୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା ଦିର୍ଘ ୧୧ଦିନ ଧରି ଚାଲିବ। ଚଳିତ ଥର ଭାରତ ପାଇଁ ଏହି ଫେଷ୍ଟିଭାଲ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଭାରତ ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆକର୍ଷଣର କେନ୍ଦ୍ର ପାଲଟିଥିବା ବେଳେ ଚଳିତ ବର୍ଷ ଏର୍ଶ୍ୱଯ୍ୟା ରାୟ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଦିପିକା ପାଦୁକୋନ, କଙ୍ଗନା ରନାଓ୍ବତ, ହୁମା କୁରେସୀ ଓ ସୋନମ କପୁରଙ୍କୁ ରେଡ କାର୍ପେଟରେ ଓ୍ବାକ କରୁଥିବା ଦେଖିବାକୁ ମିଳିବ। ଏଥିରେ ବଲିଉଡର ଗ୍ଲାମରସ୍‌ ଅଭିନେତ୍ରୀଙ୍କ ସହ ଚଳିତ ବର୍ଷ ଟେଲି କଳାକାର ହିନା ଖାନ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି। ଗତ ବର୍ଷ କଙ୍ଗନା ଏହି ଫେଷ୍ଟିଭାଲରେ ଡେବ୍ୟୁ କରିଥିବା ବେଳେ ଏଥର ହିନା ଖାନ ଡେବ୍ୟୁ କରିବେ ବୋଲି ସୂଚନା ରହିଛି।  ମିଡିଆ ରିପୋର୍ଟ ଅନୁସାରେ, ଦିପିକା  ଓ ସୋନମ ଏହି ଫେଷ୍ଟିଭାଲରେ ସାମିଲ ହେବା ପାଇଁ ଫ୍ରାନ୍ସରେ ମେ ୧୬କୁ ପହଞ୍ଚିବେ। ସେହିପରି ହିନାଙ୍କ ଫ୍ୟାସନ ଶୋ ମେ ୧୭କୁ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ପ୍ରଥମଥର ପାଇଁ ହିନା ଖାନ ଏହି କାନ୍ସ ଫେଷ୍ଟିଭାଲର ଅଂଶୀଦାର ହୋଇଥିବାରୁ ସେ ବହୁ ଉତ୍ସାହିତ ହେବା ସହ ନର୍ଭସ ଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଫେଷ୍ଟିଭାଲରେ  କଙ୍ଗନାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ରିପୋର୍ଟ ଅନୁସାରେ, ଫେଷ୍ଟିଭାଲର ରେଡ କାର୍ପେଟରେ କଙ୍ଗନାଙ୍କୁ  ପାରମ୍ପାରିକ ଶାଢ଼ୀରେ ଦେଖିବାକୁ ମିଳିବ।


All Right Reserved By Dharitri.Com

ଭିକ୍କି କୌଶଲ- ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ,୨୩।୧୨: ଆୟୋଜିତ ହୋଇଯାଇଛି ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି...

ଅମୀରଙ୍କ ଏହି ଫିଲ୍ମର ସିକ୍ୟୁଏଲ କରିବେ ଭୂଷଣ କୁମାର

ମୁମ୍ବାଇ: ୨୦୧୩ରେ ‘ଆଶିକ୍‌’ ସିକ୍ୟୁଏଲ ଆସିବା ପରଠାରୁ ‘ଆଶିକ୍‌-୩’କୁ ନେଇ ଚର୍ଚ୍ଚା ହୋଇଆସୁଛି। ଫିଲ୍ମ ନିର୍ମାଣ ନେଇ ୨୦୧୬ରୁ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିସାରିଛି। କିନ୍ତୁ...

ସିଲେକ୍ଟିଭ୍‌ ତବୁ, ୨୦ ଫିଲ୍ମ ରିଜେକ୍ଟ କରିବା ପରେ ରିଲିଜ୍‌ ହୋଇଥିଲା ୮ଟି ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ

ବଲିଉଡ୍‌ ଅଭିନେତ୍ରୀ ତବୁଙ୍କ ଅଭିନୀତ ଫିଲ୍ମ ‘ ଦେ ଦେ ପ୍ୟାର୍‌ ଦେ’ ଏହି ନିକଟରେ ମୁକ୍ତିଲାଭ କରିଛି। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକଙ୍କଠାରୁ ଆରମ୍ଭ...

ସାବାସ ଆମୀର

ଆମୀର ଖାନ୍‌ଙ୍କ ନାୟକ ଭାବରେ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟମତ୍‌ ତକ୍‌’ରୁ। ନାୟକ ଭାବେ କେବଳ ସେ ନୁହନ୍ତି ନାୟିକା ଭାବରେ...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ନୂଆ ସିନେମା ଧର୍ମାସୁର

ଏକ ଭିନ୍ନଧରଣର କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଧର୍ମାସୁର’। ୧୯୬୦ର ଏକ ଜାତିଭିତ୍ତିକ ଘଟଣାକୁ ନେଇ ଏହି ଫିଲ୍ମର...

ବିବାହକୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଲଡ୍‌ ଷ୍ଟାରକିଡ୍‌ ସାରା ଅଲି ଖାଁ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ ଆଜ କଲ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ...

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ...

Leave a comment

Your email address will not be published. Required fields are marked *