Posted inଖେଳ

କୁଲସେକରାଙ୍କ ଅବସର

କଲମ୍ବୋ,୨୪।୭- ପୂର୍ବତନ ଶ୍ରୀଲଙ୍କା ବୋଲର ନୂଆନ କୁଲସେକରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିମ୍ବଦନ୍ତୀ ପେସର ଲସିଥ ମାଲିଙ୍ଗା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରୁ ଅବସର ନେବା ଲାଗି ଇଚ୍ଛା ପ୍ରକାଶ କରିବା ପରେ କୁଲସେକରା ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ପେସର ୧୯୯ ଉଇକେଟ ସହ କ୍ୟାରିୟର ଶେଷ କରିଛନ୍ତି। ଶ୍ରୀଲଙ୍କା ପାଇଁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ୫ମ ସ୍ଥାନରେ ରହିଛନ୍ତି। ଭେଟେରାନ ପେସର ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ୨୨ ରନ୍‌ ବିନିମୟରେ ୫ ଉଇକେଟ ନେଇଥିଲେ, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ପେଲ। ୨୦୦୩ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା କୁଲସେକରା ୨୦୧୭ରେ ଅନ୍ତିମ ଥର ଦିନିକିଆ କ୍ରିକେଟ ଖେଳିଥିଲେ। ସେ ଜଣେ ଦକ୍ଷ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ମଧ୍ୟ। ୨୦୦୫ରେ ଅନ୍ତର୍ଜାତୀୟ ଟେଷ୍ଟ ଖେଳ ଆରମ୍ଭ କରିଥିବା ବୋଲରଙ୍କ ନାମରେ ଲମ୍ବା ଫର୍ମାଟରେ ୪୮ ଉଇକେଟ ରହିଛି। ଟି୨୦ ଫର୍ମାଟ୍‌ରେ ସେ ୬୬ ଉଇକେଟ ସହ ଶ୍ରୀଲଙ୍କା ଲାଗି ଯୁଗ୍ମ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର। ସେ ୨୦୧୪ ଟି୨୦ ଚାମ୍ପିୟନ ଦଳର ମଧ୍ୟ ସଦସ୍ୟ ଥିଲେ।


All Right Reserved By Dharitri.Com

Posted inଖେଳ View All

୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରିହେବା ପରେ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ୮୩

ମେଲବୋର୍ନ,୨୦।୧୨(ପି.ଟି.)- ଆଇପିଏଲ-୧୩ ଲାଗି ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ୧୦.୭୫ କୋଟି ଟଙ୍କା କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଛି। ଏହାର ଗୋଟିଏ...

ପଡ଼ିଲା ରାହାନେଙ୍କ ଉଇକେଟ

ଇନ୍ଦୋର,୧୫।୧୧- ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। ଆଉଟ୍‌ ହେବା ପୂର୍ବରୁ ସେ...

ଭାରତୀୟ ପ୍ରଶଂସକଙ୍କୁ ନିଶାମଙ୍କ ଅନୁରୋଧ

ଲର୍ଡସ,୧୩।୭- ସ୍ଥାନୀୟ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ରବିବାର ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଟିକେଟ...

ପ୍ରଥମ ଟି୨୦: କୋହଲି ଦେଲେ ବିରାଟ ବିଜୟ

ହାଇଦ୍ରାବାଦ, ୬।୧୨: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଲୋକେଶ ରାହୁଲଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦...

ଓଡ଼ିଶା ମହିଳା ଥ୍ରୋ ବଲ୍‌ ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ବର୍ଦ୍ଧମାନଠାରେ ମଙ୍ଗଳବାର ଶେଷ ହୋଇଥିବା ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ମହିଳା ଦଳ ରନର୍ସଅପ୍‌ ହୋଇ ଐତିହାସିକ ସଫଳତା ଲାଭ...

ଡି’ ଲିଟ୍‌ ଦାମୀ ଡିଫେଣ୍ଡର

ରୋମ୍‌, ୧୯|୭ (ଏଏଫ୍‌ପି)- ଡଚ୍‌ ସେଣ୍ଟ୍ରାଲ ଡିଫେଣ୍ଡର ମ୍ୟାଥିସ୍‌ ଡି’ ଲିଟ୍‌ ୭୫ ନିୟୁତ ୟୁରୋ (୮୪.୨ ନିୟୁତ ଡଲାର) ଫି ବିନିମୟରେ ଆଜାକ୍ସ ଫୁଟ୍‌ବଲ...

ସ୍ବଦେଶ ଫେରିଲା ନ୍ୟୁଜିଲାଣ୍ଡ ଟିମ୍‌

ଅକ୍‌ଲାଣ୍ଡ, ୧୮।୭- ଆଇସିସି ବିଶ୍ୱକପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ନିକଟରୁ ବାଉଣ୍ଡାରୀ ବ୍ୟବଧାନରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ନ୍ୟୁଜିଲାଣ୍ଡ ଦଳ ଗୁରୁବାର...

ଜୁନିୟର ବିଶ୍ୱ ଟ୍ରାକ୍‌ ସାଇକେଲିଂ: ଆଲବେନଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୧୬।୮(ପିଟି): ଭାରତୀୟ ସ୍ପ୍ରିଣ୍ଟ ସାଇକେଲିଂ ଦଳ ଜର୍ମାନୀର ଫ୍ରାଙ୍କଫର୍ଟଠାରେ ଚାଲିଥିବା ଜୁନିୟର ଟ୍ରାକ ସାଇକେଲିଂ ଚାମ୍ପିୟନଶିପ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଶକୁ ଆଉ...

Leave a comment

Your email address will not be published. Required fields are marked *