Posted inଜାତୀୟ

ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌, ୨୦୧୯କୁ ଅନୁମୋଦନ କରିଛି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ ଆଧାର ତଥ୍ୟକୁ ରାଜ୍ୟ ଯୋଜନା ଏବଂ ସବ୍‌ସିଡି ପ୍ରଦାନ ଲାଗି ବ୍ୟବହାର କରାଯାଇପାରିବ।
କ୍ୟାବିନେଟର ଏହି ସଂଶୋଧନ ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ନିଜର କନ୍‌ସୋଲିଡେଟେଡ ଫଣ୍ଡ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକରେ ଆଧାରକୁ ବ୍ୟବହାର କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଦୀର୍ଘଦିନ ହେଲା ରାଜ୍ୟଗୁଡିକ ନିଜ ଯୋଜନାରେ ଆଧାର ବ୍ୟବହାର ଲାଗି ଦାବି କରିଆସୁଥିଲେ। କେନ୍ଦ୍ର ସରକାରଙ୍କଠାରୁ ସିଧାସଳଖ ପାଣ୍ଠି ଆସୁଥିବା ଯୋଜନାଗୁଡ଼ିକରେ ଆଧାର ବ୍ୟବହାର କରାଯାଇପାରିବ ବୋଲି ସୁୁପ୍ରିମକୋର୍ଟ ନିଜ ରାୟରେ ଦର୍ଶାଇଥିଲେ। କେନ୍ଦ୍ର ସରକାର ଯେପରି କେନ୍ଦ୍ରୀୟ ପାଣ୍ଠିରୁ ହିତାଧିକାରୀଙ୍କୁ ସବ୍‌ସିଡି ପ୍ରଦାନ କରୁଛନ୍ତି, ଠିକ୍‌ ସେହିପରି ରାଜ୍ୟଗୁଡ଼ିକ ଆଧାର ବ୍ୟବହାର କରି ରିହାତି ଦେଇପାରିବେ। ଏଥିପୂର୍ବେ ଚଳିତ ମାସରେ ଆଧାର ସଂଶୋଧନ ବିଲ୍‌କୁ ପାର୍ଲାମେଣ୍ଟରେ ଅନୁମୋଦନ କରାଯାଇସାରିଛି। ଏହି ସଂଶୋଧନ ଜରିଆରେ ମୋବାଇଲ ଫୋନ ଲାଗି ସିମ୍‌ ନେବା ଏବଂ ନୂଆ ବ୍ୟାଙ୍କ ଖାତା ଖୋଲିବାରେ ଆଧାର ବ୍ୟବହାର କରାଯାଇପାରିବ। ବୁଧବାର ଆଧାର ଆଇନରେ ଆଉ ଏକ ସଂଶୋଧନ ହୋଇଛି। ଏହାଦ୍ୱାରା ରାଜ୍ୟଗୁଡ଼ିକ ଏହାକୁ ବ୍ୟବହାର କରିବା ଲାଗି କ୍ଷମତା ପାଇବେ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ବିଲ୍‌କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପରେ ସମ୍ପୃକ୍ତ ସଂଶୋଧନକୁ ଏଥିରେ ଯୋଡାଯାଇଛି। ଏପରି ସ୍ଥିତିରେ କ୍ୟାବିନେଟ ଦେଇଥିବା ମଞ୍ଜୁରୀକୁ ପରେ ଦିଆଯାଇଥିବା ସହମତି ଭଳି ମନେକରାଯିବ। ସଂଶୋଧିତ ବିଲ୍‌ରେ ଏକ ନୂଆ ଧାରା ୫ଏ ଯୋଡାଯାଇଛି। ବିଲ୍‌ର ଧାରା ୭ରେ କେନ୍ଦ୍ରର ‘ଏକୀକୃତ ପାଣ୍ଠି’ ସହିତ ରାଜ୍ୟଗୁଡ଼ିକର ‘ଏକୀକୃତ ପାଣ୍ଠି’ ଶବ୍ଦକୁ ଯୋଡାଯାଇଛି। ଜାଭଡେକର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ୧୨୮ କୋଟି ପଞ୍ଜୀକୃତ ଆଧାର କାର୍ଡ ରହିଛି। ରାଜ୍ୟ ସରକାରଗୁଡ଼ିକ ଆଧାର କାର୍ଡ ବ୍ୟବହାର କରି ନିଜର ଯୋଜନାର ହିତାଧିକାରୀଙ୍କୁ ସବ୍‌ସିଡି ଦେବା ଦ୍ୱାରା ଜାଲ୍‌ ହିତାଧିକାରୀ ହଟିଯିବେ।


All Right Reserved By Dharitri.Com

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ...

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼...

ଜଳପଥ ଦେଇ ପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ: କାଣ୍ଡଲା ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଗାନ୍ଧୀ ନଗର,୨୯।୮: ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ କମାଣ୍ଡୋ ଜଳଭାଗ ଦେଇ ଭାରତ ସୀମାରେ ଥିବା...

ଜଷ୍ଟିସ୍‌ ତାହିଲରମଣିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ା୧୦: ଗୋଇନ୍ଦା ବ୍ୟୁରୋ (ଆଇବି) ରିପୋର୍ଟ ଆଧାରରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି.କେ. ତାହିଲରମଣିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ...

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଶ୍ରୀନଗରର ହରି ସିଂ ରୋଡ୍‌ଠାରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଗ୍ରେନେଡ୍‌ ମାଡ଼ରେ ଜଣେ...

ମହାରାଷ୍ଟ୍ର ରାଜନୀତି: ଉଦ୍ଧବଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ; କହିଲା ଶିବସେନା

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏବେ ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ ଉଦ୍ଧବ ଠାକ୍‌ରେଙ୍କ ହାତରେ କ୍ଷମତା...

ଜାଲ୍‌ ଡାକ୍ତର ସାର୍ଟିଫିକେଟ ଦେଇ ୧୦ ବର୍ଷ ହେଲା କରୁଥିଲେ ହଜାର ଅପରେଶନ

ମିରଟ୍‌,୧।୧୦: ଉତ୍ତର ପ୍ରଦେଶର ସହାରନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଗତ୧୦ ବର୍ଷ ହେଲା ଜଣେ ନକଲି ଡାକ୍ତର ହଜାରରୁ...

ସୋନଭଦ୍ରା ଗସ୍ତରେ ଯୋଗୀ ଆଦିତ୍ୟନାଥ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ନରସଂହାର ପରେ ରାଜନେତାମାନେ ଏଠାକୁ ଗସ୍ତ କରୁଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

Leave a comment

Your email address will not be published. Required fields are marked *