Posted inଖେଳ

ୟୁରୋ ହକି ଲିଗ୍‌ରେ ଖେଳିବେ ବାଲ୍ମୀକି, ହରଜିତ୍‌

ନୂଆଦିଲ୍ଲୀ,୨୪।୭(ପିଟି)- ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମୀକି ଓ ହରଜିତ ସିଂଙ୍କ ସହ ଡଚ୍‌ କ୍ଲବ ଏଚ୍‌ଜିସି ୨୦୧୯-୨୦ ସିଜନ ଲାଗି ଚୁକ୍ତି କରିଛି। କ୍ଲବ ପକ୍ଷରୁ ଏମାନେ ଆଗାମୀ ୟୁରୋ ହକି ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ଦୁଇ ମିଡ୍‌ଫିଲ୍ଡର ଏବେ ଜାତୀୟ ଦଳର ନିୟମିତ ସଦସ୍ୟ ନୁହନ୍ତି। ବାଲ୍ମୀକି ଓ ହରଜିତ ଅକ୍ଟୋବର ୪ ତାରିଖରେ ବାର୍ସିଲୋନାଠାରେ ଇଏଚ୍‌ଏଲ୍‌ରେ ପଦାର୍ପଣ କରିବେ। ୨୭ ବର୍ଷୀୟ ବାଲ୍ମୀକି ୨୦୧୬ ଅଲିମ୍ପିକ୍ସରେ ଖେଳିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ମୋଟ ୪୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ୨୩ ବର୍ଷୀୟ ହରଜିତ ଜୁନିୟର ଭାରତୀୟ ବିଶ୍ୱକପ୍‌ ଦଳର ଅଧିନାୟକ ଥିଲେ। ଜାତୀୟ ଦଳ ଲାଗି ସେ ୫୨ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ଏହି କ୍ଲବର କୋଚ୍‌ ଦାୟିତ୍ୱରେ ଅଛନ୍ତି ପୂର୍ବତନ ଭାରତୀୟ କୋଚ୍‌ ପଲ ଭାନ ଆସ। ୨୦୧୫ରେ ତାଙ୍କୁ ୩ ବର୍ଷ ଲାଗି ନିଯୁକ୍ତ କରାଯାଇଥିଲା। ହେଲେ ହକି ଇଣ୍ଡିଆ ମୁଖ୍ୟ ନରିନ୍ଦର ବାତ୍ରାଙ୍କ ସହ ଝଗଡ଼ା ଯୋଗୁ ତାଙ୍କୁ କିଛି ମାସ ମଧ୍ୟରେ ପଦତ୍ୟାଗ କରିବାକୁ ପଡ଼ିଥିଲା।


All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ନଟ୍ଟିଂହାମ, ୧୧।୬(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଆଇସିସି ବିଶ୍ୱକପ୍‌ରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଟ୍ରେଣ୍ଟବ୍ରିଜଠାରେ...

ମହିଳା ଫିଫା ବିଶ୍ୱକପ୍‌:ସ୍କଟଲାଣ୍ଡକୁ ବିଦା କଲା ଆର୍ଜେଣ୍ଟିନା

ପାରିସ,୨୦।୬(ଏଏଫ୍‌ପି)- ଚଳିତ ମହିଳା ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌ ଡି’ର ଏକ ରୋମାଞ୍ଚକ ମ୍ୟାଚ୍‌ ଡ୍ର’ ସହ ଶେଷ ହୋଇଛି।...

ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର

ଲିଡ୍ସ,୬।୭(ପିଟି)- ଇଂଲିଶ ଅମ୍ପାୟର ଇଆନ ଗୋଲ୍ଡ ଏଠାରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ପରେ ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ଶନିବାର...

ଭର୍ଷ୍ଟାପେନଙ୍କୁ ସିଜନର ଦ୍ୱିତୀୟ ଟାଇଟଲ

ହକେନହିମ୍‌ (ଜର୍ମାନୀ), ୨୯ା୭-ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ ଜର୍ମାନ ଫର୍ମୁଲାଓ୍ବାନ ମୋଟର ରେସ୍‌ ଗ୍ରଁାପ୍ରି ଜିତିିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର...

ପୃଥ୍ବୀ ଶ’ ଡୋପିଂ ମାମଲା: ବିସିସିଆଇର କାର୍ଯ୍ୟଧାରାକୁ ସମାଲୋଚନା

ନୂଆଦିଲ୍ଲୀ, ୯|୮ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ପୃଥ୍ବୀ ଶ’ ଡୋପିଂ ଉଲ୍ଲଂଘନ ମାମଲା ଉପରେ ଏହାର ଟାଇମ୍‌ ଲାଇନ୍‌ ପ୍ରକାଶ...

୨ ବର୍ଷ ପରେ ସେମିରେ ମରେ

ଆଣ୍ଟରେପ(ବେଲଜିୟମ), ୧୯।୧୦(ଏଏଫ୍‌ପି)- ପୂର୍ବତନ ୧ ନମ୍ବର ଖେଳାଳି ବ୍ରିଟେନ ଆଣ୍ଡି ମରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ରେ ସେ ଶେଷଥର...

ଖେଳରତ୍ନ ଲାଗି ହରଭଜନଙ୍କ ନାମ ଖାରଜ

ନୂଆଦିଲ୍ଲୀ,୨୪।୭- ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ଲାଗି ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂଙ୍କ ନାମକୁ ପଞ୍ଜାବ ସରକାର ପ୍ରସ୍ତାବ ଦେଇଥିଲା। ଟର୍ବୋନେଟର ଭାବେ...

ସନ୍ନ୍ୟାସ ନ ନେଲେ ଧୋନୀଙ୍କୁ ଜାତୀୟ ଦଳକୁ ଚୟନ କରାଯିବ ନାହିଁ

ଲଣ୍ଡନ,୧୫।୭- ଭାରତୀୟ ଦଳର ଚୟନକର୍ତ୍ତା, ସାଥୀ ଖେଳାଳି ଓ ପ୍ରଶଂସକମାନେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବେ କି ନାହିଁ ବୋଲି ଅନୁମାନ...

Leave a comment

Your email address will not be published. Required fields are marked *