Posted inଫୁରସତ

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ବିଳମ୍ବରେ କଥା କୁହନ୍ତି। ମାତୃଗର୍ଭରେ ସେମାନଙ୍କର ଶରୀରର ବିକାଶ ଠିକ୍‌ ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଇଲୁନଏଜ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ଶିଶୁଙ୍କଠାରେ ଶୁଣିବା ଏବଂ ବୁଝିବା ଶକ୍ତି ପ୍ରାୟତଃ କମ୍‌ ରହିଥାଏ। ଶୁଣିବା ଏବଂ ବୁଝିବା ପ୍ରକିୟା ମସ୍ତିଷ୍କର ଅଡ଼ିଓଟାରୀ କୋଟେକ୍ସ୍‌ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଏହି କୋଟେକ୍ସ୍‌ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ପାରି ନ ଥାଏ। ଜନ୍ମର ଶେଷ ୩ରୁ ୪ମାସ ମଧ୍ୟରେ ଏହାର ବିକାଶ ହୋଇଥାଏ। ତେଣୁ ୭,୮ କିମ୍ବା ୯ ମାସରେ ଜନ୍ମଗ୍ରହଣ କରିଥିବା ଶିଶୁଙ୍କଠାରେ ଅଧିକାଂଶକ୍ଷେତ୍ରରେ ଶୁଣିବା କ୍ଷମତା କମ୍‌ ରହିଥାଏ। ଶୁଣିବା କ୍ଷମତା କମ୍‌ ରହିଲେ ବୁଝିବା ଓ କଥା କହିବା ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ମାତୃଗର୍ଭରେ ଅଧିକ ସମୟ ରହିଥିବା ଶିଶୁ ମାନସିକସ୍ତରରେ ସବଳ ରହିଥାନ୍ତି। ସେମାନେ ପ୍ରତିଟି କାର୍ଯ୍ୟକୁ ଧର୍ଯ୍ୟର ସହିତ ଅନୁଧ୍ୟାନ କରି ବୁଝି ବିଚାରି କାର୍ଯ୍ୟ କରିଥାନ୍ତି। ତେବେ ବିଳମ୍ବରେ କଥା ହେଉଥିବା ଶିଶୁଙ୍କ ସହିତ ମାତାପିତା ଅଧିକ ସମୟ ବିତାଇବା ଆବଶ୍ୟକ। ଏହାଦ୍ୱାରା ଶିଶୁ ଧୀରେଧୀରେ କଥା କହିବା ଆରମ୍ଭ କରିଥାଏ।


All Right Reserved By Dharitri.Com

ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି

ସବୁ ଦମ୍ପତି ସନ୍ତାନ ସୁଖ ଚାହାନ୍ତି। କିନ୍ତୁ କୌଣସି କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନ ଥାଏ। ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ...

କ୍ରିସ୍‌ମାସ୍‌ ଡେଷ୍ଟିନେଶନ

କ୍ରିସ୍‌ମାସ୍‌କୁ ପ୍ରାୟ ସବୁ ସ୍ଥାନରେ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏପରିକି ଭାରତର ଅନେକ ସ୍ଥାନରେ ବି ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ...

ସମ୍ପର୍କ ଯୋଡ଼ିବାର ମାଧ୍ୟମ

୧୯୧୫ ମସିହା ୯ ଜାନୁୟାରୀରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଫେରିଥିଲେ। ଏହି ଦିବସକୁ ସ୍ମରଣ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ପ୍ରତିବର୍ଷ...

ରାକ୍ଷୀରେ ଦିଅନ୍ତୁ ଏପରି ଗିଫ୍ଟ ଖୁସି ହୋଇଯିବେ ଭଉଣୀ

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାକ୍ଷୀ। ତେବେ ଏହି ରାକ୍ଷୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରକ୍ଷାବନ୍ଧନ ଆସିଗଲେ ବଜାରରେ...

ଏମିତି ଦେଶ : ଯେଉଁଠି ନାହିଁ ଏଟିଏମ୍‌, ସିମ୍‌କାର୍ଡ ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି

ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍‌...

ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍‌ଟବ୍‌ର ସୁବିଧା

ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍‌ଟବ୍‌। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍‌ଟବ୍‌ର ମଜା ନେବାକୁ...

ଏହି ମନ୍ଦିରରେ ସତୀ ପ୍ରଥାକୁ କରାଯାଏ ବିରୋଧ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେତେକ ରାଜପୁତ୍‌ ସମ୍ପ୍ରଦାୟରେ ସତୀ ପ୍ରଥା ରାଜରାଜୁଡ଼ା ଶାସନ ସମୟରେ ପାଳନ କରାଯାଉଥିଲା। ଜୋହର ବ୍ରତରେ...

ବିମାନ ବନ୍ଦରରେ ପ୍ରତିଦିନ ହୁଏ ଫାୟାରିଂ

ସୁରଟ : ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବିମାନବନ୍ଦରରେ ପୁଣି ପ୍ରତିଦିନ ଫାୟାରିଂ! ହେଲେ ହଁ। ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ...

Leave a comment

Your email address will not be published. Required fields are marked *