କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟାରେ ୩ ଜଣଙ୍କୁ ଗଳାକାଟି ହତ୍ୟା

କଟକ ଅଫିସ,୨୫।୭: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି ୩ ହତ୍ୟାକାଣ୍ଡ। ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବାବେଳେ ବୁଧବାର ସମାନ ଢଙ୍ଗରେ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତେବେ ହତ୍ୟାର ଶିକାର ହୋଇଥିବା ତିନିଜଣ ବ୍ୟକ୍ତି ହେଉଛନ୍ତି ଦିନମଜୁରିଆ। ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବାବେଳେ ରାତିରେ ଫୁଟ୍‌ପାଥରେ ରାତ୍ରି ଯାପନ କରନ୍ତି। କେହି ଜଣେ ଦୁର୍ବୃତ୍ତ ଏହି ତିନୋଟି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ପୋଲିସ ଅନୁମାନ କରି ତଦନ୍ତ ଜାରି ରଖିଛି। ୩ ମୃତକଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିପାରିନାହିଁ। କମିଶନରେଟ ପୋଲିସର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛି।
ବୁଧବାର ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ହତ୍ୟାକାଣ୍ଡ ଘଟିଥିବା ୩ଟି ସ୍ଥାନ ବୁଲି ଦେଖିବା ପରେ କହିଛନ୍ତି, କେହି ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଏହି ହତ୍ୟାକାଣ୍ଡଗୁଡିକ ଘଟାଇଛନ୍ତି। ହତ୍ୟା କରିଥିବା ବ୍ୟକ୍ତି ଜଣକ ମାନସିକ ବିକୃତ ହୋଇଥାଇପାରନ୍ତି। ହତ୍ୟାକାରୀ ଫୁଟ୍‌ପାଥ୍‌ରେ ଶୋଉଥିବା ବ୍ୟକ୍ତିଙ୍କୁ ଟର୍ଗେଟ୍‌ କରୁଥିବାରୁ ସେମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ବୁଧବାର ଫୁଟ୍‌ପାଥ୍‌ରେ ଶୋଉଥିବା ଲୋକମାନଙ୍କୁ ଗୋଟିଏ ସ୍ଥାନରେ ଆଣି ରଖାଯିବ ବୋଲି କମିଶନର କହିଛନ୍ତି।
ମଙ୍ଗଳାବାଗ ଥାନା ଅନ୍ତର୍ଗତ ଏସ୍‌ସିବି ମେଡିକାଲ ହୃଦ୍‌ରୋଗ ବିଭାଗ ସମ୍ମୁଖରେ ବୁଧବାର ଭୋର ସାଢେ ୫ଟାରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। କେହି ଦୁର୍ବୃତ୍ତ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଲୋକେ ଏହା ଦେଖିବା ପରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୮ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ମିଳିପାରି ନ ଥିବାବେଳେ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇଛି। ପରିଚୟ ପାଇବା ପାଇଁ ମୃତଦେହକୁ ଏସ୍‌ସିବି ମେଡିକାଲ ଶବ ସଂରକ୍ଷଣ ଗୃହରେ ରଖାଯିବ। ଏ ନେଇ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା(ନଂ.୧୭୨/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତକ ଜଣକ ଏଠାରେ ୫ ବର୍ଷ ହେବ ରହୁଥିଲେ। ସେ ମଙ୍ଗଳାବାଗ, ରାଣୀହାଟ ଅଞ୍ଚଳରେ ଜରି ଗୋଟାଇବା ପରେ ତାହାକୁ ବିକ୍ରି କରି ପେଟ ପୋଷୁଥିଲେ। କିନ୍ତୁ ତାଙ୍କ ଘର କେଉଁଠି, ରହୁଥିଲେ କେଉଁଠି ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ। ଏ ସମ୍ପର୍କରେ ଜାଣିବା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଜାରି ରଖିଛି।
ସେହିପରି ବୁଧବାର ସକାଳ ୭ଟାରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଓଏମ୍‌ପି ଶିଶୁଉଦ୍ୟାନ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିଲା। କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା କରିବା ପରେ ସେଠାରେ ପକାଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇଥିଲା। ଏଥିସହ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା(ନଂ.୨୨୭/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିପାରି ନ ଥିବାବେଳେ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କୁ ପଣ୍ଡା ବୋଲି ଡାକୁଥିବା ଆଇଆଇସି ଦୀପକ ମିଶ୍ର କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତବ୍ୟକ୍ତି ଜଣକ ୫ ବର୍ଷ ହେବ ଓଏମ୍‌ପି ଅଞ୍ଚଳରେ ଥିବା କେତେକ ହୋଟେଲ ଓ ଦୋକାନରେ ପାଣି ଯୋଗାଉଥିଲେ। ରାତିରେ ବେଳେବେଳେ କୌଣସି ହୋଟେଲରେ ଆଶ୍ରୟ ନେଉଥିବାବେଳେ ଅଧିକାଂଶ ସମୟରେ ଫୁଟ୍‌ପାଥ୍‌ରେ ରହୁଥିଲେ। ବୁଧବାର କମିଶନରେଟ୍‌ ପୋଲିସର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା, କପଡା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଛି।
ସୂଚନାଯୋଗ୍ୟ, ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଦୁର୍ଗାମଣ୍ଡପ ପାଖ ଗଳିରୁ ମଙ୍ଗଳବାର ସକାଳେ ପୋଲିସ ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବଉଳପୁର ଅଞ୍ଚଳର କୋଦଣ୍ଡ ରାଉତ ଓରଫ କାଳିଆ (୫୫)ଙ୍କ ମୃତଦେହ ଜବତ କରିଥିଲା। କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ସେଠାରେ ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା (ନଂ.୧୭୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାଳିଆ ଏଠାରେ ୫ ବର୍ଷ ହେବ ରହି ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ ବୋଲି ସ୍ଥାନୀୟ ଲୋକେ କହିଥିଲେ। ଏଭଳି ଘଟଣା ପରେ କଟକ ବାସିନ୍ଦାଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି। ରାତିରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏପରିସ୍ଥଳେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ପୋଲିସ କମିଶନର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପୂଜା କମିଟି ଏବଂ ଯୁବକ ସଂଘର କର୍ମକର୍ତ୍ତାମାନେ ପାଟ୍ରୋଲିଂରେ ପୋଲିସକୁ ସହଯୋଗ କରିବାକୁ କମିଶନର ନିବେଦନ କରିଛନ୍ତି।


All Right Reserved By Dharitri.Com

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୨୦।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ସ୍କୁଲ ଛୁଟି ଘୋଷଣାକୁ ନେଇ ହାଇକୋର୍ଟରେ ଆଡଭୋକେଟ ଶିବନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଏହି...

ଭାଗବତ ଓଡ଼ିଆ ଜାତିର ଆଦର୍ଶ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଅତିବଡ଼ୀ ଶ୍ରୀ ଜଗନ୍ନାଥ ଦାସକୃତ ‘ଶ୍ରୀମଦ୍‌ଭାଗବତ’ ଏକ ସାତ୍ତ୍ବିକ ମହାପୁରାଣ ଏବଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଅନୁଭୂତିର ପ୍ରାମାଣିକ ଗ୍ରନ୍ଥ। ଏହା ଓଡ଼ିଆ...

ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ : ସରକାରୀ ସ୍କୁଲରେ ଇଂଲିଶ କହିବା ଶିଖିବେ ପିଲା

କଟକ ଅଫିସ, ୭ା୬:  ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କୁ ଇଂଲିଶରେ କହିବା (ସ୍ପୋକନ ଇଂଲିଶ) ଶିକ୍ଷା ଦିଆଯିବ। ଗତ ମାଟ୍ରିକ ପରୀକ୍ଷାରେ ୮୨ଟି ସ୍କୁଲର ଫଳାଫଳ...

୧୬ନଂ. ଜାତୀୟ ରାଜପଥର ବାଇପାସ୍‌ ରୋଡ୍‌: ବାରମ୍ବାର ଆନ୍ଦୋଳନ ପରେ ନିର୍ମାଣ ଚାଲିଛି ୬ଲେନ ରାସ୍ତା

ରଣପୁର,୨୬।୯(ସ୍ବ.ପ୍ର.): କୋଲକତା-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥର ନୟାଗଡ଼ ଜିଲା ଚାନ୍ଦପୁରଠାରେ ବାଇପାସ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି, ଆପତ୍ତି, ଅଭିଯୋଗ ଓ ଆନ୍ଦୋଳନ...

ଭାଜପାର ରାଜ୍ୟସ୍ତରୀୟ କର୍ମଶାଳା: ଭୋଟ ଗଣତି, ଫଳାଫଳ ନେଇ ଆଲୋଚନା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟର ସମସ୍ତ ଲୋକ ସଭା ଏବଂ ବିଧାନସଭା ଭାଜପା ପ୍ରାର୍ଥୀମାନଙ୍କୁ ନେଇ ସ୍ଥାନୀୟ ଏକ ହୋଟେଲ୍‌ରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି ା ଏହି...

ପରଲୋକରେ ଅନୁବାଦକ ଯୁଗଳ କିଶୋର

ଭୁବନେଶ୍ୱର,୨୨।୨(ବ୍ୟୁରୋ) : ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ତାଙ୍କ ବାସଭବନରେ ପରଲୋକ ଘଟିଛି। ୯୨...

ମହିଳାଙ୍କୁ ଗଣବଳାତ୍କାର ଘଟଣା:୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୦।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି।...

ଅନୁପ୍ରବେଶକାରୀଙ୍କୁ ସହଯୋଗ ଦେଇଛନ୍ତି ରାଜନେତା: ହଇରାଣ ହୋଇପାରନ୍ତି ମୂଳବାସିନ୍ଦା

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିଲାଗି ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ...

Leave a comment

Your email address will not be published. Required fields are marked *