Posted inଖେଳ

ଜାପାନ ଓପନ୍‌: ସିନ୍ଧୁ, ସାଇ ପ୍ରଣୀଥ୍‌ କ୍ୱାର୍ଟରରେ

ଟୋକିଓ, ୨୫।୭ (ପି.ଟି.)- ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଷ୍ଟାର୍‌ ଭାରତୀୟ ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। କିନ୍ତୁ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଏଚ୍‌.ଏସ୍‌. ପ୍ରଣୟଙ୍କୁ ନିରାଶ ହେବାକୁ ପଡ଼ିଛି। ମହିଳା ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ୫ମ ସିଡ୍‌ ସିନ୍ଧୁ ୧୧-୨୧, ୨୧-୧୦, ୨୧-୧୩ ଗେମ୍‌ରେ ଜାପାନର ଅୟା ଓହରିଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ଏକ ଘଣ୍ଟା ପାଖାପାଖି ସମୟ ଲାଗିଥିଲା। ଏଥିସହ ଓହରିଙ୍କ ବିପକ୍ଷରେ ସିନ୍ଧୁ ବିଜୟ ବ୍ୟବଧାନକୁ ୮-୦କୁ ବଢ଼ାଇଛନ୍ତି। ଚାଇନାର ଚେନ୍‌ ଜିଆଓ ଜିନ୍‌ ଓ ୪ର୍ଥ ସିଡ୍‌ ଜାପାନର ଏକାନେ ୟାମାଗୁଚିଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ରେ ଯିଏ ଜିତିବ ସିଏ ଅନ୍ତିମ-୮ ରାଉଣ୍ଡରେ ସିନ୍ଧୁଙ୍କ ସହ ମୁକାବିଲା କରିବେ। ଅପରପକ୍ଷରେ ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ପ୍ରଣୀଥ୍‌ ୨୧-୧୩, ୨୧-୧୬ ସିଧାସଳଖ ଗେମ୍‌ରେ ଘରୋଇ ପ୍ରତିଯୋଗୀ କାଣ୍ଟା ସୁନେୟାମାଙ୍କୁ ପରାସ୍ତ କରିଛନ୍ତି। ମ୍ୟାଚ୍‌ ଜିତିବାକୁ ପ୍ରଣୀଥ୍‌ଙ୍କୁ ମାତ୍ର ୪୫ ମିନିଟ୍‌ ସମୟ ଲାଗିଥିଲା। ତେବେ ପ୍ରଥମ ରାଉଣ୍ଡରେ ସାଥୀ ଖେଳାଳି କିଡାମ୍ବୀ ଶ୍ରୀକାନ୍ତଙ୍କୁ ପରାସ୍ତ କରିଥିବା ପ୍ରଣୟ ୯-୨୧, ୧୫-୨୧ ସିଧାସଳଖ ଗେମ୍‌ରେ ଡେନମାର୍କର ରାସମସ୍‌ ଗେମେକଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସେହିଭଳି ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାନ୍‌କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

୮ ଲକ୍ଷ ଟଙ୍କା ନ ଦେଲେ ରେସଲର ରୀନା ଆଜୀବନ ବାସନ୍ଦ ହେବେ

ନୂଆଦିଲ୍ଲୀ,୩୦।୫(ପି.ଟି.)- ୮ ଲକ୍ଷ ଟଙ୍କା ନ ଦେଲେ ଭାରତୀୟ ମହିଳା ରେସଲର ରୀନା ଆଜୀବନ ବାସନ୍ଦ ହେବେ। ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ରେସଲିଂ...

ରାହାନେଙ୍କ ବିରଳ ବିଶ୍ୱ ରେକର୍ଡ

ରଞ୍ଚି,୨୨।୧୦- ଭାରତୀୟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ଏକ ନିଆର ଟେଷ୍ଟ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପର୍ଯ୍ୟନ୍ତ କ୍ୟାରିୟରରେ ୬୧ଟି ଟେଷ୍ଟ ଖେଳିଥିଲେ ମଧ୍ୟ...

ବିରାଟ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତିକି ଟଙ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କୋହଲି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ...

ହାମିଲଟନ ଜିତିଲେ କାନାଡିଆନ୍‌ ଗ୍ରାଁପ୍ରି

ମଣ୍ଟ୍ରିଲ, ୧୦ା୬ (ଏଏଫ୍‌ପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ କନାଡିଆନ୍‌ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫...

ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌: ଦୂତୀଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଲକ୍ଷ୍ନୌଠାରେ ଅନୁଷ୍ଠିତ ୫୯ତମ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟରରେ...

ଅଲିମ୍ପିକ୍ସ ସ୍ବପ୍ନରେ ମିଡ୍‌ଫିଲ୍ଡର ରାଜ୍‌ କୁମାର

ବେଙ୍ଗାଲୁରୁ, ୧୯।୩- ଭାରତୀୟ ହକି ଦଳର ନୂଆ ଚେହେରା ହେଉଛନ୍ତି ରାଜ କୁମାର ପାଲ। ଉତ୍ତର ପ୍ରଦେଶର ଏହି ପ୍ରତିଭା ସମ୍ପନ୍ନ ଖେଳାଳି ଭୁବନେଶ୍ୱରର କଳିଙ୍ଗ...

ଉମେଶ ଯାଦବଙ୍କ କୃତିତ୍ୱ

ରାଞ୍ଚି, ୨୧।୧୦- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟର ୨ୟ ଦିବସରେ ଭାରତର ଉମେଶ ଯାଦବ ତାଙ୍କ ବ୍ୟାଟିଂ ଦକ୍ଷତା...

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା...

Leave a comment

Your email address will not be published. Required fields are marked *