Posted inଖେଳ

ମେଓ୍ବେଦର ଚାଇନା ବକ୍ସିଂ ଟିମ୍‌ର ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ, ରିଙ୍ଗ୍‌ରେ ରହିଛି ୫୦-୦ ରେକର୍ଡ

ସାଂଘାଇ, ୨୩ା୭ (ଏଏଫ୍‌ପି)- ଚାଇନା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏହାର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଚାଇନିଜ ବକ୍ସିଂ ଫେଡେରେଶନ ଅବସରପ୍ରାପ୍ତ ସୁପରଷ୍ଟାର ଫ୍ଲଏଡ୍‌ ମେଓ୍ବେଦରଙ୍କୁ ଚାଇନା ବକ୍ସିଂ ଟିମ୍‌ର ’ସ୍ବତନ୍ତ୍ର ପରାମର୍ଶଦାତା’ ଭାବେ ନିଯୁକ୍ତି ଦେଇଛି। ମେଓ୍ବେଦର କିନ୍ତୁ ତାଙ୍କ ବକ୍ସିଂ ନିଯୁକ୍ତି ସମ୍ପର୍କରେ ସୋସିଆଲ ମିଡିଆ ଆକାଉଣ୍ଟରେ କରି କହିନାହାନ୍ତି। ମେଓ୍ବେଦରଙ୍କ ଭୂମିକା କ’ଣ ରହିବ ସେ ସମ୍ପର୍କରେ ଚାଇନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବକ୍ସିଂ ରିଙ୍ଗ୍‌ରେ ମେଓ୍ବେଦରଙ୍କ ୫୦-୦ ରେକର୍ଡ ରହିଛି। ତନ୍ମଧ୍ୟରେ ୨୭ ନକ୍‌ଆଉଟ୍‌ ବିଜୟ ରହିଛି। ମାତ୍ର ପରବର୍ତ୍ତୀକାଳରେ ୨୦୦୪ ଏଥେନ୍ସରେ ଜୋଉ ଶିମିଂ ଦେଶ ପାଇଁ ପ୍ରଥମ ଅଲିମ୍ପିକ ପଦକ ଆଣିଦେଇଥିଲେ। ତାହା ବ୍ରୋଞ୍ଜ ପଦକ ଥିଲା। ଜୋଉ ପରବର୍ତ୍ତୀ ଦୁଇଟି ଗେମ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ଥର ମହିଳା ବକ୍ସିଂକୁ ସାମିଲ କରଯାଇଥିଲା।


All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର...

ରାଓ୍ବଲପିଣ୍ଡି ଟେଷ୍ଟ: ଡ୍ର’ ମ୍ୟାଚ୍‌ରେ ଆବିଦ୍‌ଙ୍କ ବିରଳ କୀର୍ତ୍ତିମାନ

ରାଓ୍ବଲପିଣ୍ଡି, ୧୫।୧୨ (ଏଏଫ୍‌ପି)- ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ଏହାର ଘରୋଇ ମାଟିରେ ଖେଳିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଡ୍ର’ରେ ଶେଷ କରିଛି। ଶ୍ରୀଲଙ୍କା...

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ...

ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ

ନୂଆଦିଲ୍ଲୀ, ୨୫।୭: ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ ବୋଲି ଜଣାପଡିଛି। ଗତ ୨ ଦୁଇବର୍ଷ ହେବ...

ଅସ୍ତ୍ରୋପଚାର ବେଳେ ହାର୍ଦ୍ଦିକ ପିନ୍ଧିଥିଲେ ୮୦ ଲକ୍ଷ ଟଙ୍କାର ଘଣ୍ଟା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ତାଙ୍କ ଅଣ୍ଟାର ନିମ୍ନ ଭାଗରେ...

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି...

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, କାଶ୍ୟପଙ୍କ ବିଦାୟ

ପ୍ୟାରିସ,୨୪ା୧୦ (ପି.ଟି.)- ଭାରତୀୟ ଶଟଲର କିଡାମ୍ବି ଶ୍ରୀକାନ୍ତ ଓ ପାରୁପଲ୍ଲି କାଶ୍ୟପ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ...

ପ୍ରତିଭା ଖୋଜିବେ ଅନୁରାଧା

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣର ଉଦ୍‌ଘାଟନୀ ସମାରୋହ ଶନିବାର କଟକରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱରରେ କେତେକ...

Leave a comment

Your email address will not be published. Required fields are marked *