ଓଡ଼ଗାଁ: ଜବରଦଖଲରେ ମୂଲ୍ୟବାନ ଜମି

ଓଡ଼ଗାଁ,୧୪।୫(ସ୍ବ.ପ୍ର.)-ନୟାଗଡ ଜିଲାର ପ୍ରମୁଖ ତହସିଲ ଓଡ଼ଗାଁ ଓ ଏନଏସି ଅଞ୍ଚଳରେ ବହୁ ମୂଲ୍ୟବାନ ଜମି ଜବରଦଖଲରେ ରହିଥିବା ଅଭିଯୋଗ ହେଉଛି । ଏନେଇ ପ୍ରଶାସନିକ ଅଧିକାରୀ ଅବଗତ ଥିଲେ ସୁଦ୍ଧା ସେମାନଙ୍କ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟତଃ ଜିଲାର ଓଡ଼ଗାଁ ସହିତ ଦଲକ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯିବା ପରେ ନିକଟବର୍ତ୍ତୀ ବହୁ ଲୋକଙ୍କର ସଦର ଅଞ୍ଚଳର ଜାରିଙ୍ଗୀ ମୌଜାରେ ଥିବା ଜାଗା ଉପରେ ନଜର ପଡିଥିଲା । ଫଳରେ କେତେଜଣ ସ୍ଥାନୀୟ ଦଲାଲଙ୍କ ସହାୟତାରେ ଏହି ମୌଜାରେ ଥିବା ବହୁ ମୂଲ୍ୟବାନ ଜମିକୁ ଟଙ୍କା ଦେଇ ବେଆଇନଭାବେ ଦଖଲକୁ ନେଇଛନ୍ତି। ଏଥିସହ କାଗଜପତ୍ର କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଭିନ୍ନ ଗ୍ରାମରେ ଜବରଦଖଲକାରୀଙ୍କ ନିଜସ୍ବ ଘରବାରି ଥିଲେ ସୁଦ୍ଧା ସେମାନଙ୍କୁ ପୁଣିଥରେ ବାସହୀନ ଦର୍ଶାଇ ସରକାରଙ୍କ ତରଫରୁ ଘରବାରି ପ୍ରଦାନ କରାଯାଇଥିଲା। ଏସବୁ ପଛରେ ହୀନ ରାଜନୈତିକ ଉଦ୍ୟମ ରହିଥିବା ଆଲୋଚନା ହେଉଛି। ଏନେଇ ପ୍ରଶାସନିକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା। ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥାନୀୟ ବଜାର ଓ ସରକାରୀ ପଲିଟେକ୍‌ନିକ ନିକଟରେ ସରକାରୀ ଜାଗାରେ ବେଆଇନ ଦଖଲରେ ଥିବା କେତେକ ଦୋକାନ ଘରକୁ ଉପଜିଲାପାଳ, ତହସିଲଦାର ଓ ଏନଏସି ନିର୍ବାହୀ ଅଧିକାରୀଙ୍କ ଉପସ୍ଥିିତିରେ ଭାଙ୍ଗିଦିଆଯାଇଥିଲା । ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗିଥିବା ବେଳେ କେତେକ ଜବରଦଖଲକାରୀ ଦୋକାନ ଘରକୁ ପୁନଃ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ରବିଗାଡିଆ ପଞ୍ଚାୟତ ଅନ୍ତର୍ଗତ ଜାମୁପାଟଣା ଓ ଶୂଳିଆ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ବିଭିନ୍ନ କିସମର ପ୍ରାୟ ୬୦ ଏକର ସରକାରୀ ଜମିକୁ ଜଣକ ପରେ ଜଣେ ହଡପ କରିବାକୁ ଉଦ୍ୟମ କରୁଥିବା ଜଣାଯାଇଛି ା ପ୍ରଥମେ ସେମାନେ ଉକ୍ତ ସରକାରୀ ଜାଗାରେ ଝାଟିମାଟି ଚାଳଛପର ଘର କରି ରହିବା ପରେ ସେଠାରେ ସରକାରୀ ଅନୁଦାନରେ ଗ୍ରାମୀଣ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ କରିବାରେ ସଫଳ ହେଉଛନ୍ତି। ଏପରି କି କେତେକ ସମୟରେ ରାଜସ୍ବ ନିରୀକ୍ଷକ ସେହି ସ୍ଥାନଗୁଡ଼ିକରେ ନାଲି ପତାକା ମାରିଥିଲେ ସୁଦ୍ଧା ସେଥିପ୍ରତି କେହି ଖାତିର କରୁ ନାହାନ୍ତି। ଏପରିସ୍ଥଳେ ବାବା ଦୂତିକେଶ୍ୱର ମହାଦେବଙ୍କ ମନ୍ଦିର ନିକଟସ୍ଥ ପାଣି ଟାଙ୍କି ପାଖରେ ଝାଟିମାଟି ଓ ଚାଳଛପର ଘର ନିର୍ମାଣ କରି କେତେକ ଲୋକ ସରକାରୀ ଜାଗା ହଡପ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଜବରଦଖଲ ସମ୍ପର୍କରେ ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ନାୟକଙ୍କୁ ପଚରାଯିବାରୁ ସମ୍ପ୍ରତି ଆଚରଣ ବିଧି ଲାଗିଥିବାରୁ କୌଣସି କାଯର୍‌ୟାନୁଷ୍ଠାନ ହୋଇପାରିବ ନାହିଁ ଏବଂ ଆଚରଣ ବିଧି ଉଠିବା ପରେ ହିଁ ଯାହାକିଛି କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ ।


All Right Reserved By

ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଦାବି କଲା ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ

ନୟାଗଡ଼ ଅଫିସ,୨୧।୭-ନୟାଗଡ଼ ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଦାବି କରାଯାଇଛି। ନୟାଗଡ଼ରେ ମୁଖ୍ୟ ଡାକଘର ଥିବା ସହିତ...

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

କୃଷ୍ଣପ୍ରସାଦ,୪ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ନନ୍ଦଳା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଅମ୍ବି ନାୟକ(୬୨) ।...

ଏଟିଏମ୍‌ ସେବା ଠପ୍‌ : ଅନ୍ୟ ଅଞ୍ଚଳରୁ ଗ୍ରାହକ ଉଠାଉଛନ୍ତି ଟଙ୍କା

ନିରାକାରପୁର,୨୩ା୫(ଡି.ଏନ.ଏ.): ଫନୀ ପରେ ଖୋର୍ଦ୍ଧା ଜିଲା ନିିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ସେବା ଠପ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଏଟିଏମ୍‌ କେନ୍ଦ୍ର...

ମୋ’ବେଳାଭୂମିରେ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୦ା୭(ଡି.ଏନ୍‌.ଏ.)-ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ମୋ’ ବେଳାଭୂମି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳଗୁଡ଼ିକରୁ ଆବର୍ଜନା ମୁକ୍ତ ପାଇଁ...

ଗ୍ୟାସ୍‌ ଲିକ୍‌ରୁ ନିଆଁ : ୪ ଗୁରୁତର

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବହାଡ଼ାଝୋଲା ଢିପିସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ୪ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ରାସ୍ତାରେ ଗଦାହୋଇଛି ବାଲି, ମେଟାଲ : ଠିକାଦାରଙ୍କ ଦେଖାନାହିଁ

ନାଉଗାଁ,୧।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବସ୍ଥା ଏଭଳି ହୋଇ ଯେ,...

ହେଲାନାହିଁ ମାଛ ପିଣ୍ଡି ବ୍ୟବସ୍ଥା

ନୟାଗଡ଼ ଅଫିସ,୧୦।୭-କିଛି ଦିନ ତଳେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ୱରେ ଥିବା ଦିଆନକ ବନ୍ଧ ନାମକ ଏକ ପୋଖରୀ ଉପରେ ଘର ତିଆରି...

ଆଜି ବିଶ୍ୱ ପିତୃ ଦିବସ: ବଦଳିଯାଉଛି ପିତା ଧର୍ମ ପିତା ସ୍ବର୍ଗର ପରିଭାଷା, ପରିବାର ଥିଲେ ମଧ୍ୟ ସେମାନେ ଅବହେଳିତ

ଖଣ୍ଡପଡା,୧୬ା୬ – ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ହାତ ଧରି ଯିଏ ଚାଲିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *