Posted inଜାତୀୟ

କର୍ନାଟକ ଆସ୍ଥାଭୋଟ ନାଟକରେ ଯବନିକା: କୁମାରସ୍ବାମୀ ସରକାରର ପତନ, ୧୦୫ ଭୋଟରେ ଜିତିଲା ଭାଜପା

ବେଙ୍ଗାଲୁରୁ,୨୩।୭: କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଜିତିବାରେ ବିଫଳ ହେବା ପରେ ଆସ୍ଥାଭୋଟ ନାଟକରେ ଯବନିକା ପଡ଼ିଛି। ପ୍ରଥମେ ୧୬ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ଆସ୍ଥା ଭୋଟରେ ହାରିବା ଯୋଗୁ ଭାଙ୍ଗିଛି ମେଣ୍ଟ ସରକାର। ତେବେ ଭାଜପା ପକ୍ଷକୁ ୧୦୫ଟି ଭୋଟ ଆସିଥିବା ବେଳେ କଂଗ୍ରେସ-ଜେଡିଏସ୍‌ ସପକ୍ଷରେ ଆସିଛି ମାତ୍ର ୯୯ଟି ଭୋଟ। ଏହାପରେ ବହୁମତ ସହ ଭାଜପା ବିଧାନସଭାରେ ସରକାର ଗଢ଼ିବା ନେଇ ପ୍ରସ୍ତାବ ରଖିପାରେ।

ପ୍ରକାଶଯୋଗ୍ୟ, କର୍ନାଟକ ବିଧାନସଭାରେ ଆସ୍ଥାଭୋଟ ନେଇ ଆଲୋଚନା ଜାରି ରହିଥିଲା। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ପ୍ରକ୍ରିୟାକୁ ଶେଷ କରିବା ଲାଗି ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏହି ଭୋଟିଂ ପ୍ରକ୍ରିୟାରେ ୨୦୪ ଜଣ ସଦସ୍ୟ ଭାଗ ନେଇଥିଲେ।


All Right Reserved By Dharitri.Com

ମହାରାଷ୍ଟ୍ର, ହରିୟାଣାରେ ପୁଣି ଭାଜପା

ନୂଆଦିଲ୍ଲୀ,୨୨ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ସୋମବାର ଶେଷ ହୋଇଛି। ଗୁରୁବାର ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଭୋଟଗ୍ରହଣ...

ମୋଦିଙ୍କ ବିଜୟ ଖୁସି: ହୋଟେଲରେ ୩ ଘଣ୍ଟା ମିଳିଲା ମାଗଣା ଜଳଖିଆ

ବିଳାସପୁର,୨୫।୫: ଛତିଶଗଡ଼ ବିଳାସପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଆନନ୍ଦିତ ହୋଇ ଜଣେ ଭାଜପା କର୍ମକର୍ତ୍ତା ଏକ ଜଳଖିଆ ଦୋକାନରେ ୩ ଘଣ୍ଟା ଖାଦ୍ୟ ସାମଗ୍ରୀ...

ପିଆଜ ଶୁଙ୍ଘାଇ ହୋସ୍‌ ଅଣାଯାଏ; ତେବେ ତାହା ଏବେ ନୁହେଁ ସମ୍ଭବ: ଶିବସେନା

ମୁମ୍ବାଇ,୧୦।୧୨: ଦେଶରେ ପିଆଜର ଦାମ ଆକାଶ ଛୁଇଁଛି। ସେହିପରି ଅର୍ଥବ୍ୟବସ୍ଥା ମଧ୍ୟ ସଙ୍କଟରେ ପଡ଼ିଛି। ଏହାକୁ ନେଇ ଶିବସେନା ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଫେଶନ ନାଁରେ କମ୍ପାନୀଗୁଡ଼ିକ ପ୍ରୋତ୍ସାହିତ କରୁଥିବା ନୂଆ ନିଶାଠାରୁ ଯୁବପିଢ଼ିଙ୍କୁ ସୁରକ୍ଷା ପାଇଁ...

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି...

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍‌ ଅନ୍ତର୍ଗତ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ...

କପଡ଼ା ଦୋକାନ ଭିତରେ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ, ଦେଖିବାକୁ ଲୋକଙ୍କ ଭିଡ଼

ହାଇଦ୍ରାବାଦ,୬।୧୧: କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବା ଆସିବା ଏକ ସାଧାରଣ କଥା। କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା।...

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ...

Leave a comment

Your email address will not be published. Required fields are marked *