ତପ୍ତପାଣି ଘାଟିରେ ଓଲଟିଲା ବାଲିବୋଝେଇ ଟ୍ରାକ୍ଟର: ଲିଫ୍ଟ ମାଗି ବସିଥିବା ଯୁବକ ମୃତ

ଦିଗପହଣ୍ଡି,୨୪ା୭(ଡି.ଏନ.ଏ.)-ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଲିଫ୍ଟ ମାଗି ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଟି. ଗୋବିନ୍ଦପୁର ପଞ୍ଚାୟତ ରାମପଲ୍ଲୀ ଗ୍ରାମର କୈଳାଶ ଗମାଙ୍ଗ। ପ୍ରକାଶ ଯେ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ମଳାଭଞ୍ଜା ନଦୀରୁ ବାଲି ବୋଝେଇ କରି ଟ୍ରାକ୍ଟର (ନଂ.ଓଆର୨୦-୭୪୮୬) ନାତ୍ରି ଗ୍ରାମକୁ ଯାଉଥିଲା। ରାସ୍ତାରେ କୈଳାଶ ରାମପଲ୍ଲୀ ଯିବାକୁ ଟ୍ରାକ୍ଟର ଚାଳକ ଓପିନା ଗମାଙ୍ଗଙ୍କୁ ଲିପ୍ଟ ମାଗି ବସିଥିଲେ। ରାଜନାପଲ୍ଲୀ ଘାଟି ରାସ୍ତା ଗଡ଼ାଣିରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଓଲଟିବା ବେଳେ କୈଳାଶଙ୍କ ଉପରେ ଟ୍ରାକ୍ଟର ଚକା ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଆହତ ଟ୍ରାକ୍ଟର ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ପୋଲିସ ନଂ.୧୪୧/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


All Right Reserved By Dharitri.Com

ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଆରମ୍ଭ

ଛତ୍ରପୁର,୧୮ା୮(ଡି.ଏନ.ଏ)-ଛତ୍ରପୁର ବ୍ଲକର ସମସ୍ତ ସରକାରୀ ସ୍କୁଲରେ କାର୍ଯ୍ୟରତ ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ଜାତି ଓ ମାଇଗ୍ରେଶନ ପ୍ରମାଣପାତ୍ରର ଯାଞ୍ଚ ଶନିବାରଠାରୁ ଆରମ୍ଭ ହୋଇଛି। ବ୍ଲକ ଶିକ୍ଷା...

ବାଇକ୍‌, ଟଙ୍କା ଲୁଟ୍‌ ଘଟଣା: ୩ କୋର୍ଟ ଚାଲାଣ

ଛତ୍ରପୁର,୧୩ା୭(ଡି.ଏନ.ଏ)-ବାଇକ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।  ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ...

ଜି.ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ବିଜୟୀ

ଦାରିଙ୍ଗବାଡ଼ି,୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ...

ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ

ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ...

ପାଚିକା, ସହାୟିକାଙ୍କ ବୈଠକ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.) -ପାତ୍ରପୁର ଦୁର୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ରବିବାର ପାଚିକା, ସହାୟିକାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାତ୍ରପୁର ବ୍ଲକ ସମେତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ...

ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ପାଟପୁର,୮ା୧: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଟିଗୁଡ଼ା ଗ୍ରାମର ପୀତବାସ ଗୌଡ଼ଙ୍କ ସ୍କୁଟିକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପୋଡି ଦେଇଥିବା ଅଭିଯୋଗ ହୋଇଛି। ପୀତବାସଙ୍କ...

ଆଖୁବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କୁ ପୋଲିସର ମାଡ଼ ଅଭିଯୋଗ: ପ୍ରତିବାଦରେ କାରଖାନାକୁ ପରିବହନ ବନ୍ଦ

ଆସିକା,୨୫।୩(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍‌ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ...

ଭିଜିଲାନ୍ସ ଜାଲରେ ଏମ୍‌କେସିଜି ମେଡିକାଲ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୭ା୧-ଏମ୍‌କେସିଜି ମେଡିକାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଥିବା ଏକ ଏଲଆଇସି କ୍ଲେମ୍‌ ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ ନେଇ...

Leave a comment

Your email address will not be published. Required fields are marked *