Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ,୨୪।୭(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେ ପୂର୍ବପରି ୧ ନମ୍ବର ସ୍ଥାନରେ ରହିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଗତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୨-୧ ବ୍ୟବଧାନରେ ସିରିଜ ବିଜୟୀ ହୋଇଥିଲା। ସେ ୯୨୨ ପଏଣ୍ଟ ପାଇଁ ୧ ନମ୍ବର ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ୯୧୩ ପଏଣ୍ଟ ପାଇ ଦ୍ୱିତୀୟ ଓ ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥବା ଚେତେଶ୍ୱର ପୂଜାରା ୮୮୧ ପଏଣ୍ଟ ପାଇଁ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ପୂର୍ବପରି ପ୍ରଥମ ସ୍ଥାନରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା ତୃତୀୟ, ଇଂଲଣ୍ଡ ଚତୁର୍ଥ ଓ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି। ବୋଲିଂ ତାଲିକାରେ ୨ଜଣ ଭାରତୀୟ ବୋଲର ଟପ୍‌-୧୦ରେ ସାମିଲ ରହିଛନ୍ତି। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ ଯଥାକ୍ରମେ ଷଷ୍ଠ ଓ ଦଶମ ସ୍ଥାନରେ ରହିଛନ୍ତି। ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଆୟର୍ଲାଣ୍ଡ ବିପକ୍ଷ ୪ ଦିନିଆ ଟେଷ୍ଟରୁ ଇଞ୍ଜୁରି କାରଣରୁ ବାଦ୍‌ ପଡିଥିବା ଅଭିଜ୍ଞ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଣ୍ଡରସନଙ୍କଠାରୁ ଅଧିକ ୧୬ ପଏଣ୍ଟ ପାଇ ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ ବୋଲିଂ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ଗତ ନଭେମ୍ବରରେ ଆଣ୍ଡରସନଙ୍କୁ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡ଼ା ପଛରେ ପକାଇଥିଲେ। ତେବେ ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟତମ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୧୯ତମ ସ୍ଥାନରେ ରହିଛନ୍ତି। ସେ ୨୦୦୯ ପରଠାରୁ ଟପ୍‌-୨୦ରେ ସ୍ଥାନ ବଜାୟ ରଖିଆସିଛନ୍ତି। ସେହିପରି ୬୨୧ ପଏଣ୍ଟ ପାଇ ମୋଇନ୍‌ ଅଲି ୨୫ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ ବ୍ୟାଟିଂ ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ଜନ୍ନି ବେୟାରଷ୍ଟୋ ଓ ଜୋଶ ବଟଲର ଯାଥାକ୍ରମେ ୨୬ ଓ ୨୭ତମ ସ୍ଥାନରେ ରହିଛନ୍ତି। ଆୟର୍ଲାଣ୍ଡର କେଭିନ ଓ’ବ୍ରାଏନ ୬୮ତମ ସ୍ଥାନକୁ ଉଠିଥିବା ବେଳେ ଗ୍ୟାରୀ ଓ୍ବିଲିସନ ୧୪୦ତମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ଜାଡେଜା ଭାରତୀୟ ଦୃଷ୍ଟିକୋଣରୁ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛନ୍ତି। ସେ ତୃତୀୟ ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ଶୀର୍ଷ ସ୍ଥାନରେ ରହିଥିବା ବେଳେ ବାଂଲାଦେଶର ସାକିବ ଅଲ ହାସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।


All Right Reserved By

Posted inଖେଳ

ପ୍ରଥମ ପରୀକ୍ଷାରେ ଭାରତ ବିଫଳ

ଲଣ୍ଡନ, ୨୬।୫- ଆଇସିସି ବିଶ୍ୱକପର ଅନ୍ୟତମ ଟାଇଟଲ ଦାବିଦାର ଭାରତ କିନ୍ତୁ ଇଂଲଣ୍ଡ ଗସ୍ତର ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପାଇଁ...

ଭାରତ ଆସିବେ ପାକିସ୍ତାନ ଆଥଲେଟ୍‌: ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍‌ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ...

ସାଇନା, ସିନ୍ଧୁ, ସମୀର ପରାସ୍ତ

ଉହାନ୍‌ (ଚାଇନା), ୨୭ା୪ (ପି.ଟି.)- ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଅଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଶୁକ୍ରବାର ପି.ଭି. ସିନ୍ଧୁ ଓ ସାଇନା...

ପାକିସ୍ତାନ ଜିତିବା ଖୁସିରେ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାନିଆ

ବର୍ମିଂହାମ,୨୭।୬:ଚଳିତ ବିଶ୍ୱକପର ୩୩ତମ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି। ପାକିସ୍ତାନ ବିଜୟରେ ଖୁସି ବ୍ୟକ୍ତ...

ପ୍ରଦୀପ ବିଶ୍ୱକପ୍‌ରୁ ଆଉଟ୍‌

ଲଣ୍ଡନ, ୩୦ା୬ (ପି.ଟି.)-ହାଡ଼ଫୁଟିରେ ପୀଡ଼ିତ ଯୋଗୁ ଶ୍ରୀଲଙ୍କା ପେସ୍‌ ବୋଲର ନୁଓ୍ବାନ ପ୍ରଦୀପ ଶନିବାର ଚଳିତ ଆଇସିସି ବିଶ୍ୱକପ୍‌ରୁ ଆଉଟ୍‌ ହୋଯାଇଛନ୍ତି। ତାଙ୍କ ସ୍ଥାନରେ ଦଳରେ...

ଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ

ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ...

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ...

ହ୍ୟାରୀ କେନଙ୍କ ହ୍ୟାଟ୍ରିକ: ଇଂଲଣ୍ଡର ବୃହତ୍‌ ବିଜୟ

ଲଣ୍ଡନ,୮।୯- ୟୁରୋକପ୍‌ କ୍ୱାଲିଫାଇଙ୍ଗ୍‌ରେ ଇଂଲଣ୍ଡ ଗ୍ରୁପ୍‌ ଏ’ରେ ଶନିବାର ଅପେକ୍ଷାକୃତ ଦୁର୍ବଳ ବୁଲଗେରିଆକୁ ୪-୦ ଗୋଲରେ ଅତି ସହଜରେ ପରାସ୍ତ କରିଛି। ଆରମ୍ଭରୁ ସମ୍ପୂର୍ଣ୍ଣ ରୂପେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *