ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧ ହ୍ରାସ ପାଇବ ବୋଲି ବୁଧବାର କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସଭାଗୃହ ପରିସରରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ଯୋଗଦେଇଥିବା ଗ୍ରାମବାସୀ ମତପ୍ରକାଶ କରିଛନ୍ତି। ପରମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସରପଞ୍ଚ ଅଶୋକ କୁମାର ପ୍ରଧାନ, ହଣ୍ଡପା ଥାନା ଆଇଆଇସି ଲବ ବୋଡ଼ା, ପ୍ରସନ୍ନ ପ୍ରଧାନ, ଚଗଲା ମାଝି, ସିଲୁ ନାୟକ, ଭିକାରୀ ମାଝି, ଲିଲି ସାହୁ, ମୋହନ ପ୍ରଧାନ, ଦାମୋଦର ପ୍ରଧାନ, ହିମାଂଶୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମରେ କିଭଳି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ନାବାଳିକାମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା।


All Right Reserved By Dharitri.Com

ଯୌତୁକ ଦାବିରେ ମହିଳାଙ୍କୁ ହତ୍ୟା ଅଭିଯୋଗ

ତାଳଚେର, ୩ା୬(ନି.ପ୍ର.) ତାଳଚେର ବ୍ଲକ ବିକ୍ରମପୁର ଥାନା ଅନ୍ତର୍ଗତ ଭଞ୍ଜ କଲୋନୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ଯୌତୁକଜନିତ ହତ୍ୟା ବୋଲି ପରିବାର ପକ୍ଷରୁ ଥାନାରେ...

ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ: ‘ସମନ୍ବୟ ହିଁ ବିକାଶର ଚାବିକାଠି’

ଢେଙ୍କାନାଳ ଅଫିସ, ୨୯ା୭: ସମନ୍ବୟ ହିଁ ବିକାଶର ଚାବିକାଠି। ଗଣମାଧ୍ୟମ, ଜନସାଧାରଣ, ରାଜନେତା ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ବିକାଶ ସମ୍ଭବ। ଗଣମାଧ୍ୟମ ପ୍ରତିନିଧି...

ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଏ ଆଗରେ

ଆଠମଲ୍ଲିକ, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୪୦୭୪...

ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଉନ୍ନତିରେ ଖର୍ଚ୍ଚ ହେଉନି ଅର୍ଥ

ତାଳଚେର, ୨୧ା୭ (ନି.ପ୍ର.) – ତାଳଚେର ପୌର ପରିଷଦରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଯୁବ ସମାଜସେବୀ ସଂଗଠନ। ଗୁରୁବାର ଆୟୋଜିତ ଏକ ଖବରଦାତା...

ପାଲଲହଡ଼ାରେ ମୁକେଶ ୬୦୦୩ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୨ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୦୦୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୧୧ତମ ରାଉଣ୍ଡରେ...

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ...

କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ

ଢେଙ୍କାନାଳ ଅଫିସ, ୨୪।୪- ସାଧାରଣ ନିର୍ବାଚନ-୨୦୧୯ରୁ ନିଜକୁ ଦୂରେଇ ରଖିଥିବା ବରିଷ୍ଠ ବିଜେଡି ନେତା ତଥା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ମଙ୍ଗଳବାର କୁଞ୍ଜକାନ୍ତ ଉଚ୍ଚ...

ବ୍ୟାଙ୍କ ଲୁଟ୍‌ ଉଦ୍ୟମ ବିଫଳ : ସାଇରନ ବାଜିବାରୁ ଛାଡ଼ି ପଳାଇଲେ ଲୁଟେରା

ଢେଙ୍କାନାଳ ଅଫିସ, ୨୪ା୬: ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମବେଳେ ସାଇରନ୍‌ ବାଜିବାରୁ ଲୁଟେରାମାନେ ଛାଡ଼ି ପଳାଇଛନ୍ତି। ତାଲା...

Leave a comment

Your email address will not be published. Required fields are marked *