ମଧୁମେହର କାରଣ ଓ ନିରାକରଣ

ମଧୁମେହ, ପ୍ରମେହ ରୋଗମାନଙ୍କ ମଧ୍ୟରୁ ଗୋଟିଏ। ଏହା ମେଟାବୋଲିଜିମ୍‌ ସମ୍ବନ୍ଧୀୟ ବିକାର; ଯେଉଁଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ବସା, ଖଣିଜଲବଣ ଓ ପାଣି ଶରୀରରେ କୌଣସି ପ୍ରକାର ପ୍ରକୋପଜନ୍ୟ ବିକାର ଦେଖାଯାଏ ଓ କେତେଗୁଡ଼ିଏ କାରଣରୁ ଏହା ଶରୀରରୁ ବାହାରକୁ ବାହାରିବାର ପ୍ରୟାସ କରିଥାଏ ତାହାକୁ ମଧୁମେହ କୁହାଯାଏ। ଶରୀରର ଗାଢ଼ ରକ୍ତ ବାହିନୀରେ ସଂଚରଣ କରୁଥିବା ରକ୍ତରେ ଏମାନଙ୍କର ସ୍ତର ବଢ଼ିବାରେ ଲାଗିଥାଏ। ଗ୍ଲୁକୋଜର ମାତ୍ରା ରକ୍ତ ଓ ମୂତ୍ରରେ ଉପସ୍ଥିତ ରହିଥାଏ। ମୂତ୍ର ତ୍ୟାଗର ଆବେଗର ମାତ୍ରା ବଢ଼ିଥାଏ, ଶୋଷ ବାରମ୍ବାର ଲାଗିଥାଏ ଓ ଥକ୍କା ଥକ୍କା ଶରୀର ରହେ। ପାଦ ଘୋଳାବିନ୍ଧା କରେ।

ଆହାରରେ ଭରି ରହିଥିବା କାର୍ବୋହାଇଡ୍ରେଟ୍‌ ନାମକ ଅଂଶ ଆନ୍ତ୍ରମାନଙ୍କ ଦ୍ୱାରା ପାଚକରସ ସାହାଯ୍ୟରେ ପରିପାକ ହୋଇ ସୂକ୍ଷ୍ମକଣା, ଗ୍ଲୁକୋଜ ଆଦିରେ ପରିଣତ ହୋଇଥାଏ। ଏହି ଗ୍ଲୁକୋଜ ଆନ୍ତ୍ରମାନଙ୍କ ଦ୍ୱାରା ଶୋଷିତ ହୋଇ ରକ୍ତ ସଂଚରଣରେ ମିଶି ସାରା ଶରୀରରେ ପହଞ୍ଚିଥାଏ ଏବଂ ଶରୀରରେ ସମସ୍ତ କୋଷିକାମାନଙ୍କରେ ପ୍ରବେଶ କରି ଅକ୍ସିଜେନ ସାହାଯ୍ୟରେ ଉର୍ଜା ଉତ୍ପାଦନର କାର୍ଯ୍ୟ କରିଥାଏ। କିନ୍ତୁ ଗ୍ଲୁକୋଜ ସ୍ବୟଂ କୋଷିକା ଭେଦନ କରିପାରି ନ ଥାଏ। ଗ୍ଲୁକୋଜ୍‌କୁ ଏଥିପାଇଁ ‘ଇନ୍‌ସୁଲିନ୍‌’ ନାମକ ହର୍‌ମୋନ୍‌ ସାହାଯ୍ୟ କରିଥାଏ। ଏଣୁ ଏହା କୁହାଯାଇପାରେ କି ‘ଇନ୍‌ସୁଲିନ୍‌’ର ଅଭାବରେ ଗ୍ଲୁକୋଜ୍‌ ଏହି ଅବସ୍ଥାରେ ପଡ଼ିଥାଏ ଯେପରି ଛିଦ୍ରଯୁକ୍ତ ଫଳ ବାଲା ପାତ୍ରରେ କ୍ଷୀର ସିଝାଗଲେ ଅବସ୍ଥାର ପରିବର୍ତ୍ତନ ହୁଏ। କୋମିକାମାନେ ଉର୍ଜା ଉତ୍ପାଦନ ପାଇଁ ଗ୍ଲୁକୋଜ୍‌ର ଅଭାବରେ କ’ଣ କରିବେ ନିଶ୍ଚୟ କରି ନ ପାରି ସ୍ବୟଂ ସଞ୍ଚିତ ଭଣ୍ଡାରରେ ରହି ପ୍ରୋଟିନ୍‌ କିମ୍ବା ବସାରୁ ଉତ୍ପନ୍ନ ଉର୍ଜା ଉତ୍ପାଦନ ପାଇଁ ଲାଗି ପଡ଼ିଥାଆନ୍ତି। ଏଣୁ ଶରୀରରେ ସଂଚରଣ କରୁଥିବା ରକ୍ତରେ ଗ୍ଲୁକୋଜ୍‌ର ଉପସ୍ଥିତି ଜଣାପଡ଼େ। ଏହି ଗ୍ଲୁକୋଜ୍‌କୁ ସାମାନ୍ୟ ସ୍ତରରେ ରଖିବାକୁ ସାହାଯ୍ୟ କରୁଥିବା ହର୍‌ମୋନ୍‌ ଇନ୍‌ସୁଲିନ୍‌ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଉଦରରେ ଥିବା ବିଶେଷ ଗ୍ରନ୍ଥି ଅଗ୍ନ୍ୟାଶୟର ବିଟା କୋଷିକାମାନେ ଏହି କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି। ଆହାର ପାଚନ ହେବାପରେ ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିବାରେ ଲାଗିଥାଏ, ତେଣୁ ଏହାର ପ୍ରତିକ୍ରିୟା ସ୍ବରୂପ ଅଗ୍ନ୍ୟାଶୟରେ ଇନ୍‌ସୁଲିନ୍‌ର ସ୍ରାବ ବଢ଼ି ଚାଲିଥାଏ। ପ୍ରତ୍ୟେକ କୋଷିକାରେ ଏକ ପ୍ରକାର ‘ସୂଚକ’ ବା ‘ଇନସୁଲିନ୍‌ ରିସେପ୍ଟର’ ଭରି ରହିଥାଏ ଯାହା ଇନ୍‌ସୁଲିନ୍‌ର ଉପସ୍ଥିତିରେ ଗ୍ଲୁକୋଜ୍‌କୁ କୋଷିକାମାନଙ୍କରେ ପ୍ରବେଶ କରିବା ମାର୍ଗମାନଙ୍କୁ ଖୋଲିଦେଇଥାଏ, ଯାହାଦ୍ୱାରା ଗ୍ଲୁକୋଜ କୋଷିକାମାନଙ୍କ ଭିତରେ ପ୍ରବେଶ କରିଥାଏ ଯାହା ଏମାନଙ୍କର ଉର୍ଜା ଉତ୍ପାଦନ ପାଇଁ ହୋଇଥାଏ। ଏହା ସହିତ ଗ୍ଲୁକୋଜ୍‌ର ସାମାନ୍ୟ ସ୍ତର ରହିଥାଏ କିନ୍ତୁ ଯେତେବେଳେ ରକ୍ତରେ ଅତିରିକ୍ତ ଗ୍ଲୁକୋଜ୍‌ ରହେ ସେତେବେଳେ ଯକୃତ୍‌ ଓ ମାଂସପେଶୀମାନେ ଇନ୍‌ସୁଲିନ୍‌ର ପ୍ରଭାବରେ ନିଜ ଭିତରେ ବାନ୍ଧିହୋଇ ଗ୍ଲାଇକୋଜେନ୍‌ ନାମକ ଜଟିଳ ଉଚ୍ଚ ଶର୍କରା ଏହି କାମରେ ଆସେ। ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ମଧ୍ୟ କମିଯାଇଥାଏ। ଯେପରି ଦୁଇଟି ଭୋଜନ ମଧ୍ୟରେ ଅଧିକ ସମୟ ଉପବାସ ରହିବା କିମ୍ବା ଅତ୍ୟଧିକ ପରିଶ୍ରମ କରିବା ଫଳରେ ସେହି ଗ୍ଲାଇକୋଜେନ ପୁନଶ୍ଚ ଗ୍ଲୁକୋଜ୍‌ରେ ପରିବର୍ତ୍ତିତ ହୋଇ ରକ୍ତରେ ନିଜ ସ୍ତରକୁ ସାମାନ୍ୟ ସୀମା ଭିତରେ ରଖିଥାଏ। କିନ୍ତୁ ମଧୁମେହ ରୋଗର ଭିନ୍ନ ଅବସ୍ଥାରେ ଶରୀରର ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ବିକୃତ ଘଟିଥାଏ।

ଶରୀରରେ ଇନ୍‌ସୁଲିନ୍‌ ସମ୍ପୂର୍ଣ୍ଣ ମାତ୍ରାରେ କମିଯିବା ବା ଅଗ୍ନ୍ୟାଶୟରେ ଇନ୍‌ସୁଲିନ୍‌ ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇ ନ ଥାଏ କିମ୍ବା କୌଣସି କାରଣରୁ ଏହା ନିପ୍ରଭାବ ହୋଇଯିବା କାରଣରୁ କୋଷିକାମାନଙ୍କରେ ରକ୍ତରେ ଗ୍ଲୁକୋଜ ସହଜରେ ପ୍ରବେଶ କରିପାରି ନ ଥାଏ। ତେଣୁ ରକ୍ତରେ ସବୁବେଳ ପାଇଁ ଗ୍ଲୁକୋଜର ସ୍ତର ସାମାନ୍ୟ ପରିମାଣରୁ ଅଧିକ ରହିଥାଏ ତା’ସହିତ ଗ୍ଲୁକୋଜ ଅତୃପ୍ତ କୋଷିକାରେ ନିଜଠାରେ ଜମା ରଖିଥିବା ପ୍ରୋଟିନ୍‌ ଓ ବସାରେ ଗ୍ଲୁକୋଜ୍‌ ତିଆରି ଆରମ୍ଭ କରି ଦେଇଥାନ୍ତି, ଯାହାଦ୍ୱାରା ରକ୍ତରେ ଗ୍ଲୁକୋଜର ପରିମାଣ ବଢ଼ିଯାଇଥାଏ।

ଶରୀରରେ ଗ୍ଲୁକୋଜର ସ୍ତର ଅଧିକ ହେଲେ ରକ୍ତ ସଫା ହୋଇ ନ ପାରି ଏହା ଉର୍ଜା ଉପରେ ନିର୍ଭର କରେ। ଉର୍ଜା ଏ କାମ କରି ନ ପାରି ଅଧିକନ୍ତୁ ମୂତ୍ରରେ ଗ୍ଲୁକୋଜର ମାତ୍ରା ବଢ଼ାଇଥାଏ ଏହି ଗ୍ଲୁକୋଜ ମୂତ୍ର ସହ ବାହାରକୁ ବାହାରିଥାଏ। ତେଣୁ ରୋଗୀର ମୂତ୍ର ମାତ୍ରାର ଆହୁରି ଅଧିକ ହୋଇଥାଏ। ବାରମ୍ବାର ଅତ୍ୟଧିକ ମୂତ୍ର ତ୍ୟାଗ କରିବା ଦ୍ୱାରା ଶରୀରରେ ପାଣି, ଖଣିଜଲବଣ ଓ ଇଲେକ୍ଟ୍ରୋଲାଇଟ୍‌ ଆଦି କମ୍‌ ହେବାକୁ ଲାଗିଥାଆନ୍ତି। ଯାହାଦ୍ୱାରା ରୋଗୀକୁ ଅଧିକ ଶୋଷ ଲାଗିଥାଏ ଓ ଅଧିକ ମାତ୍ରାରେ ବାରମ୍ବାର ପାଣି ପିଇବାକୁ ଇଚ୍ଛା ହୋଇଥାଏ। କୋଷିକାମାନେ ଭୋଜନରୁ ପ୍ରାପ୍ତ ଗ୍ଲୁକୋଜର ଉପଯୋଗ କରିପାରି ନ ଥିବାରୁ ଅତୃପ୍ତ ରହିଥାଆନ୍ତି। ତେଣୁ ବାରମ୍ବାର ଭୋକ ଲାଗିଥାଏ।

ଶରୀରରେ ସଞ୍ଚିତ ପ୍ରୋଟିନ୍‌ ଓ ବସା ଜମା ହୋଇ ନ ପାରି ଗ୍ଲୁକୋଜରେ ପରିଣତ ହୋଇ ଶରୀରକୁ ଦୁର୍ବଳ କରିଥାଏ। ମାଂସପେଶୀ ଶୁଖିଯାଏ। ମଧୁମେହ ରୋଗ ସୃଷ୍ଟି ହେବା ଦ୍ୱାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଆଖିର ଜ୍ୟୋତି କମ୍‌ ହୋଇଯିବା ଓ ଯୌନ ସମସ୍ୟା ମଧ୍ୟ ଦେଖାଯାଇଥାଏ।

ଶରୀରରେ ଗ୍ଲୁକୋଜର ମାତ୍ରା କମିଯାଉଥିବାରୁ ଶରୀର ଅଧିକ ଗ୍ଲୁକୋନ ଯୋଗାଡ଼ରେ ଲାଗିପଡ଼େ। ଶରୀରରେ ସଂଗୃହୀତ ବସା ନଷ୍ଟ ହେବା ପରେ ଶରୀରରେ ଏସିଟୋନ୍‌ ବଢ଼ିବା ପରେ ରକ୍ତରେ ଅମ୍ଳୀୟତା ମଧ୍ୟ ବଢ଼ିଥାଏ। କାର୍ବନ ଡାଇଅକ୍ସାଇଡ୍‌ର ମାତ୍ରା ରକ୍ତରେ ବଢ଼ିଥାଏ। ଅଧିକ ମୂତ୍ର ହେବା ଦ୍ୱାରା ଜଳ ଅଂଶ କମ୍‌ ହୋଇଥାଏ। ଏହି ଅବସ୍ଥାକୁ ଡାଇବେଟିକ୍‌ କିଟୋ ଏସିଡୋମିସ୍‌ କୁହାଯାଏ। ବାରମ୍ବାର ଶୋଷ ହେବା ଦ୍ୱାରା, ବାରମ୍ବାର ମୂତ୍ର ତ୍ୟାଗ ହେବା ଦ୍ୱାରା ଶରୀରରେ ପୀଡ଼ା ହୋଇଥାଏ। ଉଦରରେ ବେଦନା ହୋଇଥାଏ, ଦୃଷ୍ଟିଶକ୍ତି କମ୍‌ଜୋର୍‌ ହୋଇଯାଇଥାଏ, ବାନ୍ତି ଲାଗୁଥାଏ, ଅଧିକ ନିଃଶ୍ୱାସ ନେବାକୁ ପଡ଼େ, ପାଟି ଶୁଖି ଶୁଖି ଯାଇଥାଏ, ତ୍ୱଚା ଶୁଖିଲା ଥାଏ। ଏହି ଅବସ୍ଥାରେ ରୋଗୀ ବେହୋସ ସ୍ଥିତିରେ ପଡ଼ିଥାଏ। ଏହି ଅବସ୍ଥାକୁ ଡାଇବେଟିକ୍‌ କୋମା କୁହାଯାଏ।

ଏହି ରୋଗରେ କ’ଣ କରିବ

ମଧୁମେହ ରୋଗୀ ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ଶରୀରର ଉପଚାର କରିବା ସହିତ ଖାଇବା ପିଇବାରେ ସଂଯମତା ଆଚରଣ କରିବା ସହିତ ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ କରିବା ଉଚିତ। ନିୟମିତ କିଛି ଯୋଗାସନ, ବ୍ୟାୟାମ ଏବଂ ଶରୀରର ବିଶେଷ ଅଂଶରେ ମାଲିସ ଆଦି କଲେ କିଛି ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ସକ୍ରିୟ ରହିଥାଏ। ଏହିପରି କରିବା ଦ୍ୱାରା ମଧୁମେହ ରୋଗୀ କୌଣସି ଔଷଧ ନ ନେଇ ମଧ୍ୟ ଆନନ୍ଦ ପୂର୍ବକ ଲମ୍ବାଜୀବନ ବିତାଇଥାଏ। ଏହି ମଧୁମେହର ଚିକିତ୍ସା ପ୍ରଣାଳୀକୁ ୩ ଭାଗରେ ବିଭକ୍ତ କରାଯାଇଛି, ସେହି ଅବସ୍ଥାକୁ ଆଖିରେ ରଖି ଚିକିତ୍ସା ଓ ଆହାର ଆଦି ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ଔଷଧ ନିର୍ଦ୍ଧାରଣ କରାଯାଇଛି।

ପ୍ରାକୃତିକ ଚିକିତ୍ସା ପ୍ରଣାଳୀ

ସକାଳେ ମଳତ୍ୟାଗ ପୂର୍ବରୁ ବା ପରେ ସୁବିଧା ଅନୁସାରେ ଏକ ଗ୍ଲାସ ଉଷୁମ ପାଣିରେ ଏକ ଲେମ୍ବୁରସ ଓ ୫ ମି.ଲି.ରୁ ୭ ମି.ଲି. ଅଦାରସ ମିଶାଇ ପିଇବ। ତା’ପରେ ୨ କି.ମି.ରୁ ୩ କି.ମି. ପ୍ରାତଃ ଭ୍ରମଣ କରିବ। ସେଠାରୁ ଫେରି କିଛି ସମୟ ବିଶ୍ରାମ କରି ପୁଣି ୫ରୁ ୭ ମିନିଟ୍‌ ଦୌଡ଼ି କିମ୍ବା ଜଗିଙ୍ଗ୍‌ ଆଦି କରିବ। ପୁଣି ୧୫/୨୦ ମିନିଟ୍‌ ଜୋର୍‌ ଜୋର୍‌ ଦୌଡ଼ିବ କିମ୍ବା ସାଇକେଲ ଚଳାଇବ। ଏହାଦ୍ୱାରା ଗ୍ଲୁକୋଜ୍‌ ୪୫ରୁ ୫୦ ଗ୍ରାମ ପର୍ଯ୍ୟନ୍ତ ଶରୀର ସଂଗ୍ରହ କରି ଦେଇଥାଏ। ପୁଣି କିଛି ସମୟ ବିଶ୍ରାମ କରି ୧୦ ମିନିଟ୍‌ ପର୍ଯ୍ୟନ୍ତ ଶୀର୍ଷାସନ, ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ, ପଶ୍ଚିମୋଭାନାସନ ନିୟମିତ ରୂପେ କରିବ। ଏତଦ୍‌ବ୍ୟତୀତ କୌଣସି ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ।

ଡା. ରୀତା ସାହୁ

-ପ୍ଲଟ୍‌ ନମ୍ବର-୧୧୭,

ମହାନଦୀ ବିହାର, କଟକ-୪

ମୋ : ୯୪୩୭୨୭୨୬୬୩


All Right Reserved By Dharitri.Com

ଆଲର୍ଜି ସମସ୍ୟା ଥିଲେ..

ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବା ପାଇଁ ସତର୍କ ରହିବା ନିହାତି ଜରୁରୀ। କାରଣ ପରୋକ୍ଷରେ...

ଅନେକ ରୋଗରୁ ମୁକ୍ତି ଦିଏ କେଶର

ଫୁଲର କେଶର ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି। ତେବେ ସ୍ବାଦ ଏବଂ ସୌନ୍ଦର୍ଯ୍ୟ କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ଏହି କେଶର ଅନେକ...

କ୍ୟାନସର ଆଶଙ୍କା ହ୍ରାସ କରେ ପିଆଜ, ରସୁଣ

ପିଆଜ, ରସୁଣ ଏବଂ ପିଆଜ ପ୍ରଜାତିର ବିଭିନ୍ନ ପରିବା ସେବନ ଦ୍ୱାରା ଉଦର ଏବଂ ମଳାଶୟ କ୍ୟାନସର୍‌ ଆଶଙ୍କା ହ୍ରାସ ପାଇଥାଏ। ନିକଟରେ ହୋଇଥିବା ଏକ...

ସୁଇମିଂପୁଲ୍‌ରେ ଆପଣଙ୍କ ପିଲା ସ୍ନାନ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଗ୍ରୀଷ୍ମଋତୁରେ ସୁଇମିଂପୁଲ୍‌, ଓ୍ବାଟର ପାର୍କ ଯିବା ପାଇଁ ବହୁ ଲୋକ ପସନ୍ଦ କରିଥାନ୍ତି। ବିଶେଷକରି କରି ପିଲାମାନେ ସୁଇମିଂ ପୁଲ୍‌ରେ ମଜା ନେବାକୁ ଖୁବ୍‌ ଭଲପାଆନ୍ତି।...

ଭୁଲ୍‌ରେ ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ

ସାଧାରଣତଃ ବ୍ୟସ୍ତବହୁଳତା ଜୀବନ ଯୋଗୁ ଲୋକମାନେ ସପ୍ତାହର ପନିପରିବା ଆଣି ଫ୍ରିଜ୍‌ରେ ରଖିଦେଇଥାନ୍ତି। ପ୍ରାୟ ସମୟରେ ଏହି ପନିପରିବା ବହୁଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରହିଯାଇଥାଏ। ହେଲେ...

ଚନ୍ଦାପଣ ଠୁଁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ …

ପରିବର୍ତ୍ତିତ ଜୀବନ ଶୈଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁ କେତେକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳିଥାଏ। ଚନ୍ଦାପଣ ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି...

ଜାଣନ୍ତି ଭୋଜିଭାତ ପରେ ମିଠା କାହିଁକି ଖାଇବାକୁ ଦିଆଯାଏ

ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ...

ଏହି ୪ଟି ରୋଗରେ ଆକ୍ରାନ୍ତ ଲୋକ କାଜୁଠାରୁ ଦୂରେଇ ରୁହନ୍ତୁ

ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁଟର୍‌ସ ଖାଇଥାନ୍ତି। ଏହାବ୍ୟତୀତ କାଜୁକୁ ତରକାରି ଓ ମିଠା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *