Posted inଜାତୀୟ

କମଳନାଥ ସରକାରଙ୍କ ବିଲ୍‌କୁ ୨ ଭାଜପା ବିଧାୟକଙ୍କ ସମର୍ଥନ

ଭୋପାଳ,୨୫ା୭(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସରକାର ଆଣିଥିବା ଏକ ବିଲ୍‌କୁ ଦୁଇଜଣ ଭାଜପା ବିଧାୟକ ସମର୍ଥନ କରିବା ଗୈରିକ ଦଳ ପାଇଁ ଝଟକା ସଦୃଶ ହୋଇଛି। ଭାଜପା ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍‌ ପୂର୍ବରୁ କଂଗ୍ରେସରେ ଥିଲେ। ସେମାନେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଚାହୁଁଥିବାରୁ ସରକାରଙ୍କୁ ସମର୍ଥନ ଦେଇଥିବା କହିଛନ୍ତି। ଫୌଜଦାରି ଆଇନ (ମଧ୍ୟପ୍ରଦେଶ ସଂଶୋଧନ) ବିଲ୍‌, ୨୦୧୯ ଉପରେ ଭୋଟଗ୍ରହଣ ବେଳେ ସରକାରଙ୍କ ସପକ୍ଷରେ ୧୨୨ ଭୋଟ ପଡିଥିଲା। କଂଗ୍ରେସର ୧୨୦ ବିଧାୟକଙ୍କ ସମେତ ଭାଜପାର ୨ ସଦସ୍ୟ ବିଲ୍‌ ସପକ୍ଷରେ ଭୋଟ ଦେଇଥିଲେ। ଏହା ସେମାନଙ୍କ ଗୃହ ପ୍ରତ୍ୟାବର୍ତ୍ତନ ବୋଲି ଭାଜପା ବିଧାୟକ କହିଛନ୍ତି। ଦିନକ ପୂର୍ବରୁ କର୍ନାଟକରେ ଜେଡିଏସ୍‌-କଂଗ୍ରେସ ସରକାର ଭାଙ୍ଗିଥିବାବେଳେ ସାମାନ୍ୟ ସଂଖ୍ୟାଗରିଷ୍ଠ ଥିବା ମଧ୍ୟପ୍ରଦେଶର କମଳନାଥ ସରକାର ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ବୋଲି ଭାଜପା କହିଆସୁଛି। ଏଭଳି ସ୍ଥିତିରେ ଭାଜପା ବିଧାୟକ କଂଗ୍ରେସ ସରକାରଙ୍କୁ ସମର୍ଥନ ଦେବା ଗୈରିକ ଦଳର ଚିନ୍ତା ବଢ଼ାଇ ଦେଇଛି। ଗତ ନଭେମ୍ବର ନିର୍ବାଚନରେ ଭାଜପାକୁ ହରାଇ କଂଗ୍ରେସ କମଳନାଥଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା।


All Right Reserved By Dharitri.Com

ନୋଏଡାରେ ଚତୁର୍ଥ କରୋନା ରୋଗୀ

ନୋଏଡା,୧୮।୩: ଉତ୍ତରପ୍ରଦେଶ ନୋଏଡାରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ନୋଏଡାରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪...

ଆକାଶମାର୍ଗରେ ବି କଟକଣା ଜାରି କଲା ପାକ୍‌

ନୂଆଦିଲ୍ଲୀ,୮ା୮: ଜମ୍ମୁ-କଶ୍ମୀର ସମ୍ପର୍କିତ ନୂଆଦିଲ୍ଲୀର ପଦକ୍ଷେପକୁ ନେଇ କ୍ଷୁବ୍ଧ ପାକିସ୍ତାନ ନିଜ ଆକାଶମାର୍ଗରେ ଭାରତ ପାଇଁ ଆଂଶିକ କଟକଣା ଜାରି କରିଛି। ଭାରତ-ପାକିସ୍ତାନ ମଧ୍ୟରେ ଥିବା...

ରାହୁଲ କରୁଛନ୍ତି ଇସ୍ତଫା ଡ୍ରାମା: ସିପିଆଇ ରାଷ୍ଟ୍ରୀୟ ସଚିବ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଡ୍ରାମା ଜାରି ରଖିଥିବା କହିଛନ୍ତି ସିପିଆଇ ରାଷ୍ଟ୍ରୀୟ...

ନୌସେନା ଗୋଇନ୍ଦା ବିଭାଗକୁ ସୁଦୃଢ଼ ପାଇଁ ଯୋଜନା କଲା ‘ର’

ନୂଆଦିଲ୍ଲୀ, ୩୦।୬: ଭାରତୀୟ ନୌସେନାର ଗୋଇନ୍ଦା ବିଭାଗକୁ ସୁଦୃଢ଼ କରିବା ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ପକ୍ଷରୁ ଯୋଜନା କରାଯାଇଛି। ଏହା ଦ୍ୱାରା ଶତ୍ରୁ...

ମେହେବୁବା ମୁଫତିଙ୍କୁ ସାକ୍ଷାତ୍‌ କରିପାରିବେ ତାଙ୍କ ଝିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୯: ସୁପ୍ରିମକୋର୍ଟ ଗୁରୁବାର ମେହେବୁବା ମୁଫତିଙ୍କ ଝିଅଙ୍କୁ ଶ୍ରୀନଗର ଯାଇ ନିଜ ମାଆଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ଦେଇଛନ୍ତି। ପ୍ରାୟ ଏକ ମାସ ହେବ...

ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ କଂଗ୍ରେସର ଦାୟିତ୍ୱ ନେଇପାରିବେ: ଗେହଲଟ

ନୂଆଦିଲ୍ଲୀ,୧।୭: କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀମାନେ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ବସିଥିଲେ। ତେବେ ଏହି ସମୟରେ ରାଜସ୍ଥାନ...

ଏହି କବାଡ଼ି ପ୍ରତିଯୋଗୀତାରେ ପୁରସ୍କାର ମିଳେ କୁକୁଡ଼ା, ମାଛ

କବାଡ଼ି ଖେଳ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଏହା ଗାଁଠରୁ ସହର ସମସ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ। ହେଲେ ଛତିଶଗଡ଼ ଗରିଆବନ୍ଦ ଜିଲାରେ ଆୟୋଜିତ...

ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି: ସାମିଲ୍‌ ହେଲା ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌

ନୂଆଦିଲ୍ଲୀ,୨୮।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି। ଇତିମଧ୍ୟରେ ଭାସମାନ ପରୀକ୍ଷଣ ରେଞ୍ଜ୍‌(ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌) ପ୍ରତିରକ୍ଷା କ୍ଷେତ୍ରରେ ସାମିଲ୍‌ ହୋଇଛି। ଏହାକୁ ଡିଆର୍‌ଡିଓ ଦ୍ୱାରା...

Leave a comment

Your email address will not be published. Required fields are marked *