ପାକିସ୍ତାନ ବସ୍‌ ଡ୍ରାଇଭର୍‌ଙ୍କ ପୁଅ ହେଲେ ବ୍ରିଟେନର ଅର୍ଥମନ୍ତ୍ରୀ

ଲଣ୍ଡନ,୨୫ା୭: ନୂତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୂର୍ବତନ ଗୃହମନ୍ତ୍ରୀ ସାଜିଦ ଜାଭିଦଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ଜାଭିଦଙ୍କୁ କଞ୍ଜରଭେଟିଭ ପାର୍ଟି ଏମ୍‌ପିଙ୍କ ସମର୍ଥନ ନ ମିଳିବାରୁ ବୋରିସ ବାଜି ମାରିନେଇଥିଲେ। ସାଜିଦ୍‌ ପାକିସ୍ତାନ ମୂଳର ବୋଲି ଜଣାପଡିଛି। ତାଙ୍କ ପିତା ଅବଦୁଲ ଗନି ପାକିସ୍ତାନରେ ଜଣେ ବସ୍‌ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। କାମ ଖୋଜିବା ପାଇଁ ସେ ପାକିସ୍ତାନରୁ ବ୍ରିଟେନ୍‌ ଆସିଥିଲେ। ଏଠାରେ ମଧ୍ୟ ସେ ବସ୍‌ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। ୧୯୬୯ରେ ସାଜିଦ୍‌ଙ୍କ ଜନ୍ମ ରକଡେଲ୍‌ ଟାଉନ୍‌ରେ ହୋଇଥିଲା। ୨୦୧୦ରେ ସେ ପ୍ରଥମଥର ପାଇଁ ସେ ଏମ୍‌ପି ହୋଇଥିଲେ। ୨୦୧୮ରେ ସେ ବ୍ରିଟେନ୍‌ର ସ୍ବରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ନେଇଥିଲେ।


All Right Reserved By Dharitri.Com

ବୋମା ବିସ୍ଫୋରଣରେ କମାଣ୍ଡରଙ୍କ ମୃତ୍ୟୁ

କାବୁଲ,୩୦।୧୧: ଆଫଗାନୀସ୍ତାନରେ ଏକ ବୋମା ବିସ୍ଫୋରଣରେ ଜଣେ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ରାସ୍ତା କଡ଼ରେ ଥିବା ଏକ ବୋମାରେ ସୈନ୍ୟ ବାହିନୀ ଗାଡ଼ି ଧକ୍କା ହେବାରୁ...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

ଭୟଭୀତ ପାକିସ୍ତାନ: ଲଦାଖ ନିକଟରେ ମୁତୟନ କଲାଣି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଏହାକୁ ନେଇ ପ୍ରତିଥର ସେ ଏମିତି କିଛି କାମ କରୁଛି...

ଲଣ୍ଡନ ବ୍ରିଜ୍‌ରେ ଛୁରାମାଡ଼

ଲଣ୍ଡନ,୩୦ା୧୧: ଲଣ୍ଡନ ବ୍ରିଜ୍‌ରେ ଜଣେ ଛୁରାଧାରୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସମ୍ପୃକ୍ତ ଆକ୍ରମଣକାରୀ ନିହତ ହୋଇଛନ୍ତି। ଏହା ଏକ ଆତଙ୍କବାଦୀ...

ଆଲବାନିଆରେ ଭୂମିକମ୍ପ: ୪୯ ମୃତ

ଟିରାନା,୩୦ା୧୧(ଏଏଫ୍‌ପି): ଆଲବାନିଆ ଭୂମିକମ୍ପରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫୦ ଆହତ ହୋଇଛନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆଲବାନିଆରେ...

ଆଫଗାନ୍‌ ସେନା ଉପରେ ତାଲିବାନ ଆକ୍ରମଣ

ନୂଆଦିଲ୍ଲୀ, ୧୫।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦...

୧୦୦୦ଫୁଟ୍‌ ଉପରୁ ଖସି ଗୋବ୍ରାଇଟ୍‌ଙ୍କ ପରଲୋକ

ଓ୍ବାଶିଂଟନ, ୩୦।୧୧: ଉତ୍ତର ମେକ୍ସିକୋର ଏକ ୧୦୦୦ ଫୁଟ୍‌ ଉଚ୍ଚ ଶିଳା ଉପରୁ ଖସିପଡ଼ି ଆମେରିକାର ପ୍ରଖ୍ୟାତ ପର୍ବତାରୋହୀ ବ୍ରାଡ୍‌ ଗୋବ୍ରାଇଟ୍‌ଙ୍କ ପରଲୋକ ହୋଇଛି। ୩୧...

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ...

Leave a comment

Your email address will not be published. Required fields are marked *