି ଚାଲାଣ: ବିପଦରେ ତଟବର୍ତ୍ତୀ ଅଞ୍ଚଳ

ବଡ଼ସାହି,୨୭ା୫(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାଳବଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ...

ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନ ବିଶୃଙ୍ଖଳା ଘଟଣା ୬ ଶିକ୍ଷକ ନିଲମ୍ବିତ:ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା ଓ ବ୍ଲକ ପରିସରରେ ୧୨ନଂ. ଓ ୧୪ନଂ. ବୁଥ୍‌ର ଭୋଟ୍‌ ବାକ୍ସ ଖୋଲାଥିବା...

ଗ୍ରାମବାସୀଙ୍କ ଧାରଣା ପରେ ଅବରୋଧ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ପ୍ରକୃତ ସ୍ଥାନରୁ ଉଚ୍ଛେଦ ହଟାଯାଇ ନ ଥିବାରୁ ଅସନ୍ତୋଷ

ବାହାନଗା, ୧୪ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚକଜଗନ୍ନାଥପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଅଧାରେ କାମ ଅଟକିଛି ା କେତେକ...

ବ୍ୟାଙ୍କରେ ତାଲା ପକାଇଲେ ଗ୍ରାହକ

ସଜନାଗଡ଼, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଠିକ୍‌ ଭାବେ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଶୁକ୍ରବାର ବ୍ୟାଙ୍କ...

Leave a comment

Your email address will not be published. Required fields are marked *