ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି ପ୍ରାୟ ୮ଟାରେ ତୁଡାଲଗା ଗ୍ରାମର ସିମଲ ଜଗତ(୨୬) ଓ ରକି ବାରିକ(୨୫) ବାଇକ୍‌ରେ ବଡଗାଁରୁ ଘରକୁ ଫେରୁଥିବା ବେଳେ ସ୍କାନ୍‌ଷ୍ଟିଲ କମ୍ପାନୀର ଏକ ବସ୍‌ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହେଲେ ଉଦ୍ଦେଶ୍ୟମୂଳକ ଭାବେ ବସ୍‌ ଚାଳକ ବାଇକ୍‌କୁ ଧକ୍କା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ରବିବାର ରାତିରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲା। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଆଲୋଚନାରେ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ୨ଶହରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ହତ୍ୟା ଉଦ୍ୟମ କରିଥିବା ବସ୍‌ ଚାଳକ ଜଗଦୀଶଙ୍କୁ ଗିରଫ କରି ବସ୍‌ ଜବତ କରିବାକୁ ଦାବି କରିଥିଲେ। ଏନେଇ ଗ୍ରାମବାସୀ ତଲସରା ବିଧାୟକ ଭବାନୀ ଭୋଇଙ୍କୁ ଫୋନରେ ଜଣାଇଥିଲେ। ବିଧାୟକ ଭୋଇ ଏସ୍‌ପି ସୌମ୍ୟ ମିଶ୍ରଙ୍କୁ ଜଣାଇବା ପରେ ରାତି ପ୍ରାୟ ସାଢ଼େ ୭ଟାରେ ସେ ଥାନାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଏସ୍‌ପି ମିଶ୍ର ଘଟଣାର ତଦନ୍ତ ଦାୟିତ୍ୱ ଜଣେ ଡିଏପ୍‌ପିଙ୍କୁ ଦେବା ସହ ବସ୍‌ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷେ ପୋଲିସ ଏକ ମାମଲା(ନଂ.୧୦୬/୧୯) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


All Right Reserved By Dharitri.Com

ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ

ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ...

କଣ୍ଟାବାଞ୍ଜିରେ ୧୨୮ଖଣ୍ଡ ଭୋଟର ଥ୍ରୀଲିଙ୍ଗ୍‌ ଭିକ୍ଟ୍ରି

ବଲାଙ୍ଗୀର ଅଫିସ, ୨୫ା୫ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ବିଜୟୀ...

ଧାନବିଲକୁ ଯାଉଥିବା ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ନାକଟିଦେଉଳ, ୨୯।୫ (ଡି.ଏନ.ଏ.)-ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ହିତସରା ଗାଁରେ ଶୁକ୍ରବାର ସକାଳ ୬ଟାରେ ଜଣେ ମହିଳାଙ୍କୁ ହାତୀ କଚାଡି ମାରି ଦେଇଛି। ଏହି...

ପିଲାଙ୍କ ରଥଯାତ୍ରା, ନିଆରା ପରମ୍ପରା

ବରଗଡ଼ ଅଫିସ୍‌,୫।୭-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେବେ ବରଗଡ଼ ନାଏକପଡ଼ାର ଶିଶୁଙ୍କ ରଥଯାତ୍ରା ପାଳନ ସମ୍ପୂର୍ଣ୍ଣ ନିଆରା । ପିଲାମାନେ...

ଜେଲରେ ନୂଆ କଏଦୀଙ୍କ ପାଇଁ କ୍ୱାରାଣ୍ଟାଇନ ଓ୍ବାର୍ଡ

ସମ୍ବଲପୁର,୧୩।୪(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଲୋକଙ୍କୁ କ୍ବାରାନଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଛି। ଏହାସହ ଅନେକ ଲୋକଙ୍କୁ...

ଗୋଲବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୬୦ ଦୋକାନ

ସମ୍ବଲପୁର, ୨୮।୧୦ (ବ୍ୟୁରୋ): ସମ୍ବଲପୁର ସହରର ଗୋଲବଜାରସ୍ଥିତ ପରିବା ମାର୍କେଟରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଆର୍‌ଡି ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଆର୍‌ଡି ଜେଇ ଶ୍ୟାମସାଗର ସାଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ପେଟର ଲାଗି ନାଟ:୪୪ ଡିଗ୍ରୀ ଖରାରେ ସିଝୁଛେ ମୁନୁଷ୍‌

ଅତାବିରା, ୨୧ା୫ (ଡି.ଏନ୍‌.ଏ): ଦିନୁଦନ୍‌କେ ଖରା ତାତି ବଢ଼ତେଲ ଯାଉଛେ। ଲୋକ୍‌ ଖରା ଝାଉର ଲାଗି ଅଥାଥାଲି ହେଇଯାଉଛନ୍‌। ସଭେ ଛାଇତଲ ଖୁଜୁଛନ୍‌। ସକାଲର ୯...

Leave a comment

Your email address will not be published. Required fields are marked *