ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ

ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ସହଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଏହି ପ୍ରକଳ୍ପ ମାତ୍ର ୩ ବର୍ଷରେ ଅକାମୀ ହୋଇପଡିବାକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ଉପଖଣ୍ଡ ବାସୀ ଏବେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରକଳ୍ପର ବିଶୋଧନାଗାର ଖରାପ ହୋଇଯାଇଥିବାରୁ ଲୋକଙ୍କୁ ସିଧାସଳଖ ମାଙ୍କଡା ନାଳ ପାଣି ଯୋଗାଯାଉଥିବା ଅଭିଯୋଗ ହୋଇଛି।
ପାଲଲହଡ଼ା ବାସୀଙ୍କ ଅଭିଯୋଗ ମୁତାବକ, ୨୦୧୬ରେ ପାଲଲହଡ଼ାରେ ପ୍ରତି ଲୋକ ପିଛା ଦିନକୁ ୨ ଥର ୭୦ ଲିଟର ଲେଖାଏ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଏକ ଘରୋଇ କମ୍ପାନୀ ସହଯୋଗରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଭୁବନେଶ୍ୱରର ଏକ ଠିକାସଂସ୍ଥା ଏହି କାମ ନେଇଥିଲା। ଏହି ପ୍ରକଳ୍ପ ଅଧୀନରେ ଏକ ୫୦ ହଜାର ଲିଟରର ପାଣି ଟାଙ୍କି ସହ ଏକ ପାଣି ବିଶୋଧନାଗାର ନିର୍ମାଣ କରାଯାଇଥିଲା। ୧୮ା୦୬ା୨୦୧୬ରେ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ସହ ପାଣି ବିଶୋଧନ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦିଆଯାଇଥିବାବେଳେ ପାଣି ବଣ୍ଟନ ତଥା ନୂତନ ପାଇପ ସଂଯୋଗ ଦାୟିତ୍ୱ ସ୍ଥାନୀୟ ନିଜିଗଡ ପଞ୍ଚାୟତକୁ ପ୍ରଦାନ କରାଯାଇଥିଲା। ପ୍ରକଳ୍ପ ଆରମ୍ଭରୁ ପାଣି ଯୋଗାଣ ଠିକଠାକ୍‌ ଚାଲିଥିବାବେଳେ କିଛି ଦିନ ପରେ ନିମ୍ନମାନର ପାଣିଟାଙ୍କିରେ ଲିକେଜ ହେବା ଆରମ୍ଭ ହୋଇଥିଲା। ପରେ ପାଣି ବିଶୋଧନାଗାରଟି ମଧ୍ୟ ଅଚଳ ହୋଇପଡିଥିଲା। ଏବେ ଏହାକୁ ମରାମତି କରା ନ ଯାଇ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ସିଧାସଳଖ ମାଙ୍କଡ଼ା ନାଳର ପାଣି ଯୋଗାଯାଉଥିବା ଅଭିଯୋଗ ହୋଇଛି। ଯୋଗାଣ ପାଣି ଗୋଳିଆ ହୋଇଥିବାବେଳେ ସେଥିରୁ ବିଭିନ୍ନ ପ୍ରକାର ପୋକଜୋକ ଭାସୁଥିବା ଲୋକ ଅଭିଯୋଗ ଆଣିଛନ୍ତି। ଏ ଦିଗରେ ତୁରନ୍ତ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ପାଲଲହଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କମଳାକାନ୍ତ ପାତ୍ରଙ୍କୁ ପଚାରିବାରେ ସେ ଏଥିପାଇଁ କର୍ମଚାରୀ ଅଭାବକୁ ଦାୟୀ କରିଛନ୍ତି। ଏଥିସହ ଜଳ ଯୋଗାଣଠାରୁ ବିଶୋଧନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କର ବୋଲି କହିଛନ୍ତି। ପଞ୍ଚାୟତକୁ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେବା ଦାୟିତ୍ୱ ବିଭାଗର ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଏ ବାବଦରେ ନିଜିଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାଏକ ଏହାକୁ ନିରାଧାର ବୋଲି କହିଛନ୍ତି। ପ୍ରକଳ୍ପର ସମସ୍ତ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏବଂ ଏବେ ମଧ୍ୟ ବିଭାଗର କର୍ମଚାରୀମାନେ ସବୁ କାର୍ଯ୍ୟ ବୁଝୁଛନ୍ତି ବୋଲି କହି ନିର୍ବାହୀ ଅଧିକାରୀ ବିଭାଗ ଉପରେ ଦୋଷ ଲଦିଛନ୍ତି। ନୂତନ ଉପଭୋକ୍ତାଙ୍କୁ ସଂଯୋଗ ଦେବା ଏବଂ ପାଣି ବିତରଣ କରିବା ତାଙ୍କ ଦାୟିତ୍ୱ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଏସ୍‌ସିବି ମେଡିକାଲରେ ଅଘଟଣ: ତିନି ମହଲାରୁ ଡେଇଁ ରୋଗୀ ମୃତ

କଟକ ଅଫିସ, ୧୨।୧୦: କଟକ ଏସ୍‌ସିବି ମେଡିକାଲର ତିନି ମହଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ଓ୍ବାର୍ଡ...

ଖୋଳାଯିବ ୧.୨୫ ଲକ୍ଷ କୂପ

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ସାରା ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ କୂପ(ଡଗ୍‌-ୱେଲ)ଖୋଳାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଏହି ଖନନ କାର୍ଯ୍ୟ...

ଉତ୍ତର ଉପକୂଳ ଆଡ଼କୁ ମୁହାଁଇଲା ଲଘୁଚାପ: ୨୪ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ଉପକୂଳ ଆଡ଼କୁ ମୁହାଁଇଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳରେ ମଧ୍ୟ ଲଘୁଚାପର ଏକ କ୍ଷେତ୍ର ସୃଷ୍ଟି...

ପରଜଙ୍ଗରେ କାଳବୈଶାଖୀ: ବ୍ୟାପକ କ୍ଷତି; ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଉଡ଼ିଲା ଛପର

ପରଜଙ୍ଗ, ୨୮।୫(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୨୦।୧୨: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନରେ ଆୟୋଜିତ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର...

୩ୟ ଥର ସନ୍ତାନ ଜନ୍ମ ଦେବ ସ୍ନେହା

ବାରଙ୍ଗ, ୯ା୧(ଡି.ଏନ୍‌.ଏ.): ବାରଙ୍ଗସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ବାଘୁଣୀ ସ୍ନେହା ତୃତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛି। ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ନନ୍ଦନକାନନ...

ନନ୍ଦନକାନନରେ ବାଘୁଣୀର ମୃତ୍ୟୁ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ହୋଇଛି। ‘ପ୍ରିୟଙ୍କା’ ନାମ୍ନୀ ଏହି ବାଘୁଣୀର ବୟସ ୧୯ ବର୍ଷ ୫ ମାସ...

ମିଳୁନି ସହାୟତା, ପୁନରୁଦ୍ଧାରରେ ବାଧା: ଉଜୁଡ଼ା ବେପାର ସଜାଡ଼ି ହେଉନି

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିଲା, ଯାହାର ଏବେସୁଦ୍ଧା ଭରଣା ହୋଇପାରିନାହିଁ। ବହୁତ କଷ୍ଟରେ କେତେଜଣ ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି। ହେଲେ...

Leave a comment

Your email address will not be published. Required fields are marked *