ଚାଇନା ଓ୍ବେବ୍‌ସାଇଟରେ ଶପିଂ; ଦେବାକୁ ହେବ ୫୦% ଅଧିକ ଟିକସ

ନୂଆଦିଲ୍ଲୀ,୨୬-୭: ଚାଇନାର ଇ-କମର୍ସ ପ୍ଲାଟଫର୍ମରୁ ସାମଗ୍ରୀ କିଣୁଥିବା ଗ୍ରାହକ ସାବଧାନ ହୋଇଯାଆନ୍ତୁ। ଖୁବ୍‌ଶୀଘ୍ର ସେମାନଙ୍କ ଠାରୁ ସାମଗ୍ରୀ କିଣିବା ବାବଦରେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍‌ଟି ଏବଂ କଷ୍ଟମ୍ସ ଡ୍ୟୁଟି ଆଦାୟ କରାଯିବ।
ପ୍ରାପ୍ତ ସୂଚନାରୁ ପ୍ରକାଶ, ଚାଇନାର ଇ-କମର୍ସ କମ୍ପାନୀରୁ କିଣାଯାଉଥିବା ସାମଗ୍ରୀ ଉପରେ ଇଣ୍ଟିଗ୍ରେଟେଡ ଜିଏସ୍‌ଟି(ଆଇଜିଏସ୍‌ଟି)ର ବ୍ଲେଣ୍ଡେଡ୍‌ ଫ୍ଲାଟ୍‌ ଟିକସ ଏବଂ କଷ୍ଟମ୍ସ ଡ୍ୟୁଟି ଆଦାୟ କରିବାକୁ ଆୟକର ବିଭାଗ ବିଚାର କରୁଛି। ଚାଇନାର ଇ-କମର୍ସ ସାଇଟ୍‌ରୁ ଅବୈଧ ଭାବେ ମାଲ୍‌ କିଣିବାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ମନେ କରାଯାଉଛି।
ଏହି ମାମଲା ସହ ଜଡ଼ିତ ଦୁଇଟି ସୂତ୍ରରୁ କୁହାଯାଇଛି ଯେ, ଚାଇନାର ଅନ୍‌ଲାଇନ ଓ୍ବେବସାଇଟରୁ ସପିଂ କରୁଥିବା ଗ୍ରାହକଙ୍କ ଠାରୁ ଏହି ଟିକସ ଆଦାୟ କରାଯିବ। ଗତ ବର୍ଷକ ମଧ୍ୟରେ ଗିଫ୍‌ଟ ରୂପରେ ଚାଇନାରୁ ଆସିଥିବା ସାମଗ୍ରୀ ଭର୍ତ୍ତି ଜାହାଜକୁ କଷ୍ଟମ ବିଭାଗ ଧରିଥିବାର ବହୁ ନଜିର ରହିଛି। ଦେଶରେ ପ୍ରଚଳିତ ଆଇନ ଅନୁସାରେ ୫୦୦୦ ଟଙ୍କାରୁ କମ୍‌ ମୂଲ୍ୟର ସାମଗ୍ରୀକୁ ଉପହାର ରୂପରେ ବିଦେଶରୁ ଆଣିହେବ। ଏହା ଉପରେ କୌଣସି କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଏ ନାହିଁ। ଚାଇନା ସମେତ ବହୁ ବିଦେଶୀ ଇ-କମର୍ସ ଓ୍ବେବ୍‌ସାଇଟ ଏହି ନିୟମର ଫାଇଦା ଉଠାଇ ଉପହାର ଛଳରେ କୌଣସି ଡ୍ୟୁଟି ନ ଦେଇ ନିଜର ସାମଗ୍ରୀକୁ ଭାରତ ପଠାଇ ଚାଲିଛନ୍ତି। ପ୍ରାପ୍ତ ସୂତ୍ର ଅନୁଯାୟୀ କ୍ଲବ୍‌ ଫ୍ୟକ୍ଟ୍ରି, ଅଲିଏକ୍ସପ୍ରେସ ଓ ଶୀନ୍‌ ଭଳି ଚାଇନା ରିଟେଲର ଟିକସ ବିଭାଗର ନଜରରେ ରହିଛି। ଉକ୍ତ ପଦକ୍ଷେପ ଯୋଗୁ ସେମାନଙ୍କର ବ୍ୟବସାୟ ପ୍ରଭାବିତ ହେବ। ଏହି ଯୋଜନାରେ ସରକାର ପେମେଣ୍ଟ ଗେଟ୍‌ଓ୍ବେକୁ ସାମିଲ କରିବାକୁ ଭାବୁଛନ୍ତି। ଏହାଦ୍ୱାରା ଗ୍ରାହକ ଚାଇନାରୁ ସାମଗ୍ରୀ କିଣିବା ମାତ୍ରେ ଏହାର ମୂଲ୍ୟ ଉପରେ ଆଇଜିଏସ୍‌ଟି ଏବଂ କଷ୍ଟମ ଡ୍ୟୁଟିକୁ ସାମିଲ କରାଯିବ। ଅଦ୍ୟାବଧି ଭିନ୍ନ ଶ୍ରେଣୀ ପାଇଁ ଅଲଗା ଟିକସ ଅଥବା ଏକ ବ୍ଲେଣ୍ଡେଡ ଟିକସ ହାର ଆଦାୟ କରାଯିବା ନେଇ ସରକାର ଆଜିଯାଏ ନିଷ୍ପତ୍ତି ନେଇ ପାରୁ ନ ଥିଲେ।


All Right Reserved By

ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୨-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ...

ଏଲ୍‌ଇଡି ଟିଭି କିଣିଲେ ପୁରସ୍କାର ଜିତିବାର ସୁଯୋଗ ଦେଉଛି ଏଲ୍‌ଜି

ଭୁବନେଶ୍ୱର,୭-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଓ୍ବିନ ଇଭ୍ରି ଆଓ୍ବାର ଓ୍ବିଥ ଏଲ୍‌ଜି ସମ୍ପର୍କରେ ଘୋଷଣା କରାଯାଇଛି। ଓ୍ବାର୍ଲଡ କପ୍‌ ଅଫର ଅନ୍ତର୍ଗତ ଏହାର ଶୁଭାରମ୍ଭ...

ନାଲ୍‌କୋ ପକ୍ଷରୁ ଆମ୍ବେଡକର ଜୟନ୍ତୀ

ଭୁବନେଶ୍ୱର,୧୮-୪: ରାଷ୍ଟ୍ରାୟତ୍ତ ନାଲ୍‌କୋ ପକ୍ଷରୁ ସ୍ଥାନୀୟ ନାଲ୍‌କୋ ନଗରଠାରେ ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଡ୍‌କରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନାଲ୍‌କୋ...

ଚୋରି ମୋବାଇଲ ଲାଗି ଆସନ୍ତା ମାସରୁ ଆସିବ ଟ୍ରାକର ବ୍ୟବସ୍ଥା

ନୂଆଦିଲ୍ଲୀ,୮-୭: ଦାମୀ ସ୍ମାର୍ଟଫୋନ୍‌ ହଜିଯିବା ଅଥବା ଚୋରି ହୋଇଯିବା କ୍ଷେତ୍ରରେ ଏହାର ମାଲିକଙ୍କୁ ଆଣିଦେଇଥାଏ ଅନେକ ଦୁଃଖ। ଏଥିପାଇଁ ସେ ପୋଲିସର ଦ୍ୱାରସ୍ଥ ହୋଇ ଅନେକ...

ସବୁଠାରୁ ଖରାପ ସ୍ଥିତିରେ ବାଣିଜି୍ୟକ ପରିବେଶ

ମୁମ୍ବାଇ,୬-୧୦: ସେପ୍ଟେମ୍ବର ତ୍ରୈମାସରରେ ଦେଶର ବାଣିଜି୍ୟକ ପରିବେଶ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି। ୨୦୦୮ ଆର୍ଥତ୍କ ଦୁଃସ୍ଥିତି ପରେ ଏଭଳି ସ୍ଥିତି ଗତ ତ୍ରୈମାସରେ ଘରୋଇ...

ତନିଷ୍କର ଅହଲ୍ୟା କଲେକ୍ସନ ପ୍ରଦର୍ଶିତ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ତନିଷ୍କ ପକ୍ଷରୁ ନୂଆ ଅହଲ୍ୟା କଲେକ୍ସନ ଓଡ଼ିଶାରେ ବଜାର ପ୍ରବେଶ କରିଛି। କମ୍ପାନୀର ଏଭିପି ଏବଂ ରିଟେଲ ମୁଖ୍ୟ ଅରୁଣ ନାରାୟଣ, ଆଞ୍ଚଳିକ...

ବୀମାରେ ସାମିଲ ହେବ ମାନସିକ, ଜେନେଟିକ ରୋଗ

ନୂଆଦିଲ୍ଲୀ,୧୯-୫: ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏ) ବୀମା କମ୍ପାନୀଗୁଡ଼ିକୁ ମାନସିକ ଅସୁବିଧା, ଜେନେଟିକ ରୋଗ, ନ୍ୟୁରୋ ସମ୍ପର୍କିତ ବିକାର ତଥା ମନୋବୈଜ୍ଞାନିକ ବିକାର...

ଦୁବାଇ ରାସ୍ତାରେ ପାକିସ୍ତାନ ପହଞ୍ଚିବ ଭାରତୀୟ ମାଲ୍‌

ଇସଲାମାବାଦ୍‌,୧୨-୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଭାରତ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ମୁଣ୍ଡ ବିଗିଡି ଯାଇଛି। ଫଳରେ ଏହା ଭାରତ ସହିତ ବାଣିଜି୍ୟକ ଓ ରାଜନୈତିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *