Posted inଜାତୀୟ

ଶୁକ୍ରବାର ଶପଥ ନେଇପାରନ୍ତି ୟେଦୁରପ୍ପା: ଆଜି ଶାହଙ୍କୁ ଭେଟିବେ

ବେଙ୍ଗାଲୁରୁ, ୨୪।୭: ଶେଷରେ କର୍ନାଟକରେ ଭାଜପା କ୍ଷମତା ଦଖଲ କରିବାକୁ ଯାଉଛିି। ୧୪ ମାସର ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବାକୁ ଅସମର୍ଥ ହେବାପରେ ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ୭୫ ବର୍ଷ ବୟସ୍କ ବିଏସ ୟେଦୁରପ୍ପା ପୁଣି ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି। ଆସନ୍ତା ଶୁକ୍ରବାର ସେ ଶପଥ ନେବେ ବୋଲି କୁହାଯାଉଛି। ଏହା ପୂର୍ବରୁ ବୁଧବାର ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଭାଜପା ଅଧିକ ଆସନରେ ବିଜୟୀ ହୋଇଥିଲା। ସେ ୨୦୧୮ ମେ’ ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲେ। ପରେ କଂଗ୍ରେସ-ଜେଡିଏସ ମେଣ୍ଟ ମିଶି ସରକାର ଗଠନ କରିଥିଲେ।


All Right Reserved By Dharitri.Com

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ପୁଞ୍ଚ୍‌ର ଶାହପୁର ଏବଂ କରନି ସେକ୍ଟରରେ ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼...

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ...

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନୟୁରେ ତେଜିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଏହି ବିରୋଧ...

ସଙ୍କଟରେ ଶାନ୍ତ ରୁହନ୍ତି ମୋଦି: ବିଅର ଗ୍ରିଲ୍ସ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଡିସ୍‌କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ନଜର ଆସିବେ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ ହେବାକୁ...

୧୦ଲକ୍ଷ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖି ମମତାଙ୍କ ପାଖକୁ ପଠାଇବ ଭାଜପା

କୋଲକାତା,୨।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗନକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଶନିବାର ଉତ୍ତର ୨୪ ପ୍ରଗଣାଠାରେ ତ୍ରୁଣମୂଳ କଂଗ୍ରେସର ଏକ ସଭା...

ଆଜି ବିଶ୍ୱ ଡାକ ଦିବସ: ଜାଣନ୍ତୁ ଡାକ ସେବା ସମ୍ପର୍କରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୯।୧୦: ଆଜି ସାରା ବିଶ୍ୱରେ ଡାକ ଦିବସ ପାଳନ କରାଯାଉଛି। ଡାକ ବିଭାଗ କାଇଁ କେଉଁ ଯୁଗରୁ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ସୂଚନା...

ବନ୍ୟାରେ ବେହାଲ କର୍ନାଟକ: ଛାତ ଉପରେ ବିରାଟ କୁମ୍ଭୀର, ଭିଡିଓ ଭାଇରାଲ

ବେଲଗାମ,୧୨।୮: ଦେଶର ବହୁ ରାଜ୍ୟ ଏବେ ପାଣି ଘେରରେ। କର୍ନାଟକରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି...

ଫଳାଫଳ ଆସିବା ପରେ ଆଜି ପ୍ରଥମଥର ବାୟନାଡ ଗସ୍ତରେ ଯିବେ ରାହୁଲ

ଥିରୁଭାନନ୍ତପୂରମ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ଶୁକ୍ରବାର ପ୍ରଥମଥର ପାଇଁ କେରଳର ବାୟନାଡ ଗସ୍ତରେ ଯିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।...

Leave a comment

Your email address will not be published. Required fields are marked *