‘ନଟ୍‌ଖଟ୍‌’ ନିର୍ମାଣ କରିବେ ବିଦ୍ୟା

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲାନ୍‌ ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ‘ନଟ୍‌ଖଟ୍‌’ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ସେ ନିଜେ ମଧ୍ୟ ଅଭିନୟ କରିବେ। ଏଥିପାଇଁ ସେ ପ୍ରଯୋଜକ ରୋନି ସ୍କ୍ରିଉବାଲାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି, ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା, ମହିଳା ପୁରୁଷ ଅସମାନତା, ବଳାତ୍କାର, ଘରୋଇ ହିଂସା ଭଳି ବିଭିନ୍ନ ସାମାଜିକ ସମସ୍ୟାକୁ ଭିତ୍ତିକରି ନଟ୍‌ଖଟ୍‌ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କରେ ବିଦ୍ୟା କହନ୍ତି, ଏହା ଏକ ସୁନ୍ଦର କାହାଣୀ ହୋଇଥିବାରୁ ଏହାକୁ ପ୍ରସ୍ତୁତ କରିବା ସହିତ ଏଥିରେ ଅଭିନୟ କରିବାକୁ ଇଚ୍ଛା ହେଲା। ସ୍କ୍ରିଉବାଲା ମଧ୍ୟ ବିଦ୍ୟାଙ୍କ ସହିତ କାମ କରିବା ପାଇଁ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ପ୍ରଥମେ ସେ ଯେତେବେଳେ ନଟ୍‌ଖଟ୍‌ର କାହାଣୀ ଶୁଣିଲେ ଏହାକୁ ନେଇ ଫିଲ୍ମ ନିର୍ମାଣ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଉକ୍ତ ସିନେମାରେ ବହୁ ସାମାଜିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିବାବେଳେ ଫିଲ୍ମ ମାଧ୍ୟମରେ ସମାଜକୁ ବଳିଷ୍ଠ ବାର୍ତ୍ତା ମଧ୍ୟ ଦିଆଯାଇଛି। ବିଶେଷକରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ପାଇଁ ଏଭଳି ଏକ ଫିଲ୍ମ ନିର୍ମାଣ କରାଯାଉଥିବା ନିର୍ମାତା ସୂଚନା ଦେଇଛନ୍ତି। ଏହାର କାହାଣୀ ରଚନା କରିଛନ୍ତି ଅନୁକମ୍ପା ହର୍ଷ ଏବଂ ଶାନ୍‌ ବ୍ୟାସ। ଆର୍‌ଏସ୍‌ଭିପି ସହଯୋଗୀ ପ୍ରଯୋଜକ ସନୟ ଇରାନୀଙ୍କ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହେଉଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ବ୍ୟାସ୍‌।


All Right Reserved By Dharitri.Com

ସଫଳତା ପରେ ଏତେ ବଦଳିଗଲେଣି ହିମେଶ

ମୁମ୍ବାଇ: ‘ଆଶିକ୍‌ ବନାୟା’, ‘ଆପ୍‌କା ସୁରୁର’, ‘ଅକ୍ସର’ ପରି ହିଟ୍‌ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍‌ ସେନ୍‌ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ...

ଆଇଟମ୍‌ ସଙ୍ଗକୁ ନେଇ କ’ଣ କହିଲେ କ୍ରିତି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ପାଇଁ ନଜର ଆସିଥିଲେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନାୟିକା କ୍ରିତି ସାନନ୍‌। ଆଇଟମ୍‌...

ପ୍ରଥମ ଫିଲ୍ମରେ ହିଟ୍‌ ହେଲେ ଦ୍ୱିତୀୟ ଫିଲ୍ମ ପରେ ଭାରତ ଛାଡିଲେ

ମୁମ୍ବାଇ: ବଲତଉଡ୍‌ରେ ଯିଏ ଥରେ ପାଦ ରଖିଛି ସେ ଆଉ ପଛକୁ ଫେରିବାକୁ ଚାହିଁନି। କିଏ ଏଠି ଅଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଛି ତ...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

ବଲିଉଡ୍‌ର ସାବତ ଭଉଣୀ-ଭାଇ

ମୁମ୍ବାଇ: ସାରା ଭାରତରେ ଗୁରୁବାର ପାଳନ କରାଯାଉଛି ରାଖୀ ପୂର୍ଣ୍ଣିମା ଉତ୍ସବ। ଏହି ଅବସରରେ ଭଉଣୀ ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧୁଥିବା ବେଳେ ଭାଇ...

ଘରେ ଗଣେଶ ଚତୁର୍ଥୀ ପାଳନ କରି ଭାବୁକ ହେଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍‌ ଆଗ୍ରହ ସହକାରେ ନିଜ...

କ୍ରିତିଙ୍କ ନିଶ

ମୁମ୍ବାଇ: ବଲିଉଡ୍‌ କମେଡି ସିକ୍ୱେଲ୍‌ ‘ହାଉସ୍‌ଫୁଲ-୪’ରିଲିଜ୍‌ ସମୟ ପାଖେଇ ଆସିଲାଣି। ଏଥିପାଇଁ ଫିଲ୍ମର ସମସ୍ତ ଷ୍ଟାର୍‌କାଷ୍ଟ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହାସହ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ...

ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା

ଜଣେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ‘ତୁ ମୋ ଲଭ୍‌ଷ୍ଟୋରି’ ଫିଲ୍ମରେ ମୁଖ୍ୟ ନାୟକ ଭାବେ ନଜରକୁ ଆସିଥିଲେ ସ୍ବରାଜ। ଓଡ଼ିଆ ଫିଲ୍ମ...

Leave a comment

Your email address will not be published. Required fields are marked *