ନିଶାଦ୍ରବ୍ୟ ଚାଲାଣର ସୁରକ୍ଷିତ ମାଧ୍ୟମ: ନାଇଟ୍‌ କୋଚ୍‌ ବସ୍‌, ଲେଡି ଏଜେଣ୍ଟ

ବେଆଇନ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଗଲାଣି ଓଡ଼ିଶା। ବ୍ରାଉନସୁଗାର, ହିରୋଇନ୍‌, ଚରସ ଆଦି ନିଶାଦ୍ରବ୍ୟ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବାବେଳେ ଏଠାରୁ ଗଞ୍ଜେଇ ଓ ଅଫିମ ଆଦି ବାହାରକୁ ଚାଲାଣ ହେଉଛି। ବିଶେଷକରି ରାଜ୍ୟରେ ବ୍ରାଉନସୁଗାର ଓ ଗଞ୍ଜେଇ ବ୍ୟବସାୟ ସହରଠୁ ଆରମ୍ଭ କରି ସାହିବସ୍ତି ଓ ଗାଁରେ ଚେର ମେଲିଥିବାବେଳେ ଏଥିଯୋଗୁ ବହୁ ଅପରାଧ ଘଟୁଛି। ନିଶା ମାଫିଆ ସାମ୍ରାଜ୍ୟ ବିସ୍ତାର କରିସାରିବା ପରେ ଏବେ ପୋଲିସର ଚେତା ପଶିଛି। ନିଶା କାରବାର ବନ୍ଦ ପାଇଁ କମିଶନରେଟ ପୋଲିସ୍‌ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଛି। ନିଶା ମାଫିଆ ଓ ବ୍ୟବସାୟୀଙ୍କୁ ସାବାଡ୍‌ କରିବାକୁ ଏସ୍‌ଟିଏଫ୍‌ ଚଢ଼ାଉ ଚଳାଇଛି। ଏହାସତ୍ତ୍ୱେ ନିଶାଦ୍ରବ୍ୟ ଚାଲାଣ ଥମିବାର ନାଁ ଧରୁନି। ନିଶା ମାଫିଆମାନେ ପୋଲିସ ନଜରରୁ ହଟିବା ପାଇଁ ଏବେ ଅଧିକରୁ ଅଧିକ ମହିଳାଙ୍କୁ ସେମାନଙ୍କ ର଼୍ୟାକେଟରେ ସାମିଲ୍‌ କରୁଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଟ୍ରେନିଂ ପରେ ସମ୍ପୃକ୍ତ ମହିଳାଙ୍କୁ ଏଜେଣ୍ଟ ଭାବେ ମୋଟା ଦରମାରେ ନିଯୁକ୍ତ କରୁଛନ୍ତି। ଚାଲାଣରେ ନାଇଟ୍‌କୋଚ୍‌ ବସ୍‌ ଓ ଟ୍ରେନ୍‌ ପ୍ରମୁଖ ମାଧ୍ୟମ ପାଲଟିଛି।

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ନାଇଟ୍‌କୋଚ୍‌ ବସ୍‌ରେ କଲିକତାକୁ ଗଞ୍ଜେଇ ଚାଲାଣବେଳେ ମଙ୍ଗଳବାର ଖଣ୍ଡିଗିରି ପୋଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଧରିଛି। ଏହି ଘଟଣାରେ ଦୁଇଜଣ ମହିଳା ଏଜେଣ୍ଟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସାଢ଼େ ୧୨କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଦୁଇ ମହିଳା ହେଲେ ପଶ୍ଚିମବଙ୍ଗ ମେଦିନାପୁରର ରେବ ଘଡେଇ(୪୦) ଓ କୁକୁଲି ଗୋରାମି(୪୧)। ଦୁଇ ଜଣଙ୍କ ବିରୋଧରେ କେସ୍‌ ନଂ-୩୮୯/୧୯, ଏନ୍‌ଡିପିଏସ୍‌ ଆକ୍ଟ ଲଗାଇ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଉକ୍ତ ଦୁଇ ମହିଳା ଜରିଅଖାରେ ଗଞ୍ଜେଇ ଭର୍ତ୍ତି କରି ସୋମବାର ସନ୍ଧ୍ୟାରେ ଆସ୍କାରୁ ଏକ ଘରୋଇ ବସ୍‌ରେ ବସି ମଙ୍ଗଳବାର ଭୋର୍‌ ସମୟରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଓହ୍ଲାଇଥିଲେ। ସେମାନେ ଅନ୍ୟ ଏକ ବସ୍‌ରେ କଲିକତା ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭିତରକୁ ଯାଇ ଅପେକ୍ଷା କରିଥିଲେ। ହେଲେ ସେମାନଙ୍କ ହାବଭାବ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ତୁରନ୍ତ ଏକ ପୋଲିସ ଟିମ୍‌ ପହଞ୍ଚତ୍ ଦୁଇ ମହିଳା ଓ ସେମାନେ ଆଣିଥିବା ଜରି ବସ୍ତାକୁ ଯାଞ୍ଚ କରିବା ପରେ ଗଞ୍ଜେଇ ମିଳିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଗଞ୍ଜେଇ ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା।

ଥରକରେ ଏଜେଣ୍ଟଙ୍କୁ ମିଳେ ୩୦ରୁ ୫୦ହଜାର ଟଙ୍କା
ଗୋଟିଏ ଥରେ ଗଞ୍ଜେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଲେ ଏଜେଣ୍ଟଙ୍କୁ ୩୦ରୁ ୫୦ ହଜାର ଟଙ୍କା ମିଳିଥାଏ। ତେବେ ପରିମାଣ ଅନୁସାରେ ପ୍ରାପ୍ୟ ନିର୍ଦ୍ଧାରଣ ହୋଇଥାଏ। ଯିଏ ଯେତେ ପରିମାଣର ଗଞ୍ଜେଇ ଚାଲାଣ କରିଥାନ୍ତି, ସେହି ଅନୁପାତରେ ଟଙ୍କା ପାଇଥାନ୍ତି। ଏପରିକି ଏଥିପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଇଥାଏ। ପୁରୁଣା ମହିଳା ଏଜେଣ୍ଟଙ୍କ ସହ ନୂଆ ସାମିଲ୍‌ ହେଉଥିବା ମହିଳା କିମ୍ବା ପୁରୁଷ ରହିଥାନ୍ତି।

ର଼୍ୟାକେଟରେ ବସ୍‌ ଡ୍ରାଇଭର, ହେଲ୍‌ପର
ରାତିରେ ମହିଳାମାନେ ନାଇଟ୍‌ କୋଚ ବସ୍‌ରେ ଯାଉଥିବାରୁ ପୋଲିସର ସେମାନଙ୍କ ଉପରେ ସନ୍ଦେହ ହୁଏ ନାହିଁ। ଏପରିକି ରାତିରେ ପୋଲିସ କେବେ ବସ୍‌ରେ ଚଢି ଯାଞ୍ଚ କରେ ନାହିଁ। ଫଳରେ ସହଜରେ ଗଞ୍ଜେଇ ପଶ୍ଚିମବଙ୍ଗରେ ପହଞ୍ଚତ୍ୟାଇଥାଏ। ସବୁଠୁ ବଡ଼ କଥା ହେଲା କେତେକ ଘରୋଇ ବସ୍‌ ଡ୍ରାଇଭର ଓ ହେଲପର ଏହି ର଼୍ୟାକେଟରେ ସଂପୃକ୍ତ ଥିବା ପୋଲିସ ଦୁଇ ମହିଳା ଏଜେଣ୍ଟଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି।

ମାଷ୍ଟର ମାଇଣ୍ଡ୍‌ ଓଡ଼ିଶାରେ
ଗଞ୍ଜେଇ ଚାଲାଣର ମାଷ୍ଟର ମାଇଣ୍ଡ୍‌ ହେଉଛନ୍ତି ଜଣେ ଓଡ଼ିଆ। ସେ ବହୁ ମହିଳାଙ୍କୁ ଏହି କାରବାରରେ ସାମିଲ୍‌ କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ସେମାନଙ୍କ ଭଳି ଅନ୍ୟମାନେ ନିୟମିତ ବସ୍‌ରେ ଗଞ୍ଜାମ ଜିଲା ଆସ୍କାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରନ୍ତି। ପୂର୍ବରୁ ମଧ୍ୟ ବହୁଥର ଏପରି ଗଞ୍ଜେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବା ମହିଳା ଦ୍ୱୟ କହିଛନ୍ତି। ତେବେ ମାଷ୍ଟରମାଇଣ୍ଡ୍‌ ଜଣକ କିଏ ସେ ସମ୍ପର୍କରେ ପୋଲିସ ଅଧିକ କିଛି ସୂଚନା ଦେଉ ନ ଥିଲେ ମଧ୍ୟ ତାଙ୍କୁ ଧରିବାକୁ ପୋଲିସ ଆସ୍କା ଯିବ ବୋଲି ଜଣାପଡିଛି। ପଶ୍ଚିମବଙ୍ଗରେ ମଧ୍ୟ ଏହି ର଼୍ୟାକେଟରେ ଅନେକ ବ୍ୟକ୍ତି ସମ୍ପୃକ୍ତ ରହିଛନ୍ତି। ସେମାନଙ୍କୁ ଗିରଫ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।


All Right Reserved By Dharitri.Com

ଶାରଦୀୟ ପାର୍ବଣ ପୂଜା ପାଇଁ ଉତ୍ସବମୁଖର ପ୍ରାଚୀ ଉପତ୍ୟକା

କାକଟପୁର, ୧।୧୦(ଡି.ଏନ୍‌.ଏ.): ପୁରୀ ଜିଲା ପ୍ରାଚୀ ଉପତ୍ୟକାରେ ରହିଥିବା ଶତାଧିକ ଶକ୍ତି (ଦୁର୍ଗା, ଚାମୁଣ୍ଡା, ଗ୍ରାମ ଦେବତୀ) ମନ୍ଦିରମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଷୋଳ ପୂଜା...

କାକର ସାଙ୍ଗକୁ ଘନ କୁହୁଡ଼ି

ଉଦଳା, ୧୨।୧ (ଡି.ଏନ.ଏ.) – ଶିମିଳିପାଳ ପାଦଦେଶରେ ଅବସ୍ଥିତ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଏବେ ରାତିରେ ପ୍ରବଳ କାକର ପଡୁଥିବା ବେଳେ ସକାଳେ ଘନ...

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ: ନୂଆ ମନ୍ତ୍ରୀଙ୍କୁ ‘ଟାଇମ୍‌’ ମନ୍ତ୍ର

ଭୁବନେଶ୍ୱର,୩୦ା୫(ବ୍ୟୁରୋ):ରାଜ୍ୟରେ ପୁଣିଥରେ ବିଜେଡି କ୍ଷମତାସୀନ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପରେ ନୂଆ...

ଆଉ ନୂଆ ୧୭ ଏନ୍‌ଏସି ଗଠନ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୭ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଗଠନ ହେବ। କେବଳ ଜନସଂଖ୍ୟା ନୁହେଁ, ସେଠାକାର ଭୌଗୋଳିକ ପରିସ୍ଥିତି, ରାଜସ୍ବ ଆୟ...

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ବିଜ୍ଞପ୍ତି: ଆବେଦନର ଶେଷ ତାରିଖ ଜୁଲାଇ ୮

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ଛାତ୍ରୀଛାତ୍ରମାନେ ଆସନ୍ତା ୨୪ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ...

ରାଜ୍ୟର ଅଭିବୃଦ୍ଧି ଖସିଲା: କୃଷି ଉତ୍ପାଦନ ହ୍ରାସ, ବାତ୍ୟାକୁ ଦାୟୀ କଲେ ସରକାର

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଳକୁ ଖସିଛି। ୨୦୧୮-୧୯ରେ ଏହି ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୬.୧୬ ପ୍ରତିଶତକୁ ଖସିଯାଇଛି। ସୋମବାର...

ଲୁହାଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ

ଭୁବନେଶ୍ୱର,୪-୯(ବ୍ୟୁରୋ)/ କୋଣାର୍କ (ଡି.ଏନ୍‌.ଏ):ଶେଷରେ ଲୌହଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଦୀର୍ଘଦିନର ବାଦବିବାଦ ଏବଂ ଦାବି ପରେ କୋଣାର୍କ ମନ୍ଦିରରୁ ହଟିବ ଲୌହଭାରା।...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ‘ପଞ୍ଚାୟତର ସବୁ କର୍ମଚାରୀଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯାଉ’

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କେବଳ ସ୍ବାସ୍ଥ୍ୟକର୍ମୀ କିମ୍ବା ସରପଞ୍ଚ ନୁହନ୍ତି ବରଂ ପଞ୍ଚାୟତସ୍ତରରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଏହାଦ୍ୱାରା ସ୍ଥାୟୀ...

Leave a comment

Your email address will not be published. Required fields are marked *