ଦୃଷ୍ଟିବାଧିତଙ୍କ ଲାଗି ଆର୍‌ବିଆଇର ନୋଟ୍‌ ଚିହ୍ନିବା ଆପ୍‌

ମୁମ୍ବାଇ,୧୩।୫: ଦୃଷ୍ଟିବାଧିତଙ୍କୁ ସହଜରେ ନୋଟ୍‌ ଚିହ୍ନିବାରେ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ମୋବାଇଲ ଆପ୍‌ ଆଣିବାକୁ ଯାଉଛି। ବର୍ତ୍ତମାନ ଦେଶରେ ୫,୧୦,୨୦,୫୦,୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନରେ ରହିଛି। ଏହାବ୍ୟତୀତ କେନ୍ଦ୍ର ସରକାର ୧ ଟଙ୍କିଆ ନୋଟ୍‌ ଜାରି କରୁଛନ୍ତି। ଦୃଷ୍ଟିବାଧିତ ଯେପରି ସହଜରେ ନୋଟ୍‌ ଚିହ୍ନି ପାରିବେ ସେଥିପାଇଁ ଆର୍‌ବିଆଇ ପକ୍ଷରୁ ୧୦୦ଟଙ୍କାରୁ ଊର୍ଦ୍ଧ୍ୱ ନୋଟ୍‌କୁ ଇଣ୍ଟାଗ୍ଲିଓ ପ୍ରିଣ୍ଟିଂ କରିଥାଏ। ଅର୍ଥାତ୍‌ ଏଭଳି ନୋଟ୍‌ରେ ଲେଖାଯାଇଥିବା ଅକ୍ଷରସବୁ ସାମାନ୍ୟ ଉଠି ରହିଥାଏ। ଯାହାକୁ ଛୁଇଁ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ସହଜରେ ନୋଟ୍‌ ଚିହ୍ନି ପାରୁଛନ୍ତି। ନୂଆ ମୋବାଇଲ ଆପ୍‌ ତିଆରି ଲାଗି ଆର୍‌ବିଆଇ ପକ୍ଷରୁ ଟେକ୍ନିକାଲ ବିଡିଂ ଆହ୍ବାନ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୁଣା ଓ ନୂଆ ମହାମତ୍ା ଗାନ୍ଧୀ ସିରିଜର ବୈଧ ନୋଟ୍‌କୁ ମୋବାଇଲ ଆପ୍‌ କ୍ୟାମେରା ସମ୍ମୁଖରେ ଧରିବା କ୍ଷଣି ଏହା ତୁରନ୍ତ ନୋଟ୍‌କୁ ଚିହ୍ନଟ କରିପାରିବ। ଏଭଳି ବ୍ୟବସ୍ଥା ବିକଶିତ କରିବା ଲାଗି ଆପ୍‌ ନିର୍ମାତାଙ୍କୁ କୁହାଯାଇଛି। ଏହାଛଡ଼ା ଏହି ଆପ୍‌ ଯେକୌଣସି ଆପ୍‌ ଷ୍ଟୋରରେ ଭଏସ୍‌ କଲ୍‌ ଜରିଆରେ ଖୋଜାଯାଇପାରୁଥିବ। ମାତ୍ର ୨ ସେକେଣ୍ଡ ମଧ୍ୟରେ ନୋଟ୍‌ ଚିହ୍ନଟ ଲାଗି ବ୍ୟବସ୍ଥା ରହିବ।


All Right Reserved By

ୟୁନିୟନ ବ୍ୟାଙ୍କ- ବ୍ୟାଙ୍କ ବାଜାର ଚୁକ୍ତି

ଭୁବନେଶ୍ୱର, ୨୯-୮: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କ ବାଜାର ଡଟ୍‌ କମ୍‌ ସହ ଚୁକ୍ତିରେ ସାମିଲ ହୋଇଛି। ଡିଟିଟାଲ ସୋର୍ସିଂ ଏବଂ ହାଉସିଂ ଲୋନ...

୧୦ ବର୍ଷରେ ରିଲାଏନ୍ସର ସର୍ବାଧିକ ବୃଦ୍ଧି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଆସନ୍ତା ୧୮ ମାସ ମଧ୍ୟରେ ଋଣମୁକ୍ତ ହୋଇଯିବ ବୋଲି ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ ତମ ବାର୍ଷିକ...

ଆୟକର ରିଟର୍ନ ଦାଖଲ ଶେଷ ତାରିଖ ବଢ଼ିନି

ନୂଆଦିଲ୍ଲୀ,୩୧-୮: ଆୟକର ରିଟର୍ନ ଦାଖଲର ଶେଷ ତାରିଖ ବଢ଼ିନାହିଁ ବୋଲି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ଶୁକ୍ରବାର ସ୍ପଷ୍ଟ କରିଛି। ତେବେ ସୋସିଆଲ ମିଡିଆରେ...

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ବିପୁଳ ରେସ୍‌ପନ୍ସ

ଭୁବନେଶ୍ୱର,୧୫-୧୦: ସ୍ଥାନୀୟ ଜନତା ମୈଦାନଠାରେ ଚାଲୁଥିବା ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳୁଛି। ଚତୁର୍ଥଥର ପାଇଁ ଏହା ଆୟୋଜନ ହୋଇଥିବା...

ଜୁନ ୨୦ରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧୦-୬: ଚଳିତ ମାସ ୨୦ତାରିଖରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ୫୦ କୋଟି ଟଙ୍କାର କାରବାରକୁ...

୨ ଦିନ ବନ୍ଦ ରହିବ ମାରୁତି ସୁଜୁକି ପ୍ଲାଣ୍ଟ; ମାନ୍ଦାବସ୍ଥା ଯୋଗୁ ୨୦୧୨ ପରେ ପ୍ରଥମ

ନୂଆଦିଲ୍ଲୀ,୫ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବରୁ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ସୁଜୁକି ୨ଦିନ ୭ ଓ ୯ ତାରିଖରେ ହରିୟାଣାସ୍ଥିତ ଗୁଡ଼ଗାଓ...

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ...

ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖାଯିବ: ସୀତାରାମନ୍‌

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *