ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର ଚିକିତ୍ସା ପାଇଁ କିଛି ମାସ ନ୍ୟୁୟର୍କରେ ରହିବା ପରେ ଏବେ ସୁସ୍ଥ ହୋଇ ଭାରତ ଫେରି ସାରିଛନ୍ତି। ଆଉ ତାଙ୍କ ସୁସ୍ଥତାକୁ ଦେଖି ତାଙ୍କ ଫ୍ୟାନମାନେ ଅଶା ରଖିଛନ୍ତି କି ସେ ପୁଣି ଥରେ ଅଭିନୟ ଦୁନିଆକୁ ଫେରନ୍ତୁ। ଆଉ ଏହାକୁ ନେଇ ଏବେ ସୋନାଲିଙ୍କ ସ୍ବାମୀ ଗୋଲଡି ବହଲ କହିଛନ୍ତି ସୋନାଲି ପୁଣି ଫେରିବେ ବଡ ପରଦାକୁ। ହେଲେ କେବେ ଫେରିବେ ତାହା ସ୍ପଷ୍ଟ କରି ନାହାଁନ୍ତି। ଅନ୍ୟପଟେ ସୋନାଲି ମଧ୍ୟ କୌଣସି ପ୍ରୋଜେକ୍ଟ ପାଇଁ ସାଇନ୍‌ କରି ନ ଥିବା ଜଣାପଡିଛି। ତେବେ ସେ ଯେ ଫେରିଲେ ତାଙ୍କ ପ୍ରଶଂସକ ସବୁଠାରୁ ଅଧିକ ଖୁସି ହେବେ ଏଥିରେ ଦ୍ୱିମତ ହେବାର ନାହିଁ। ତାଙ୍କର ସୁସ୍ଥ ଜୀବନ କାମନା କରି ଏବେବି ଅନେକେ ଅପେକ୍ଷା ରଖିଛନ୍ତି ତାଙ୍କ ଲେଉଟାଣିକୁ। ହୁଏତ ଖୁବଶୀଘ୍ର ଏହାକୁ ନେଇ ସୋନାଲି ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇପାରନ୍ତି।


All Right Reserved By Dharitri.Com

ଦିଶା ପଟାନୀ ଖୋଲିଲେ ଫିଟନେସର ରାଜ୍‌

ବଲିଉଡ୍‌ର ହଟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଦିଶା ପଟାନୀ ଆଗାମୀ ଫିଲ୍ମ ‘ମଲାଙ୍ଗ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ନିଜ ଫିଟନେସର ରାଜ୍‌ ଖୋଲିଛନ୍ତି...

କରୋନାକୁ ନାହିଁ ଡର: ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା କଲେ ବିବାହ

ଲଣ୍ଡନ,୨୧।୩: ସାରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ହୋଇପଡ଼ିଛି। ତେବେ ଏହାକୁ ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା ପାଓ୍ବ।ର ଅବାସ୍‌ ନ ଡରି...

ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଦବଙ୍ଗ ୩ର...

ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ...

ସିଲେଇ କରୁଥିବା ବ୍ୟକ୍ତିକୁ ବିବାହ କରିଥିଲେ ଏହି ଅଭିନେତ୍ରୀ

ଭାରତୀୟ ସିନେ ଜଗତରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ଦୀନା ପାଠକ। ଆଜି ଅର୍ଥାତ୍‌ ଅକ୍ଟୋବର...

୧୯ ବର୍ଷ ପରେ ଆୟୁଷ୍ମାନ ଖୋଲିଲେ ପ୍ରେମ ପେଡ଼ି

ମୁମ୍ବାଇ: ବଲିଉଡ୍‌ର ସବୁଠୁ କ୍ୟୁଟ୍‌ ଯୋଡ଼ି ଭାବେ ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପଙ୍କୁ ବିବେଚନା କରାଯାଏ। ଉଭୟେ ୨୦୦୮ ମସିହାରେ ବିବାହ ବନ୍ଧନରେ ବାନ୍ଧି...

ଶିଖା ଡାକିବ, ଗଙ୍ଗା ଆସିବ

ଗଙ୍ଗା ଫେରିବ। ଗଙ୍ଗା ଆସିବ। ଦିନେ ସଗର ରଜାର ପୁଅମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବିନୀ ଗଙ୍ଗାଙ୍କୁ ଆସିବା ପାଇଁ ପଡ଼ିଥିଲା ପୃଥିବୀକୁ। ମୋ ସଂସାର...

ସୋସିଆଲ ମିଡିଆରେ ଆକ୍ଟିଭ୍‌ ନୋରା

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ଘରେ ରହି ବଲିଉଡ୍‌ର ଡାନ୍ସିଂ କୁଇନ୍‌ ନୋରା ଫତେହି ସୋସିଆଲ୍‌ ମିଡିଆରେ ସମ୍ପର୍କ ରଖିଛନ୍ତି। ଏବେ ଫିଲ୍ମ ଶୁଟିଂ ବନ୍ଦଥିବାରୁ ସେ...

Leave a comment

Your email address will not be published. Required fields are marked *