ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍‌

ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ ୧୫ ବର୍ଷ ଧରି ଆମେରିକାକୁ କୌଣସି ସୂଚନା ଦେଇ ନ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି। ତେବେ ପାକିସ୍ତାନ ଆମେରିକା ସହିତ ମିଶି ଆତଙ୍କବାଦ ବିରୋଧରେ ଲଢ଼ାଇ ଜାରି ରଖିଥିବା ଇମ୍ରାନ୍‌ କହିଛନ୍ତି। ମୁମ୍ବାଇରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ନାହିଁ। ପାକିସ୍ତାନରେ ତାଲିବାନ୍‌ ସଂଗଠନ ନ ଥିଲେ ମଧ୍ୟ ଆମେରିକାର ଆତଙ୍କବାଦୀ ଦମନ କାର୍ଯ୍ୟରେ ପାକିସ୍ତାନ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବା ଇମ୍ରାନ୍‌ ସୂଚନା ଦେଇଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆମେରିକା ଗୁପ୍ତଚର ସଂସ୍ଥା ସିଆଇଏକୁ ଓସମା ବିନ୍‌ ଲାଡେନ୍‌ ସମ୍ପର୍କରେ ତଥ୍ୟ ଯୋଗାଇଥିଲା। ଫଳରେ ଆମେରିକା ଲାଡେନ୍‌ଙ୍କୁ ହତ୍ୟା କରିବାରେ ସଫଳ ହୋଇଥିବା ଇମ୍ରାନ୍‌ କହିଛନ୍ତି। ମାତ୍ର ପୂର୍ବରୁ ଲାଡେନ୍‌ଙ୍କ ହତ୍ୟା ଘଟଣା ସମ୍ପର୍କରେ ପାକିସ୍ତାନ ସରକାର ଜାଣି ନ ଥିବା କୁହାଯାଇଥିଲା। ଏବେ ଇମ୍ରାନ୍‌ଙ୍କ ମନ୍ତବ୍ୟ ପୂର୍ବରୁ ପାକିସ୍ତାନ ସରକାର ଦେଇଥିବା ମନ୍ତବ୍ୟ ମଧ୍ୟରେ ମେଳ ଖାଉ ନ ଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


All Right Reserved By Dharitri.Com

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି...

ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍‌

ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍‌ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା...

ଅଣ୍ଡର ଓ୍ବାଟର ମ୍ୟୁଜିକ୍‌ ଫେଷ୍ଟିଭାଲ

ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍‌ ଫେଷ୍ଟିଭାଲର...

ଦୁବଇରେ ଏବେ ମଦ୍ୟପାନ କଲେ ମିଳିବନି ଦଣ୍ଡ

ଦୁବଇ,୧୩।୭: ଏବେ ଦୁବଇରେ ପର୍ଯ୍ୟଟକଙ୍କୁ ୩୦ ଦିନ ଲାଗି ମାଗଣା ଆଲକୋହଲ ଲାଇସେନ୍ସ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ତେବେ ମଦ୍ୟପାନ କରି ନିୟମ ଉଲ୍ଲଂଘନ...

ପାକିସ୍ତାନ ସହ ଆଲୋଚନାକୁ ଜୟଶଙ୍କରଙ୍କ ଖଣ୍ଡନ

ଲଣ୍ଡନ,୩ା୯(ପି.ଟି.): ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦୀଙ୍କୁ ନିଯୁକ୍ତି, ପ୍ରଶିକ୍ଷଣ ଓ ଆର୍ଥତ୍କ ସହାୟତା ଯୋଗାଇ ଆସୁଛି। ଏଥିରୁ ବିରତ ନ...

କେରୋନା ମୁକାବିଲା: ଫୁଟବଲ ପଡ଼ିଆ ହେଲା ହସ୍ପିଟାଲ

ଓ୍ବାଶିଂଟନ,୧୯।୩: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୨ଜଣ ସାଂସଦ ମାରିଆ ଡିଆଜ୍‌ ଏବଂ ବେନ୍‌ ମ୍ୟାକ୍‌୍‌ଆଦମ୍ସ୍‌ଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି।...

ମୁଶରଫ୍‌ଙ୍କୁ ଆଶ୍ୱସ୍ତି: ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଲେ ଲାହୋର ହାଇକୋର୍ଟ

ଇସଲାମାବାଦ୍‌,୧୬।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଲାହୋର ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ଉପରେ କୋର୍ଟ ରୋକ...

ଚୋରି ହେଲା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌

ଲଣ୍ଡନ,୧୫।୯:ବ୍ରିଟେନର ଅକ୍ସଫୋର୍ଡଶାୟରରେ ଥିବା ବ୍ଲେନହେମ୍‌ ପ୍ୟାଲେସ୍‌ରେ ଥିବା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌ଟି ଚୋରି ହୋଇଯାଇଛି। ୧୮ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି...

Leave a comment

Your email address will not be published. Required fields are marked *