ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ପ୍ରସଙ୍ଗ: ଦୁଇଦିନ ବିଧାନସଭା ବରବାଦ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଦୁଇଦିନ ବିଧାନସଭା ଅଚଳ ହେବା ପରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ଏବଂ ଶିଶୁ ନିଖୋଜ ଘଟଣାକୁ ନେଇ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ହେବ। ମଙ୍ଗଳବାର ଅପରାହ୍ନରେ ବସିଥିବା ସର୍ବଦଳୀୟ ବୈଠକ ପରେ ଏହି ନିଷ୍କଷର୍ର୍ ବାହାରିଛି। ଉଭୟ ଭାଜପା ଓ କଂଗ୍ରେସ ସରକାରଙ୍କ ଏହି ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି। ମୁଲତବୀ ଆଲୋଚନା ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଏହି ସୂଚନା ଦେଇଛନ୍ତି।
ନାବାଳିକା ବଳାତ୍କାର, ଶିଶୁ ନିଖୋଜକୁ ନେଇ ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ପ୍ରତିବାଦ ଯୋଗୁ ସୋମବାର ଏବଂ ମଙ୍ଗଳବାର ବିଧାନସଭା ଅଚଳ ହୋଇଯାଇଥିଲା। ମଙ୍ଗଳବାର ଦିନତମାମ କେବଳ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଟ୍ଟଗୋଳ। ପୂର୍ବାହ୍ନ ୧୦ଟା ୩୦ ମିିନିଟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଭାଜପା ସଦସ୍ୟ ମୋହନ ଚରଣ ମାଝି, ମଦନମୋହନ ଦତ୍ତ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ଜୟନାରାୟଣ ମିଶ୍ରଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ। ରାଜ୍ୟରେ ନାବାଳିକା ବଳାତ୍କାର, ଶିଶୁ ନିଖୋଜ ଏବଂ ଆଇନଶୃଙ୍ଖଳାକୁ ନେଇ ସରକାରଙ୍କଠାରୁ କୈଫିୟତ ତଲବ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରାଯାଉ ବୋଲି ଦାବି କରିଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ନିଜ ସିଟ୍‌ ନିକଟରେ ଛିଡ଼ାହୋଇ ପ୍ରତିବାଦ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଭାଜପା ସଭ୍ୟ ସୁକାନ୍ତ କୁମାର ନାୟକ ପଚାରିଥିବା ୪୨୧ ନମ୍ବର ପ୍ରଶ୍ନର ଉତ୍ତର ଦେବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଡାକିଥିଲେ। ହୋ-ହଲ୍ଲା ମଧ୍ୟରେ ମନ୍ତ୍ରୀ ଉତ୍ତର ପଢି ଶୁଣାଇ ଦେଲେ। ମାତ୍ର ପ୍ରଶ୍ନକର୍ତ୍ତା ହୋ-ହଲ୍ଲାରେ ମାତି ଯାଇଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ୧୦ଟା ୩୨ ମିନିଟରେ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ଓ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ୩ଟା ୦୩ ମିନିଟରୁ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ୩ଟା ୩୩ରେ ମଧ୍ୟ ଅନୁରୂପ ଅବସ୍ଥା ହୋଇଥିଲା। ବିରୋଧୀ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଇସ୍ତଫା ଦାବିକରି ହଟ୍ଟଗୋଳ କରିଥିଲେ। ପୁଣି ଗୃହକୁ ବାଚସ୍ପତି ବିଭିନ୍ନ ପର୍ଯ୍ୟାୟରେ ଅପରାହ୍ନ ୪ଟା ୮ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଥିଲେ। ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଦୀର୍ଘ ୨ ଘଣ୍ଟା ଧରି ଚାଲିଲା ବୈଠକ। ଏହାପରେ ବାଚସ୍ପତି ଘୋଷଣା କରିଥିଲେ ଯେ, ବୁଧବାର ମୁଲତବୀ ପ୍ରସ୍ତାବ ଜରିଆରେ ଏହି ବିଷୟରେ ଆଲୋଚନା ହେବ। ତେବେ ଗୃହରେ ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ପାରିଲା ନାହିଁ। ଆସନ୍ତା ୩୦ ତାରିଖରେ ଉକ୍ତ ଦୁଇ ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନରେ ପାରିତ କରାଯିବ ବୋଲି ବାଚସ୍ପତି କହିବା ସହିତ ଗୃହକୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ।


All Right Reserved By Dharitri.Com

ଧଉରାଗୋଠ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ

ବଇଣ୍ଡା,୫।୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରାଗୋଠ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ କରାଯାଇଛି। ଏହି ବଡ଼ଧରଣର ଜଳସେଚନ...

ବଅଁରପାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: କ୍ଲବ, ଭଡ଼ା ଘରେ ଚାଲିଛି ଡାକ୍ତରଖାନା

ବଅଁରପାଳ, ୨୮।୬(ଡି.ଏନ.ଏ.)- ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହାର ଭିନ୍ନଚିତ୍ର ନଜରକୁ ଆସିଛି।...

ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ସମୟ ପରିବର୍ତ୍ତନ:ସେପ୍ଟେମ୍ବର ପହିଲାରୁ ଲାଗୁ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ନଂ.୧୨୮୯୪ର ସମୟକୁ ପରିବର୍ତ୍ତନ କରାଯାଇଛି। କେବଳ ବଲାଙ୍ଗୀରରୁ ଭୁବନେଶ୍ୱର ଯାତ୍ରା ସମୟରେ ପରିବର୍ତ୍ତନ କରାଯାଇଥିବାବେଳେ ଭୁବନେଶ୍ୱରରୁ ବଲାଙ୍ଗୀର ଯାତ୍ରା...

କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ: ମିଳିବ ୬ହଜାର କୋଟି

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ରେଳ ଅନୁଦାନ। ରାଜ୍ୟ ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା...

ପାଣିପାଗ ବିଭାଗର ଆକଳନ : ଓଡ଼ିଶାକୁ ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ (ଡିପ ଡିପ୍ରେଶନ)ରେ ପରିଣତ ହୋଇଛି। ଆସନ୍ତା ୧୨...

କୃତ୍ରିମ ବନ୍ୟାକୁ ବର୍ଷେ ବିତିବାକୁ ବସିଲାଣି:ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଆନନ୍ଦପୁର,୨୪।୭ (ସ୍ବ.ପ୍ର.)-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ସ୍ତରରେ କିଭଳି ଅବହେଳା କରାଯାଉଛି ତାହାର ଏକ ନଜିର ପଦାକୁ ଆସିଛି। ଗତ...

ଅପହରଣ ପରେ ଯୁବକଙ୍କୁ ଟାୟାର ଜାଳି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ/ନିରାକାରପୁର,୫।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବଡ଼ପୋଖରିଆ ଓ ଉଗ୍ରତାରା ଛକ ନିକଟସ୍ଥ ଏକ ଜଙ୍ଗଲରୁ ଶୁକ୍ରବାର ସକାଳେ ହାଡ଼କଙ୍କାଳ ଜବତ ହୋଇଛି। ଏହା ନୟାଗଡ଼ ଜିଲା...

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୩୧ା୭- ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *