Posted inଫୁରସତ

ଦୀପିକାଙ୍କ ନାଁରେ ତିଆରି ହେଲା ଜୋତା

ଫ୍ରାନ୍ସର ଫ୍ୟାଶନ୍‌ ଡିଜାଇନର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ଏବେ ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ନାଁ ଅନୁସାରେ ତିଆରି କରିଛନ୍ତି ଏକ ହାଇହିଲ୍‌। ଏହା ଦେଖିବାକୁ ଯେତିକି ସୁନ୍ଦର ଏହା ଦାମ୍‌ ମଧ୍ୟ ସେତିକି ଅଧିକ। ଏବେ ଦୀପିକା କାନ୍ସ ଫିଲ୍ମ ପେଷ୍ଟିଭାଲରେ ଚର୍ଚ୍ଚିତ ଚେହେରା ହୋଇଥିବା ବେଳେ ଅନେକ ସମୟରେ ସେ ଷ୍ଟାଇଲିସ୍‌ ଜୋତା, ପର୍ସ ଆଦି କ୍ୟାରି କରିବାକୁ ଭଲ ପାଆନ୍ତି। ସେ ଅନେକ ଥର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ଙ୍କ ଡିଜାଇନ୍‌ ହୋଇଥିବା ଜୋତା ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୀପିକାଙ୍କର ଏହି ରୁଚିକୁ ଦେଖି ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ତାଙ୍କ ନାଁରେ ଏବେ ଏମିତି ଏକ ହାଇହିଲ୍‌ ତିଆରି କରିଛନ୍ତି ଯାହା ବେଶ୍‌ ଆକର୍ଷଣୀୟ ହୋଇଛି। କଳା ରଙ୍ଗର ଏହି ହାଇ ହିଲ୍‌ଟି ସାଧାରଣ ହାଇହିଲ୍‌ ଠାରୁ ଟିକେ ଭିନ୍ନ। ଅନ୍ୟସବୁର ହିଲ୍‌ ସିଧା ହୋଇଥିବା ବେଳେ ଦୀପିକାଙ୍କ ନାଁରେ ତିଆରି ହୋଇଥିବା ବ୍ଲାକ କଲରର ଏହି ହିଲ୍‌ କିନ୍ତୁ ଅଙ୍କାବଙ୍କା। ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଛି। ତେବେ ଏହି ହିଲ୍‌ର ଦାମ୍‌ ରହିଛି ପାଖାପାଖି ୯୯୫ ଡଲାର ବା ୭୦ ହଜାର ଟଙ୍କା।


All Right Reserved By Dharitri.Com

ଲୋକପ୍ରିୟତା ସାଉଁଟୁଛି ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ନୂଆଦିଲ୍ଲୀ: ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ଗୁଜରାଟଠାରେ ତିଆରି ହୋଇଛି ଷ୍ଟାଚ୍ୟୁ ଅଫ୍‌ ୟୁନିଟି। ଏହା ଦୁନିଆର...

ଆଖିକୁ ଭଲ ନ ଦିଶିବା ସତ୍ତ୍ୱେ ୭ ଘଣ୍ଟାରେ ଚଢ଼ିଲେ ୪୫୦ ଫୁଟ ଉଚ୍ଚର ପାହାଡ଼

ଏଡିନ୍‌ବର୍ଗ: ମନରେ ଦୃଢ଼ ଇଚ୍ଛାଶକ୍ତି ଆଉ ବିଶ୍ୱାସ ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବ୍ରିଟେନ୍‌ର ଜେସି...

ଅଫିସରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା

ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍‌ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ...

ବିଲେଇ ପିନ୍ଧୁଛନ୍ତି ନିଜ ଲୋମରେ ତିଆରି କ୍ୟାପ୍‌

ପୋଷା ପ୍ରାଣୀଭାବେ ଅନେକେ ବିଲେଇ ରଖିବାକୁ ପସନ୍ଦ କରନ୍ତି। ସେମାନଙ୍କ ସୁନ୍ଦର କମନୀୟ ଚେହେରା, ଗେହ୍ଲେଇ ହେବା ଲୋକଙ୍କ ମନ ଜିଣିନିଏ। ଅନେକେ ତ ନିଜ...

ମା’ ହବ ତ ଏମିତି

ମା’ ହେବ ତ ଏମତି। ଠିକ୍‌ ଯେମିତି ବେକି କ୍ରାଣ୍ଡଲେ। ନିଜ ପୁଅକୁ ନେଇ ସେ ଭାରି ସମ୍ବେଦନଶୀଳ। କେହି ଯଦି ପୁଅ ବିଷୟରେ କିଛି...

ନବଦମ୍ପତି ହଜାଇଦେଲେ ମନ ପସନ୍ଦର ଜିନିଷ, ପାଇବା ପାଇଁ ଖେଳାଇ ଖୋଜିଲେ ୩୦ ଟନ୍‌ ଅଳିଆ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଥିବା ନବଦମ୍ପତି ସେମାନଙ୍କ ମନ ପସନ୍ଦର ଏକ ଜିନିଷ ହଜାଇ ଦେଇଥିଲେ। ଫଳରେ ଏହାକୁ ପାଇବା ପାଇଁ ସେମାନେ ୩୦ ଟନ୍‌ର...

ବାଟ ଭୁଲି ଜଙ୍ଗଲରେ ହଜିଗଲେ ମା’ଙ୍କ ସହ ୩ ସନ୍ତାନ, ୩୪ଦିନ ଫଳମୂଳ ଖାଇ ଜୀବନ ବଞ୍ଚାଇଲେ

ବୋଗୋଟା: କଲମ୍ବିଆର ଜଙ୍ଗଲରେ ଏକ ପରିବାର ଛୁଟି କଟାଇବାକୁ ଯାଇଥିବା ବେଳେ ମା’ ଏବଂ ୩ ସନ୍ତାନ ବାଟ ଭୁଲି ରହିଯାଇଥିଲେ। ଏମାନଙ୍କୁ ୩୪ ଦିନ...

ସବୁଜ ମିଶନରେ ଲାଗିପଡିଛନ୍ତି ପାରା ଆଥଲେଟ୍‌ ଟି ଭି ସୁବ୍ରମଣୀ

ଅନ୍ତର୍ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିଅନସିପରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଙ୍ଗାଲୁରୁ ନିବାସୀ ୩୯ ବର୍ଷୀୟ ଟି ଭି ସୁବ୍ରମଣୀ ନିଜ ଗାଁରେ ସବୁଜ...

Leave a comment

Your email address will not be published. Required fields are marked *