ଦେଶରେ ପ୍ରତିିଦିନ ଭୋକରେ ରହୁଛନ୍ତି ୨୦ କୋଟି: ବର୍ଷକୁ ନଷ୍ଟ ହେଉଛି ୬ ହଜାର ୬ ଶହ କୋଟି କିଗ୍ରା ଖାଦ୍ୟ

ଓ୍ବାଶିଂଟନ,୨୪।୭: ଭାରତରେ ପ୍ରତିଦିନ ୨୦ କୋଟି ଭୋକିଲାଙ୍କୁ ଖାଦ୍ୟ ମିଳୁନି। ମାତ୍ର ଦେଶରେ ପ୍ରତିବର୍ଷ ହାରାହାରି ୬ ହଜାର ୬ଶହ ୩୦ କୋଟି କିଲୋଗ୍ରାମ୍‌ ଖାଦ୍ୟ ନଷ୍ଟ ହେଉଛି। ଭାରତରେ ପ୍ରତି ବ୍ୟକ୍ତି ବର୍ଷରେ ୫୧ କିଲୋଗ୍ରାମ୍‌ ଖାଦ୍ୟ ପଦାର୍ଥ ନଷ୍ଟ କରୁଛନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ପୃଥିବୀରେ ପ୍ରତିବର୍ଷ ଲକ୍ଷେ ୩୦ ହଜାର କୋଟି କିଲୋଗ୍ରାମ୍‌ର ଖାଦ୍ୟ ପଦାର୍ଥ ନଷ୍ଟ ହେଉଛି। ଖାଦ୍ୟ ପଦାର୍ଥ ନଷ୍ଟ ହେଉଥିବା ତାଲିକାରେ ଏକ ନମ୍ବର ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଏଠାରେ ବର୍ଷରେ ଜଣେ ବ୍ୟକ୍ତି ୩୬୧ କିଲୋଗ୍ରାମ୍‌ ଖାଦ୍ୟ ପଦାର୍ଥ ନଷ୍ଟ କରିଥାନ୍ତି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ଆମେରିକା ରହିଛି। ଏଠାରେ ଜଣେ ଲୋକ ବର୍ଷରେ ହାରାହାରି ୨୭୮ କିଲୋଗ୍ରାମ୍‌ର ଖାଦ୍ୟ ପଦାର୍ଥ ନଷ୍ଟ କରିଥାନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ତୁର୍କୀ ରହିଛି। ଏଠାରେ ଜଣେ ବାର୍ଷିକ ପ୍ରାୟ ୧୬୮ କିଳୋଗ୍ରାମ୍‌ ଖାଦ୍ୟ ନଷ୍ଟ କରିଥାନ୍ତି। ଏହି ତାଲିକାର ୭ ନମ୍ବର ସ୍ଥାନରେ ଭାରତ ରହିଛି। ଭାରତ ପଛକୁ ୮ ନମ୍ବର ସ୍ଥାନରେ ଚାଇନା ରହିଛି।


All Right Reserved By Dharitri.Com

ଆସାମରେ ଏନ୍‌ଆର୍‌ସି ପରେ ୨ ମାସରେ ଘର ବାହୁଡ଼ିଛନ୍ତି ୪୪୫ ବାଂଲାଦେଶୀ

ଢ଼ାକା,୩।୧: ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ପ୍ରକାଶ ପାଇବା ପରେ ଗତ ୨ ମାସ ମଧ୍ୟରେ ୪୪୫ ବାଂଲାଦେଶୀ ଘର ବାହୁଡ଼ିଛନ୍ତି। ଏନେଇ ବାଂଲାଦେଶ ସୀମା...

ଶ୍ରୀଲଙ୍କା ଖେଳାଳିଙ୍କୁ ଭାରତ ଧମକ ଦେଲା: ପାକିସ୍ତାନ ମନ୍ତ୍ରୀ

ଇସାଲାମାବାଦ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ୧୦ଜଣ ସଦସ୍ୟ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିବାରୁ ଏହାର ଦୋଷ ଭାରତ ଉପରେ ଲଦିଛି ପାକିସ୍ତାନ। ଭାରତ ଶ୍ରୀଲଙ୍କା...

କରୋନା ଭାଇରସ: ତଥ୍ୟ ଲୁଚାଇଲେ ଦେବାକୁ ପଡିବ ଏକ କୋଟି ଟଙ୍କା ଜରିମାନା!

ଦୁବାଇ,୧୦।୩: କରୋନା ଭାଇରସ ସମ୍ପର୍କିତ କୌଣସି ତଥ୍ୟ ଲୁଚାଇଲେ ଜରିମାନା ଦେବାକୁ ପଡିବ ବୋଲି ସୌଦି ଆରବ ସରକାର ଘୋଷଣା କରିଛନ୍ତି। ସୋମବାର ସରକାରଙ୍କ ଦ୍ୱାରା...

ହନ୍ତା ଭାଇରସ୍‌ ସଂକ୍ରମଣରେ ଜଣେ ମୃତ

ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର...

ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ

ବ୍ୟାଙ୍କକ୍‌,୭ା୬(ଆଇଏଏନ୍‌ଏସ୍‌) :ବେଆଇନ ଲଟେରି ଲଞ୍ଚ କରିବା ମାମଲାରେ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍‌ସିନ୍‌ ଶିନାଓ୍ବାତ୍ରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ଶିନାଓ୍ବାତ୍ରାଙ୍କୁ ଦୋଷୀସାବ୍ୟସ୍ତ...

ମୋଦିଙ୍କୁ ତ ଅଟକାଇ ପାରୁନ ‘କଶ୍ମୀର ଆଓ୍ବାର’ର ଅର୍ଥ କ’ଣ ବୋଲି ଇମ୍ରାନଙ୍କୁ ପ୍ରଶ୍ନ କଲେ ପାକିସ୍ତାନ ଜନତା

ଇସ୍‌ଲାମାବାଦ,୩୦।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧି ଅନେକ ପଦକ୍ଷେପ ନେଉଥିବା ବେଳେ ଶୁକ୍ରବାର ଇମ୍ରାନଙ୍କ ସରକାର ଘୋଷଣା କରିଥିଲେ ‘କଶ୍ମୀର ଆଓ୍ବାର’। ଅର୍ଥାତ୍‌...

ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ।...

ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ...

Leave a comment

Your email address will not be published. Required fields are marked *