‘ଫାର୍ଷ୍ଟ ଗର୍ଲଫ୍ରେଣ୍ଡ’ଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା

ଲଣ୍ଡନ,୨୪ା୭(ପି.ଟି.): ବୋରିସ୍‌ ଜନ୍‌ସନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଡାଉନିଂ ଷ୍ଟ୍ରିଟ୍‌ରେ ଅବସ୍ଥାନ କରିବାକୁ ଯାଉଥିବାବେଳେ ତାଙ୍କଠୁ ବୟସରେ ଯଥେଷ୍ଟ ସାନ ତରୁଣୀ-ବାନ୍ଧବୀ କ୍ୟାରି ସାଇମଣ୍ଡ୍ସଙ୍କୁ ସାଥିରେ ରଖିବେ କି ନାହିଁ ସେଥିନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଦୁଇଥର ବିବାହ କରିଥିବା ବୋରିସ୍‌ ମଙ୍ଗଳବାର କଞ୍ଜରଭେଟିଭ୍‌ ପାର୍ଟିର ନେତା ନିର୍ବାଚିତ ହେବା ପରେ ସେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ଦୀର୍ଘ ୩୧ବର୍ଷ ଧରି ଦଳର କମ୍ୟୁନିକେଶନ୍‌ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିବା ବୋରିସ୍‌ଙ୍କୁ କୁଇନ୍‌ ଏଲିଜାବେଥ୍‌ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ସାଇମଣ୍ଡ୍ସ ହେଉଛନ୍ତି ପରିବେଶ ସୁରକ୍ଷାର ଜଣେ ଆଗଧାଡିର ପ୍ରଚାରକ। ୨୦୧୨ରେ ଲଣ୍ଡନର ମେୟର ନିର୍ବାଚନ ବେଳେ ସେ ବୋରିସ୍‌ଙ୍କ ପାଇଁ ପ୍ରଚାର କରିଥିଲେ। ୨୦୧୮ରେ ବୋରିସ୍‌ ଦୀର୍ଘ ୨୬ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଥିଲେ। ବିବାହ ବିଚ୍ଛେଦ ଘଟିବା ପରେ ତରୁଣୀ ସାଇମଣ୍ଡ୍ସଙ୍କ ସହିତ ତାଙ୍କର ସମ୍ପର୍କ ବିଷୟ ଚର୍ଚ୍ଚାର ପରିସରକୁ ଆସିଥିଲା। ତେବେ ବୋରିସ୍‌ କ୍ଷମତାକୁ ଆସିବା ପରେ ଦେଶର ‘ଫାର୍ଷ୍ଟ ଗର୍ଲଫ୍ରେଣ୍ଡ’ଙ୍କ ଭବିଷ୍ୟତ ନେଇ ବ୍ରିଟିଶ ଖବରକାଗଜଗୁଡିକରେ ଚର୍ଚ୍ଚା ଜୋର ଧରିଛି।


All Right Reserved By Dharitri.Com

କାମ କରୁନି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ: ଡାଇପର ପିନ୍ଧୁଛନ୍ତି ମହାକାଶ ଯାତ୍ରୀ

ଓ୍ବାଶିଂଟନ,୨୮।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ କାମ କରୁନି। ଫଳରେ ମହାକାଶ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଏବେ ଡାଇପର ପିନ୍ଧୁଛନ୍ତି। ଏହି...

ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା ଆଇଏସ୍‌ଆଇ: ମାନିଲେ ଇମ୍ରାନ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟୁୟର୍କର ସେଣ୍ଟର ଫର୍‌ ଫରେନ୍‌ ରିଲେଶନ୍‌...

ମେଡ଼ିସିନ୍‌ରେ ନୋବେଲ: ଏଥର ପାଇବେ ୩ ବୈଜ୍ଞାନିକ

ଷ୍ଟକ୍‌ହୋମ୍‌,୭।୧୦: ମେଡ଼ିସିନ୍‌ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ...

ଜୀବନ ଯୁଦ୍ଧରେ ହାରିଗଲେ ଥାଇଲାଣ୍ଡ ଗୁମ୍ଫାରୁ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ନୌସେନା ଅଧିକାରୀ

ବ୍ୟାଙ୍କକ୍‌,୩୦।୧୨: ଗତ ବର୍ଷ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ଜଣେ ନୌସେନା ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ...

ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ

ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କୁ ଏହି ଦାୟିତ୍ୱ...

ଯାତ୍ରା ହେଲା ଶେଷ ଯାତ୍ରା: ମଝି ସମୁଦ୍ରରେ ଓଲଟିଲା ଡଙ୍ଗା; ୫୮ ମୃତ

ଡାକାର,୫।୧୨: ଆଟଲାଣ୍ଟିକ୍‌ ମହାସାଗରରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀମାନେ ପଶ୍ଚିମ ଆଫ୍ରିକାର...

କଶ୍ମୀରକୁ ନେଇ ମଧ୍ୟସ୍ଥତା କରିବନି ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୮: କଶ୍ମୀର ମାମଲାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିବା ପ୍ରକାଶ କରିଛନ୍ତି ଭାରତର...

ମିଳିତ ସୁରକ୍ଷାକର୍ମୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ୨୪ ଆତଙ୍କବାଦୀ ନିହତ

କାବୁଲ୍‌,୨୦।୭: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ୨୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୭ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଉରୁଜଗନ୍‌ଠାରେ ଥିବା...

Leave a comment

Your email address will not be published. Required fields are marked *