ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର ମିଳିଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଟାରି ଜୋନ୍‌-୫ର ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ଏହି କେନ୍ଦ୍ରକୁ ସମ୍ମାନିତ କରାଯାଇଛି। ପରିଷଦର ୯୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କଠାରୁ ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରୱାଲ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଅନୁଗୋଳର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ବିନୀତା ଶତପଥୀ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ନବପ୍ରବର୍ତ୍ତକଙ୍କର ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡ଼ିଶାର ୧୦ ଜଣ ଅଗ୍ରଣୀ କୃଷକ ଭାଗ ନେଇ ନିଜ ଦ୍ୱାରା ବିକଶିତ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିଥିଲେ। ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠାନ ହେବା ଦିନଠାରୁ ଚାଷୀ ଓ ଚାଷର ଉନ୍ନତି ପାଇଁ କାମ କରି ଆସୁଅଛି। ଏହା ଅନୁଗୋଳ ଜିଲାରେ ଫସଲ ବିବିଧିକରଣରେ ଡାଲିଜାତୀୟ ଏବଂ ତୈଳବୀଜ ଫସଲର ଉପତ୍ାଦିକା ବୃଦ୍ଧି ସହ ଧାନ ଚାଷ ପରବର୍ତ୍ତୀ ଖାଲି ଜମିରେ ଚାଷର ପ୍ରସାର ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଛି। ସୂଚନାଯୋଗ୍ୟ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଜୋନ୍‌-୫ରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୫୯ଟି କୃଷି ବିଜ୍ଞାନ କେନ୍ଦ୍ର ଅନ୍ତର୍ଭୁକ୍ତ। ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଡାଇରେକ୍ଟର ଜେନରାଲ ଡ. ତ୍ରିଲୋଚନ ମହାପାତ୍ର, ଜୋନ୍‌ ୫ର ମୁଖ୍ୟ ଡ. ଏସ୍‌. ଏସ୍‌. ସିଂ, ଓୟୁଏଟି କୃଷି ସଂପ୍ରସାରଣ ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଗୁଳିକରି ବିଲେଇକୁ ମାରିବା ଘଟଣା: ବ୍ୟବଚ୍ଛେଦ ପରେ ବାହାରିଲା ୨ଟି ପେଲେଟ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୪ ଅଞ୍ଚଳରେ ଏକ ପୋଷା ବିଲେଇକୁ ଗୁଳି କରି ମାରି ଦିଆଯାଇଥିଲା। ଗୁରୁବାର ବିଲେଇର ମୃତଦେହ ବ୍ୟବଚ୍ଛେଦ...

କଟକର ପ୍ରଥମ କରୋନା ସଂକ୍ରମିତଙ୍କ ଅଞ୍ଚଳରେ ବିଶୋଧନ

କଟକ ଅଫିସ,୪। ୪- କଟକ ସହରରେ ପ୍ରଥମ କରୋନା ସଂକ୍ରମିତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ସେ ରହୁଥିବା ସଂପୂର୍ଣ୍ଣ ଅଞ୍ଚଳକୁ କଟକ ମହାନଗର ନିଗମ ପକ୍ଷରୁ...

ମନ୍ତ୍ରୀପଦ ପାଇଁ ଯୋଗ୍ୟତା ମାପକାଠି

ଭୁବନେଶ୍ୱର,୨୬।୫(ବ୍ୟୁରୋ): ସାଧାରଣ ନିର୍ବାଚନ ଫଳ ଆସିବା ପରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ରୂପରେଖକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଶାହାଙ୍କ ଅଧ୍ୟକ୍ଷତାରେ ବସିବ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ: ଉଠିବ ଓଡ଼ିଶା କୋଇଲା ରୟାଲ୍‌ଟି ପ୍ରସଙ୍ଗ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଶୁକ୍ରବାର ଓଡ଼ିଶା ଲୋକସେବା ଭବନରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର ଓ...

ରାସ୍ତା ସାରା ପଡୁଛି ପାଉଁଶ:ଗାଡ଼ି ଅଟକ, ଉତ୍ତେଜନା

ପରଜଙ୍ଗ,୨୧।୫(ଡି.ଏନ.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଉଡି ପରିବେଶ ବିଷାକ୍ତ ହେଉଛି। ଏଥିଯୋଗୁ...

ଇଭିଏମ୍‌ରେ ତ୍ରୁଟି : ବିଳମ୍ବରେ ମତଦାନ

ସୁନ୍ଦରଗଡ଼,୧୮ା୪(ଡି.ଏନ୍‌.ଏ) : ସୁନ୍ଦରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଜିଲାର ଲୋକ ସଭା ଓ ଏହା ଅଧୀନ ୭ଟି ବିଧାନସଭା...

CORONAVIRUS UPDATE: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ଛୁଇଁଲା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଅପରାହ୍ନରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ କୋରାପୁଟ, ବାଲେଶ୍ୱର ଓ ଯାଜପୁର ଜିଲାର ଜଣେ ଲେଖାଏ...

ମୋ ସରକାରକୁ ଫୋନ କଲାରୁ କଥା ରହିଲା

ଭୁବନେଶ୍ୱର,୩।୩(ବ୍ୟୁରୋ): ନିଜ ହାତରୁ ୧୫ଶହ ଟଙ୍କା ବ୍ୟୟରେ ପାଣି ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ମୋ ସରକାର ଫୋନ ନମ୍ବରକୁ ଫୋନ...

Leave a comment

Your email address will not be published. Required fields are marked *