ଅଧାପନ୍ତରିଆ ମେହେରୁଣି ପୋଲ: ଆପ୍ରୋଚ୍‌ ବୁଲାଣି ରାସ୍ତା ନେଲାଣି ୨୦ ଜୀବନ

ମନମୁଣ୍ଡା, ୨୫।୭ (ଡି.ଏନ.ଏ)
ବହୁ ପୁରାତନ ମେହେରୁଣି ପୋଲ ଦୁର୍ବଳ ହୋଇ ପଡିଥିବାରୁ ମନମୁଣ୍ଡାରେ ଏକ ନୂତନ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଛି । ଏହି କାମ ଗତ ୨୦୧୭ ଫେବୃୟାରୀ ୧୫ରୁ ଆରମ୍ଭ ହୋଇଥିଲା ଏବଂ ଏହା ୧୫ ଫେବୃୟାରୀ ୨୦୧୯ ସୁଦ୍ଧା ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ କାମ କଛପଗତିରେ ଚାଲିଥିବାରୁ ଅଦ୍ୟାବଧି ପିଲର ନିର୍ମାଣ ସରିନାହିଁ । ଏ ସମ୍ପର୍କରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଇଂ. ଧ୍ୟାନଚାନ୍ଦଙ୍କୁ ପଚାରିବାରୁ ଉଭୟ ପାର୍ଶ୍ୱର ଆପ୍ରୋଚ ଜମି ଅଧିଗ୍ରହଣ ଏଥିରେ ବାଧକ ସାଜିଥିବା କହିଛନ୍ତି । ଜମି ଅଧିଗ୍ରହଣ ସରି ନ ଥିବାରୁ କାମ ଆଗେଇ ପାରୁନାହିଁ । ଏହା ଅଗଷ୍ଟ ସୁଦ୍ଧା ହୋଇଯିବ ଏବଂ ତା ପରେ କାମ ଦ୍ରୁତଗତିରେ କରାଯାଇ ସମ୍ପୂର୍ଣ୍ଣ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଉକ୍ତ କାମର ଫଳକ ଅଦ୍ୟାବଧି ଲଗାଯାଇନାହିଁ । ତେବେ ଏହାର ବ୍ୟୟ ଅଟକଳ ୮ କୋଟି ୧୭ ଲକ୍ଷ ୪୨ ହଜାର ୬୫୨ ଟଙ୍କା ବୋଲି ଏନଏଚ ଏସଡିଓ ଗଣେଷ ବେହେରା କହିଛନ୍ତି। ପୁରାତନ ପୋଲର ଆପ୍ରୋଚ ବୁଲାଣି ଯୋଗୁ ବହୁ ଦୁର୍ଘଟଣା ଘଟିଛି । ଏହି ବିପଦପୂର୍ଣ୍ଣ ବୁଲାଣିରେ ଏନଏଚ ତରଫରୁ ସଙ୍କେତ ବୋର୍ଡ ଲଗାଯାଇ ନ ଥିବାରୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ହିଁ ଦୁର୍ଘଟଣା ହେଉଛି । ଦୁର୍ଘଟଣାରେ ଅଦ୍ୟାବଧି ପ୍ରାୟ ୨୦ଜଣଙ୍କ ଜୀବନ ଚାଲିଗଲାଣି । ନୂତନ ପୋଲ ହେଲେ ମୋଡାଣି ସିଧା ହୋଇପାରନ୍ତା ଓ ଦୁର୍ଘଟଣା ହୁଅନ୍ତା ନାହିଁ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି ।


All Right Reserved By Dharitri.Com

ତଳସରାରେ ପ୍ରଫୁଲ୍ଲ ମାଝି ପଛୁଆ

ତଳସରା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତଳସରା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡ. ପ୍ରଫୁଲ୍ଲ ମାଝି ପଛୁଆ ରହିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ନାବାଳିକା ବଳାତ୍କାର ଅଭିଯୋଗରେ ଜେଲ୍‌ଗଲେ ଯୁବକ

କୁଚିଣ୍ଡା,୧୨।୫(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସମୀର...

କରେନା କଟକଣା ବେଳେ : ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସାହା

ସମ୍ବଲପୁର,୨୮ା୪(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିବା ସହ ନାନା କଟକଣା ଜାରି କରିଛନ୍ତି ା...

ବନ ମହୋତ୍ସବ:ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ

କର୍ଲାମୁଣ୍ଡା,୮।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ଗ୍ରାମପଞ୍ଚାୟତ ଶିଶାଖାଲ ମଶାନ୍‌ମୁଣ୍ଡାଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ) ଓ ଉଦ୍ୟାନ ବିଭାଗ କର୍ଲାମୁଣ୍ଡା ପକ୍ଷରୁ...

ନାବାଲକ ଉପରେ ୫ ପରାନୀ କୁଟ୍‌ମର ବୋଝ୍‌: ଗୁପ୍‌ଚୁପ୍‌ ବିକି ପାଠ୍‌ ପଢ଼ୁଛନ୍‌ ଦେବାନନ୍ଦ

ଭବାନୀପାଟଣା,୧୨।୬(ଡି.ଏନ୍‌.ଏ.): ବଁଚ୍‌ବାର ଲାଗି ହେଲେ ଯୁଝ୍‌ବାକେ ପଡ଼ବା। ସେଟା କୁଟୁମ ପୁଷ୍‌ବାର ଲାଗି ହେଉ କି ପେଟ ପାଲବାର ଲାଗି ହେଉ। ମୁନୁଷ୍‌ କେନ୍‌ନେ ଗୁପ୍‌ଚୁପ୍‌...

ଖାଉଟି ଅଦାଲତ ଅବମାନନା ମାମଲାରେ ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ଟାଉନଥାନା ପୋଲିସ ପକ୍ଷରୁ ଶୁକ୍ରବାର ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରାଯାଇଛି। ଏକ ଖାଉଟି ଅଦାଲତ ଅବମାନନା ମାମଲାକୁ ନେଇ ତାଙ୍କ...

ବିଭିନ୍ନ ଦାବିନେଇ ଚାଷୀଙ୍କ ରିଲେ ଅନଶନ

ସମ୍ବଲପୁର,୨୨ା୧୦(ବ୍ୟୁରୋ): ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଓ ଜିଲା କୃଷକ ସଂଗଠନର ମିଳିତ ଡାକରାରେ ମଙ୍ଗଳବାର ସମ୍ବଲପୁର ଜିଲାପାଳଙ୍କ ଅଫିସ ନିକଟରେ ଚାଷୀମାନେ...

ଚମରାବାହାଲ ମାଲିଆ ହତ୍ୟାକାଣ୍ଡ , ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ,୨୩।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ସତ୍ୟନାରାୟଣ ଷଡଙ୍ଗୀ ଏକ ହତ୍ୟା ମାମଲାର ବିଚାର କରି ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ...

Leave a comment

Your email address will not be published. Required fields are marked *