Posted inଖେଳ

ଜାଡେଜାଙ୍କ ଉପରେ ଆସ୍ଥା ବଢ଼ିଛି

ମୁମ୍ବାଇ, ୨୪।୭-ଭାରତୀୟ କ୍ରିକେଟ ଦଳରେ ଏକଦା ଉପେକ୍ଷିତ ଥିଲେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ମାତ୍ର ଗତ ଆଇସିସି ବିଶ୍ୱକପ ପରେ ତାଙ୍କ ଉପସ୍ଥିତିର ମୂଲ୍ୟ ବୁଝିଛି ଟିମ୍‌ ମ୍ୟାନେଜମେଣ୍ଟ। ଫଳ ସ୍ବରୂପ କାରିବିୟନ ଗସ୍ତର ତିନୋଟି ଯାକ ଫର୍ମାଟ ପାଇଁ ଜାଡେଜାଙ୍କୁ ଦଳରେ ସାମିଲ କରାଯାଇଛି।
ସୌରାଷ୍ଟ୍ରର ଏହି ଅଲରାଉଣ୍ଡର ଗତ ୨ ବର୍ଷ ଧରି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି। ଟେଷ୍ଟରେ କିନ୍ତୁ ସେ ନିଜ ଦକ୍ଷତା ପ୍ରମାଣିତ କରି ସାରିଛନ୍ତି। ଗତ ସେପ୍ଟେମ୍ବରରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୮୬ ରନ, ଅକ୍ଟୋବରରେ ରାଜକୋଟଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦*, ଜାନୁୟାରୀରେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୧ ରନ ସ୍କୋର କରି ନିଜ ବ୍ୟାଟିଂ ପରିପକ୍ୱତାର ପ୍ରମାଣ ଦେଇଛନ୍ତି। କେବଳ ସେତିକି ନୁହେଁ ଜଣେ ସ୍ପିନରଭାବେ ମଧ୍ୟ ସେ ଉପଯୋଗୀ ସାବ୍ୟସ୍ତ ହେବାସହ ଉଇକେଟ ହାସଲ କରିଛନ୍ତି। ସାମ୍ପ୍ରତିକ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ପ୍ରଥମ ପସନ୍ଦ ଅଲରାଉଣ୍ଡର। ମାତ୍ର ଗତ ଫେବୃୟାରୀରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅବସରରେ ପିଠିରେ ଯନ୍ତ୍ରଣା ପାଇଁ ତାଙ୍କୁ ବିଶ୍ରାମ ଦିଆଯିବା ଜାଡେଜାଙ୍କ ପାଇଁ ସୁଯୋଗ ଆଣିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ବିଶ୍ୱକପ ଦଳରେ ସ୍ଥାନ ହାସଲ କରିବା ଜାଡେଜାଙ୍କ ପାଇଁ ଶେଷ ସୁଯୋଗ ଥିଲା। ମାତ୍ର ୪ ମ୍ୟାଚରେ ସେ ମାତ୍ର ୪୫ ରନ କରିବା ସହ ୩ଟି ଉଇକେଟ ନେଇ ପାରିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦିନିକିଆ ସିରିଜରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେ ପ୍ରଭାବୀ ନ ଥିଲା। ଭାରତ ଏହି ସିରିଜକୁ ୨-୧ରେ ଜିତିଥିଲେ ହେଁ ଜାଡେଜା ଗୋଟିଏ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇ ମାତ୍ର ୮ ରନ କରିଥିଲେ ଏବଂ ୩ ମ୍ୟାଚରୁ ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ମାତ୍ର ଜାଡେଜା ଜଣେ ଚମତ୍କାରୀ ଫିଲ୍ଡରଭାବେ ସର୍ବଦା ନିଜକୁ ପ୍ରମାଣିତ କରି ଆସିଛନ୍ତି। ଏହା ବ୍ୟତୀତ ଉଇକେଟ ଟୁ ଉଇକେଟ ବୋଲିଂ ଯୋଗୁ ସେ ମୁଖ୍ୟ ସ୍ରୋତରେ ରହିଥିଲେ।
ଏହାକୁ ମନମଧ୍ୟରେ ରଖି ଚୟନକର୍ତ୍ତାମାନେ ଜଣେ ସ୍ପେଶାଲିଷ୍ଟ ୪ର୍ଥ ଫାଷ୍ଟ ବୋଲରଙ୍କ ଅପେକ୍ଷା ତାଙ୍କ ଚୟନକୁ ଗୁରୁତ୍ୱ ଦେଇଥିଲେ। ଏହା ବ୍ୟତୀତ ଶିଖର ଧାଓ୍ବନଙ୍କ ପରେ ସେ ଦଳରେ ଦ୍ୱିତୀୟ ବାମହାତୀ ବ୍ୟାଟ୍ସମ୍ୟାନ ବିକଳ୍ପ ମଧ୍ୟ ଥିଲେ। କାରଣ ପ୍ରଥମେ ଘୋଷଣା କରାଯାଇଥିବା ଦଳରେ ରିଷଭ ପନ୍ତ ସାମିଲ ନ ଥିଲେ। ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ପରିବେଶରେ ରିଷ୍ଟ ସ୍ପିନରଙ୍କ ଉପରେ ଅଧିକ ଭରସା ଜୁଟାଇବାରୁ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଅଧିକାଂଶ ଲିଗ୍‌ ମ୍ୟାଚ ଖେଳିଥିଲେ। ଜାଡେଜା କେବଳ ଶେଷ ଲିଗ୍‌ ମ୍ୟାଚରେ ସୁଯୋଗ ପାଇଲେ। ସୁଯୋଗର ଭରପୂର ସଦ୍‌ବ୍ୟବହାର କଲେ ଜାଡେଜା। ସେ ଶ୍ରୀଲଙ୍କା ବିପକ୍ଷରେ ୧୦ ଓଭର ବୋଲିଂ କରି ୪୦ ରନ ବିନିମୟରେ ଗୋଟିଏ ଉଇକେଟ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖି ସେ ୧୦ ଓଭରରେ ୩୪ ରନ ବ୍ୟୟ କରିବା ସହ ୫୯ ବଲ୍‌ରୁ ୭୭ ରନ ସ୍କୋର କରିଥିଲେ।
୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ଭାରତ ପରାଜିତ ହେବାପରେ ଜାଡେଜା ମାତ୍ର ୧୯ଟି ଦିନିକିଆ ଖେଳିବାକୁ ସୁଯୋଗ ପାଇଛନ୍ତି। ସେ ୭ କିମ୍ବା ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ୨୦୯ ରନ ସ୍କୋର କରିବା ସହ ୧୦ ଇନିଂସର ୧୮୩ ଓଭରରୁ ୨୧ଟି ଉଇକେଟ ହାସଲ କରିଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ସେ ୪୪ଟି ମ୍ୟାଚରେ ଖେଳିବା ସୁଯୋଗ ପାଇ ନାହାନ୍ତି। ଏବେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ସେଠାରେ ସେ ନିଜ ଦକ୍ଷତା ପ୍ରତିପାଦନ କରିପାରିବେ ବୋଲି ଆଶା ରହିଛି।


All Right Reserved By Dharitri.Com

Posted inଖେଳ View All

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ...

ମାର୍ଚ୍ଚ ୨୧ରୁ ଆରସିବିର ଟ୍ରେନିଂ କ୍ୟାମ୍ପ

ନୂଆଦିଲ୍ଲୀ,୨୪ା୨- ଆଇପିଏଲର ୧୩ତମ ସଂସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ। ଏଥିଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୭ ଦିନ ପୂର୍ବରୁ ଟ୍ରେନିଂ କ୍ୟାମ୍ପ...

ପିଲାବେଳୁ ଶାସ୍ତ୍ରୀୟ ନୃତ୍ୟରେ ଥିଲେ ପାରଙ୍ଗମ, କ୍ରିକେଟରେ କ୍ୟାରିୟର ଗଢି ଭାଙ୍ଗିଲେ ଅନେକ ରେକର୍ଡ

ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ମିତାଲି ରାଜ୍‌ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତରେ ପୁରୁଷ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ମହାନ...

ପ୍ରଶଂସକଙ୍କ ପାଇଁ ତଳେ ପଡ଼ିଲେ ରୋହିତ

ପୁଣେ,୧୨।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ...

ପ୍ରଫେସର ବଶିଷ୍ଠଙ୍କ ‘ରୋଡ୍‌ ଟୁ ଟୋକିଓ ୨୦୨୦’ କ୍ୟାଲେଣ୍ଡର

ଭୁବନେଶ୍ୱର, ୨୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ୨୦୧୯ ମସିହା ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ନବବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୪ରୁ

ନୂଆଦିଲ୍ଲୀ, ୧୦ା୧ (ପି.ଟି.)- ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦ର ଫାଇନାଲ ରାଉଣ୍ଡ ଆସନ୍ତା ୨୪ତାରିଖରୁ ବେଙ୍ଗାଲୁରୁଠାରେ ଖେଳାଯିବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ...

ହେଟମେର, ହୋପ୍‌ଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଚେନ୍ନାଇ, ୧୫।୧୨- ମ୍ୟାନ ଅଫ ଦି ମ୍ୟାଚ ଶିମରନ ହେଟମେର ଓ ଶାଇ ହୋପ୍‌ଙ୍କ ଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ପ୍ରଥମ...

ଗ୍ଲୋବାଲ ଲିଗ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର...

Leave a comment

Your email address will not be published. Required fields are marked *