ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ ବାଣ୍ଟୁଥିବାର ଦେଖିବାକୁ ମିଳିଛି। ସିନ୍ଧ୍‌ ପ୍ରାନ୍ତ ଅଞ୍ଚଳରେ ଏହି ବ୍ୟକ୍ତି ଜଣଙ୍କ ଇସ୍‌ଲାମିକ ଧର୍ମଗୁରୁ ଲୋକଙ୍କୁ ଧର୍ମ ଶିକ୍ଷା ଦେଉଛନ୍ତି। ନାରଙ୍ଗୀ ରଙ୍ଗର ଶାଢି ପରିଧାନ କରି ନିଶଦାଢି ରଖିଥିବା ଏହି ଧର୍ମଗୁରୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକେ ତାଙ୍କୁ ଟ୍ରୋଲ କରୁଥିବାର ଦେଖାଯାଇଛି। ସୂଚନାଯୋଗ୍ୟ, ସିନ୍ଧ୍‌ ପ୍ରାନ୍ତର ହାଇଦ୍ରାବାଦ୍‌ ସହରରେ ରହୁଥିବା ଏହି ଧର୍ମଗୁରୁ ଜଣଙ୍କ ଗହଣା ପିନ୍ଧି ବିବାହ ବେଶରେ ସଜେଇ ହେବା ପରେ ହିଁ ଲୋକଙ୍କ ସାମ୍ନାକୁ ଆସନ୍ତି। ବିଭିନ୍ନ ଗଳିରେ ତାଙ୍କୁ ଲୋକଙ୍କ ସହ ନାଚୁଥିବାର ମଧ୍ୟ ଦେଖାଯାଇଛି।


All Right Reserved By

ଆଲୋଚନା ପୂର୍ବରୁ ପାକ୍‌ କଠୋର ପଦକ୍ଷେପ ନେଉ

ଜାତିସଂଘ,୨୬ା୯(ପି.ଟି.): ପାକିସ୍ତାନ ସହ ଆଲୋଚନା ପୂର୍ବରୁ ଇସ୍‌ଲାମାବାଦକୁ କେତେକ କଠୋର ପଦକ୍ଷେପ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ...

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ,୨୨।୪: ଶ୍ରୀଲଙ୍କା କଲମ୍ବୋର ୩ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା...

ଶ୍ରୀଲଙ୍କାରେ ୩ ଉଗ୍ରପନ୍ଥୀ ଗୋଷ୍ଠୀ ନିଷିଦ୍ଧ

କଲମ୍ବୋ,୧୫।୫(ପି.ଟି): ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋହିଦ୍‌ ଜମାତ୍‌ (ଏନ୍‌ଟିଜେ) ସମେତ ଦୁଇଟି ଇସ୍‌ଲାମିକ୍‌ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏପ୍ରିଲ ୨୧ ଇଷ୍ଟର ପର୍ବରେ...

ଜାପାନରେ ଘୂର୍ଣ୍ଣିଝଡ଼ ପରେ ଆସିଲା ଭୂକମ୍ପ: ୭୦ ଲକ୍ଷ ଲୋକ ସ୍ଥାନାନ୍ତର

ଟୋକିଓ,୧୩।୧୦: ଜାପାନରେ ଆସିଥିବା ଘୂର୍ଣ୍ଣିଝଡ଼ରେ ଏପର୍ଯ୍ୟନ୍ତ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି।...

ଏକ ପ୍ଲେଟ କବାବ ମଗାଇଲେ ମହିଳା: କ୍ରେଡିଟ କାର୍ଡରୁ କଟିଗଲା୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଜେରୁଜେଲମ,୯।୯: ଆମେରିକାର ଜଣେ ମହିଳା ପର୍ଯ୍ୟଟକ ଏକ ପ୍ଲେଟ କବାବ ପାଇଁ ୨ଲକ୍ଷ ୭ହଜାର ଟଙ୍କା ଦେଇଥିବା ଘଟଣା ସମ୍ନାକୁ ଆସିଛି। ଏହି ଘଟଣା ଘଟିଛି...

ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା

ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍‌ଏସ୍‌ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି।...

୩୮ ବୋଇଂ ବିମାନରେ ଦେଖାଦେଲା ତ୍ରୁଟି

ନ୍ୟୁୟର୍କ,୧୨।୧୦: ବିମାନ ଓ ରକେଟ୍‌ ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ବୋଇଂ ଏରୋସ୍ପେଶ ଏବେ ପୁଣିଥରେ ଅଡୁଆରେ ପଡିଛି। ଗତବର୍ଷ ଅକ୍ଟୋବର ଓ ଚଳିତ ବର୍ଷ ମାର୍ଚ୍ଚରେ...

ନାସା ଲଞ୍ଚ୍‌ କରିବ ଟ୍ବିନ୍‌ ସାଟେଲାଇଟ୍‌

ଓ୍ବାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଦୁଇଟି କ୍ଷୁଦ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବ। ପୃଥିବୀର ଉପର ବାୟୁମଣ୍ଡଳରେ ସାମରିକ ଓ ଏୟାରଲାଇନ୍‌ ଯୋଗାଯୋଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *