Posted inଜାତୀୟ

ରମଣ ସିଂ ଡାକ୍ତରଖାନାରେ ଭର୍ତ୍ତି

ରାୟପୁର, ୨୪।୭: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ରମଣ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍‌ ତାଙ୍କ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ଖୁବ୍‌ ଶିଘ୍ର ମେଡିକାଲ ବୁଲେଟିନ୍‌ ଜାରି କରାଯାଇ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦିଆଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ତିନିଦିନ ତଳେ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ। ଗତ ନିର୍ବାଚନରେ ରମଣ ସିଂ ପରାସ୍ତ ହୋଇଥିଲେ।


All Right Reserved By Dharitri.Com

ୟୁପିରେ ୧୫୦ ମେଡିିକାଲ ଛାତ୍ରଙ୍କୁ ର଼୍ୟାଗିଂ : ଲଣ୍ଡାକରି ରାସ୍ତାରେ ବୁଲାଇଲେ

ଲକ୍ଷ୍ନୌ, ୨୨ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ସଇଫାଇଠାରେ ଥିବା ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟରେ ନବାଗତ ୧୫୦ ମେଡିକାଲ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଛି। ବରିଷ୍ଠ ଛାତ୍ରମାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ

ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି।...

ସେନା ପୋଷାକ ସହ ଖାପ ଖାଉଥିବା ପୋଷାକ ପିନ୍ଧି ଅଡୁଆରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୨: ରାଜଧାନୀ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲୁଥିବା ବେଳେ ଦିଲ୍ଲୀ ପୋଲିସ ଏକ...

୨୦୨୧ ନିର୍ବାଚନ: ଦିଦିଙ୍କ ରାଗ ଶାନ୍ତ କରିବାକୁ ଚେଷ୍ଟା କରିବେ ପ୍ରଶାନ୍ତ କିଶୋର

କୋଲକାତା,୧।୮: ଆସନ୍ତା ୨୦୨୧ରେ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେଠାରୁ ଏହାକୁ ନେଇ ସଜବାଜ ହେଲାଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ...

ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି...

କର୍କଟ ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ୮୦ ଛାତ୍ରୀ

କୋଏମ୍ବାଟୁର,୭।୩ : କର୍କଟ ପୀଡ଼ିତଙ୍କ ପାଇଁ କେତେକ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅସମର୍ଥ ଥିବା ତାମିଲନାଡୁର କୋଏମ୍ବାଟୁରର...

ବନ୍ୟା ପୀଡ଼ିତ ଚାଷୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିବେ ଶିବରାଜ

ଭୋପାଳ,୧୬।୯: ମଧ୍ୟ ପ୍ରଦେଶରେ ଚଳିତ ବନ୍ୟାରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କୋଟି କୋଟି ଟଙ୍କାର ଫସଲ ହାନିହୋଇଛି। ତେବେ ଏହି ବନ୍ୟାରୁ ଲୋକଙ୍କୁ...

ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ, ୨।୮: ପୁଣି ଥରେ ସରକାରକୁ ଫେରିବା ପରେ ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଭିତରେ...

Leave a comment

Your email address will not be published. Required fields are marked *