ବିଏମ୍‌ସିର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବିକୃତ ହେଉଛି ରାଜଧାନୀ

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ଏବେ ଦୈନିକ ୬୦୦ ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ବାହାରୁଛି। ବିଭିନ୍ନ ସ୍ଥାନରେ ଛୋଟବଡ଼ ଡଷ୍ଟବିନ୍‌ ରଖାଯାଇ ଆବର୍ଜନା ସଂଗ୍ରହ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଡଷ୍ଟବିନଗୁଡ଼ିକର ଦୟନୀୟ ସ୍ଥିତିକୁ ଦେଖିଲେ ବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଉଠୁଛି । କେଉଁଠି ଡଷ୍ଟବିନ୍‌ ଉଭାନ ହୋଇଯାଇଥିବାବେଳେ ଅଳିଆ ଆବର୍ଜନା ରାସ୍ତାରେ ଜମା ହେଉଛି। ପୁଣି ଆଉ କେଉଁଠି ରହିଥିବା ଡଷ୍ଟବିନ୍‌ଗୁଡିକ ମଧ୍ୟରୁ କିଛି ଭାଙ୍ଗିଯାଇଥିବା ବେଳେ ଆଉ କେତେକ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। ଡଷ୍ଟବିନ୍‌ଗୁଡିକର ତଳ ଓ ପାର୍ଶ୍ୱ ଅଂଶ ମେଲା ହୋଇ ରହିଥିବାରୁ ଅଳିଆ ଆବର୍ଜନାଗୁଡିକ ତଳକୁ ଖସି ଦୁର୍ଗନ୍ଧ ହେଉଛି। ସହରର ଏପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପ୍ରତି ବିଏମ୍‌ସି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖିବନ୍ଦ କରିଦେଇଥିବା ଭଳି ମନେ ହେଉଛି। କର୍ତ୍ତୃପକ୍ଷଙ୍କ ଏଭଳି ଆଭିମୁଖ୍ୟ ପାଇଁ ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବିକୃତ ହେବାରେ ଲାଗିଛି ।

ଯୋଜନା କେବଳ କାଗଜକଲମରେ
ସ୍ବଚ୍ଛତାକୁ ନେଇ ବିଏମ୍‌ସିର ଯୋଜନା କମ୍‌ ନାହିଁ। ହେଲେ କାର୍ଯ୍ୟକାରିତା କେବଳ କାଗଜ କଲମରେ ସୀମିତ ରହୁଥିବାରୁ ଆରମ୍ଭରୁ ଉତ୍ସାହିତ ହୋଇପଡୁଥିବା ଅଧିକାରୀମାନେ କିଛିଦିନ ପରେ ପୂରା ଶୋଇପଡୁଛନ୍ତି। ଦେଶର ନଂ.୧ ସ୍ମାର୍ଟସିଟି ଭୁବନେଶ୍ୱର ବର୍ତ୍ତମାନ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ୨୪୯ ନମ୍ବର ସ୍ଥାନରେ ରହିଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶୁନି କିମ୍ବା ଅଳିଆ ସଫା ଦାୟିତ୍ୱରେ ଥିବା ଠିକା ସଂସ୍ଥା କ’ଣ କରୁଛି ତାହା ତଦାରଖ କରିବାକୁ ମନ ବଳାଉନି। ଫଳରେ ସହର ସାରା ଯୁଆଡ଼େ ଦେଖିବ ଅଳିଆ ଆବର୍ଜନା ପଡ଼ିରହୁଛି। ବିଭିନ୍ନ ୱାର୍ଡ ଓ ବଜାରରେ ରଖାଯାଇଥିବା ଡଷ୍ଟବିନର ବିକଳାଙ୍ଗ ଅବସ୍ଥା ଦେଖିଲେ ମନେ ହେଉଛି ସ୍ମାର୍ଟସିଟିରେ ବି କଳଙ୍କି ଲାଗି ଯାଇଛି।
ବିଏମ୍‌ସିରୁ ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ଭୁବନେଶ୍ୱରରେ ୧୨୦ ଲିଟର ୫ଟି, ୨୪୦ ଲିଟର ୭୪୨ଟି, ୧୧ଶହ ଲିଟର ୯୫୩ଟି, ୫ଶହ ଲିଟର ୭ଟି, ୩ଶହ ୫୦ ଲିଟର ୨୩୦ଟି ଡଷ୍ଟବିନ୍‌ ରହିଛି। ଏହାବାଦ୍‌ ରାସ୍ତାପାର୍ଶ୍ୱରେ ଛୋଟ ଛୋଟ ୧୮ଶହଟି ଡଷ୍ଟବିନ ରହିଛି। ସେହିଭଳି କିଛିଦିନ ତଳେ ୫୦ଟି ଅଣ୍ଡରଗ୍ରାଉଣ୍ଡ୍‌ ଡଷ୍ଟବିନ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି। ଏତେ ସଂଖ୍ୟକ ଡଷ୍ଟବିନ୍‌ ସତ୍ତ୍ୱେ କାହିଁକି ରାସ୍ତାକଡ଼, କଲୋନୀ ଓ ବଜାରରେ କୁଢ଼କୁଢ଼ ଅଳିଆ ବାହାରେ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ହସ୍ତଗତ ରିପୋର୍ଟ ଅନୁସାରେ, ବିଏମ୍‌ସି ଠିକ୍‌ ଭାବେ ପରିଚାଳନା କରୁ ନ ଥିବାରୁ ଏସବୁ ଡଷ୍ଟବିନ ମଧ୍ୟରୁ ଅଧିକାଂଶ ଭାଙ୍ଗି ଯାଇଥିବାବେଳେ ଆଉକିଛି ଉଭାନ ହୋଇଯାଇଛି।
ଖୋଲା ଗାଡ଼ିରେ ବୁହାହେଉଛି ଅଳିଆ
ଟ୍ରକ କିମ୍ବା ଟ୍ରାକ୍ଟରରେ ଆବର୍ଜନା ସ୍ଥାନାନ୍ତର ସମୟରେ ଉପରେ ପାଲ କିମ୍ବା ଅନ୍ୟ କିଛି ଘୋଡ଼େଇ ନେବାକୁ ଠିକାସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ରହିଛି। ମାତ୍ର ଖୋଲା ଗାଡ଼ିରେ ଅଳିଆ ଆବର୍ଜନା ବୁହାଯାଉଥିବାରୁ ତାହା ରାସ୍ତା ଖସିପଡ଼ିବା ସହ ଦୁର୍ଘଟଣା ଓ ଦୁର୍ଗନ୍ଧର କାରଣ ହେଉଛି। ସହରରେ ପ୍ରତିଦିନ ଏଭଳି ଚିତ୍ର ଦେଖିବାକୁ ମିଳୁଥିବାବେଳେ ରାସ୍ତାରେ ଯାଉଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।


All Right Reserved By Dharitri.Com

ବିମାନବନ୍ଦର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ: ମୃତାହତଙ୍କୁ କ୍ଷତିପୂରଣ ଦେବ ଠିକାଦାର ସଂସ୍ଥା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ବିଲ୍ଡିଂର ଛାତ ଭୁଶୁଡ଼ିବା ଘଟଣାରେ କ୍ଷତିପୂରଣ ଦେବ ଠିକାଦାର ସଂସ୍ଥା ଦିଲୀପ କନ୍‌ଷ୍ଟ୍ରକ୍‌ଶନ।...

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ: ଆତ୍ମହତ୍ୟା ରୂପ ଦେବାରୁ ପୋଲିସକୁ ମାଡ଼

ବାଲିଆପାଳ,୨୭।୭ (ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ...

ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ପଙ୍କଜ

ଲୋଇସିଂହା, ୧୫।୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଝରଣୀପାଲି ଗଁାର ପଙ୍କଜ ମାଝି(୩୦)। ଭେଁଡ଼ା ବଏସେ ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ ପରଭାରେ ଖଟେ...

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ପାସ ହାର ୪୩.୬୨%

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ପାସ ହାର ୪୩.୬୨% ରହିଥିବା ବେଳେ ଓପନ୍‌ ସ୍କୁଲରେ ପାସ ହାର...

ସହରଠୁ ୩ କି.ମି. ଦୂର ଗୁମିକୁ ରାସ୍ତା ନାହିଁ

ଫୁଲବାଣୀ ଅଫିସ, ୨୪ା୧୨- ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ। ଫୁଲବାଣୀ ସହରଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଗଁ। ଗୁମିକୁ ସବୁଦିନିଆ...

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଏ ନେଇ ଭୁବନେଶ୍ୱର ବିମାନବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ...

ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୯ା୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି...

ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଯାଇପାରେ ଚାକିରି: ମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍‌(ସିସିଏ ରୁଲ୍‌ସ)୧୯୬୨ ରୁଲ-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ...

Leave a comment

Your email address will not be published. Required fields are marked *