Posted inଜାତୀୟ

ଆତଙ୍କବାଦ ନିରୋଧୀ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ଆତଙ୍କବାଦ ସହ ସମ୍ପୃକ୍ତି ସନ୍ଦେହରେ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ। ଆତଙ୍କବାଦ ନିରୋଧୀ ଆଇନରେ ସଂଶୋଧନକୁ ସମର୍ଥନ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଥିଲେ, ଆତଙ୍କବାଦୀଙ୍କଠାରୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକୁ ଗୋଟିଏ ପାଦ ଆଗରେ ରଖିବା ଜରୁରୀ।
ଲୋକ ସଭାରେ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ସଂଶୋଧନ ସମ୍ପର୍କିତ ଆଲୋଚନାରେ ଭାଗନେଇ ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଏଭଳି ଆଇନର ଆବଶ୍ୟକତା ରହିଛି। ତେବେ ଉକ୍ତ ଆଇନର ଅପବ୍ୟବହାର କରାଯିବ ନାହିଁ ବୋଲି ସେ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ। ବିଲ୍‌ ଉପରେ ଭୋଟଗ୍ରହଣ ପୂର୍ବରୁ କଂଗ୍ରେସ ଓ ଟିଏମ୍‌ସି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏହା ଅତ୍ୟନ୍ତ ନିଷ୍ଠୁର ଏବଂ ବିପଜ୍ଜନକ ଆଇନ ବୋଲି ବିରୋଧୀ କହିଛନ୍ତି। ଫଳରେ ବିଲ୍‌ ସପକ୍ଷରେ ୨୮୭ ଭୋଟ ପଡିଥିବାବେଳେ ବିପକ୍ଷରେ ମାତ୍ର ୮ଟି ଭୋଟ ଯାଇଥିଲା। ଶାହ କହିଥିଲେ, ଆତଙ୍କବାଦ ସଙ୍ଗଠନରେ ନୁହେଁ ଲୋକମାନଙ୍କ ଚିନ୍ତାଧାରାରେ ରହିଛି। ସେଥିପାଇଁ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବା ବ୍ୟବସ୍ଥାର ଆବଶ୍ୟକତା ରହିଛି।
ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୈତ୍ରଙ୍କ ସମେତ ଅଧିକାଂଶ ବିରୋଧୀ ଦଳ ନେତା ଆଇନରେ ସଂଶୋଧନକୁ ବିରୋଧ କରିବା ସହ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବାରେ ଏହାର ଅପବ୍ୟବହାର କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେଲେ ଦେଶର ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ମହୁଆ କହିବା ସହ ଏହାର ପ୍ରତ୍ୟାହାର ଦାବି କରିଥିଲେ।


All Right Reserved By Dharitri.Com

ବିଦାୟ ନେଲା କାର୍‌ଗିଲ ଯୁଦ୍ଧର ‘ହିରୋ’ ମିଗ୍‌-୨୭ ବିମାନ

ଯୋଧପୁର, ୨୭।୧୨: କାର୍‌ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍‌-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି...

ଖରାରେ ପକ୍ଷୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରୁଛନ୍ତି ନାସିର ଭାଇ

ଗ୍ବାଲିୟର,୨୭।୫: ଦେଶରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏହା ସହିତ ଉତ୍କଟ ଜଳ ସମସ୍ୟା ମଣିଷ ସହିତ ଅନ୍ୟ ପ୍ରାଣୀଙ୍କୁ ଅସ୍ତବ୍ୟସ୍ତ କରୁଛି। ତେବେ...

ଚାଇନା ତିଆରି ତ୍ରିରଙ୍ଗା ଆମଦାନୀ କରିବ ନାହିଁ ଭାରତ: ଫ୍ଲାଗ୍‌ କୋଡ୍‌ ଅବମାନନା ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: ଏଣିକି ଚାଇନାରେ ତିଆରି ଭାରତୀୟ ତ୍ରିରଙ୍ଗା ଆମଦାନୀ ହେବନାହିଁ। ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଅଧିସୂଚନା ଜାରି ହୋଇଛି। ଭାରତୀୟ ଜାତୀୟ...

ଦିବ୍ୟାଙ୍ଗଙ୍କ ଭିଡିଓ ଶେୟାର୍‌ କରି କାନ୍ଦିପକାଇଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୨୪।୯: ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ଥା’ନ୍ତି। ଅନେକଥର ବିଭିନ୍ନ ସାମାଜିକ ଘଟଣାକୁ ନେଇ ସେ ଫଟୋ କିମ୍ବା...

ଇସ୍ରୋର ମୋବାଇଲ ଲଞ୍ଚ୍‌ପ୍ୟାଡ୍‌ ଯୋଜନା

ବେଙ୍ଗାଲୁରୁ,୧୬ା୧୨: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅନେକ ବଡ଼ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ଆଗାମୀ ଦଶନ୍ଧିରେ...

ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟରେ ଫାଟିଲା ଟ୍ୟାଙ୍କ: ବହୁ ଗଁ।କୁ କରାଗଲା ଖାଲି

ଉନ୍ନାଓ,୧୨।୯: ଉତ୍ତରପ୍ରଦେଶ ଉନ୍ନାଓରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ଲାଣ୍ଟରେ ଗୁରୁବାର ବିସ୍ଫୋରଣ ହୋଇଛି। ହଠାତ୍‌ ଟ୍ୟାଙ୍କ ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ ଏତେ ଜୋରରେ ଥିଲା...

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି।...

ସୋସିଆଲ ମିଡିଆ ଛାଡ଼ିବେ ମୋଦି

ନୂଆଦିଲ୍ଲୀ,୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସୋସିଆଲ ମିଡିଆ ଛାଡ଼ିବା ନେଇ ଚିନ୍ତା କରୁଥିବା ସୋମବାର ଟୁଇଟ୍‌ କରି ଜଣାଇଛନ୍ତି। ଆସନ୍ତା ରବିବାର ପରେ ସେ...

Leave a comment

Your email address will not be published. Required fields are marked *